ଖରାଦିନେ କିପରି ନେବେ ନିଜ ହାର୍ଟର ଯତ୍ନ

Share It

ଚଳିତ ବର୍ଷ ଖୁବ ଅଧିକ ମାତ୍ରାରେ ଖରା ହେଉଥିବା ବେଳେ ତାପମାତ୍ରା ୪୫ଡିଗ୍ରି ପାଖାପାଖି ହୋଇଗଲାନି । ଏହି ତାପମାତ୍ରା ସହିତ ଜଳିୟବାଷ୍ପ ମଧ୍ୟ ଖୁବ ଅଧିକ ରହିଛି ଏବଂ ଗରମ ପବନ ମଧ୍ୟ ହେଉଛି । ଏହା ଶରୀରରେ ରକ୍ତଚାପର ମାତ୍ରା ଅଧିକ କରିଥାଏ ଏବଂ ହୃଦ ସମସ୍ୟା ଦେଖାଯାଇଥାଏ । ଏବଂ ହୃଦଜନିତ ରୋଗୀମାନଙ୍କ ପାଇଁ ଏହି ସମୟ ଖୁବ ଚ୍ୟାଲେଞ୍ଜିଂ ଅଟେ । ତେଣୁ ଖରାଦିନେ ନିଜ ହୃଦୟର ସ୍ୱତନ୍ତ୍ର ଯନ୍ତ୍ର ନିଅନ୍ତୁ । ଆପଣ ବୃଦୟର ଯତ୍ନ ନେବା ପାଇଁ କିଛି ଘରୋଇ ଉପଚାର ଏବଂ ପ୍ରକିୟା ଆପଣାଇ ପାରିବେ ।
୧. ଜଳ ପାନର ମାତ୍ରା ପ୍ରତି ଧ୍ୟାନ ଦିଅନ୍ତୁ – ଖାରିଦନେ ବହୁ ଝାଳ ହୋଇଥିବାରୁ ଶରୀରର ଜଳିୟଅଂଶ ଖୁବ ଶୀଘ୍ର ଶେଷ ହୋଇଯାଇଥାଏ । ତେଣୁ ଆପଣ ଶରୀରରୁ ଜଳୀୟ ଅଂଶ ଶେଷ ହେବାକୁ ଦିଅନ୍ତୁ ନାହିଁ । ସମୟ ସମୟରେ ପାଣି ପିଅନ୍ତୁ ଏବଂ ତରଭୁଜ, କାକୁଡି ପରି ଖାଦ୍ୟ ଅଧିକ ପରିମାଣର ସେବନ କରନ୍ତୁ ଯେଉଁଥିରେ ୯୫ପ୍ରତିଶତ ଜଳିୟଅଂଶ ରହିଛି ।
୨. ଖାଦ୍ୟ ପେୟରେ ଧ୍ୟାନ ଦିଅନ୍ତୁ – ହୃଦ ରୋଗୀ ହୁଅନ୍ତୁ କିମ୍ବା ନହୁଅନ୍ତୁ ଆପଣଙ୍କ ହୃଦୟର ସଠିକ ଯତ୍ନ ପାଇଁ ଆପଣ ସର୍ବଦା ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ । ଲୁଣ, ଚିନି , ଆଲକୋହଲ , ଧୂମ୍ରପାନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣ ଖରାଦିନେ ଫଳ ଏବଂ ସବୁଜ ପନିପରିବା ଆପଣ ଖାଇପାରିବେ ଯାହା ଆପଣଙ୍କ ଶରୀର ଏବଂ ହୃଦୟ ପାଇଁ ଖୁବ ଭଲ ।
୩. ଅଧିକ ବ୍ୟାୟାମ କରନ୍ତୁ ନାହିଁ – ଶରୀରରେ ବ୍ୟାୟାମ କରିବା ଦ୍ୱାରା ରକ୍ତଚାପରେ ପ୍ରଭାବ ପଡିଥାଏ ଏବଂ ପରେ ହୃଦୟ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଆପଣ ଯଦି ହୃଦ ରୋଗୀ ତେବେ ଆପଣ ଆବଶ୍ୟକ ଅନୁଯାୟୀ ବ୍ୟାୟାମ କରନ୍ତୁ । ଅଧିକ କଠିନ ପରିଶ୍ରମ କରନ୍ତୁ ନାହିଁ ।
୪. ଢିଲା କପଡା ପିନ୍ଧନ୍ତୁ ଏବଂ ପରିବେଶ ଥଣ୍ଡା ରଖନ୍ତୁ – ଆପଣ ଖରାଦିନେ ଢିଲା କପଡା ପିନ୍ଧନ୍ତୁ ଏବଂ ଆପଣଙ୍କ ପରିବେଶକୁ ସର୍ବଦା ଥଣ୍ଡା ରଖନ୍ତୁ ଯାହା ଆପଣଙ୍କ ଶରୀରକୁ ଡିହାଇଡ୍ରେଟ କରିବାକୁ ଦେଇନଥାଏ । ଆପଣଙ୍କୁ ଏହା ଆରାମ ପ୍ରଦାନ କରିବା ସହିତ ବାୟୁ ଗମନାଗମନ ପାଇଁ ସହଜ ହୋଇଥାଏ ।
୫. ନିୟମିତ ଡାକ୍ତର ଦେଖାନ୍ତୁ ଏବଂ ମେଡିସିନ ଖାଆନ୍ତୁ – ହୃଦ ରୋଗୀମାନେ ଖରାଦିନେ ନିୟମିତଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ମେଡିସିନ ଖାଆନ୍ତୁ । ସଠିକ ସମୟରେ ସଠିକ ଉପଚାର ଆପଣଙ୍କୁ ହୃଦଘାତ ପରି ସମସ୍ୟରୁ ମୁକ୍ତି ପ୍ରଦାନ କରିପାରିବ ।


Share It

Comments are closed.