ଟିକଟକ ସିଇଓ କେଭିନ ମେୟରଙ୍କ ଇସ୍ତଫା, ଆମେରିକାର ବ୍ୟବସାୟ ବିକ୍ରୟ ପାଇଁ କମ୍ପାନୀ ଉପରେ ଚାପ


ଟିକଟକର ସିଇଓ କେଭିନ ମେୟର ଇସ୍ତଫା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି AFP ଏହି ଖବରକୁ ନିଶ୍ଚିତ କରିଛି। ଗତ କିଛି ସପ୍ତାହ ଧରି ଆମେରିକାରେ ଟିକଟକ୍ ଉପରେ ନିଷେଧାଦେଶ ଜାରିକରିବା ନେଇ ଆଲୋଚନା ଚାଲିଥିଲା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀ ଏହାର ଆମେରିକୀୟ ବ୍ୟବସାୟ ବିକ୍ରୟ କରୁ କିମ୍ବା ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ। ସୂଚନାଯୋଗ୍ୟ ଯେ କେଭିନ ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକଟକର ସିଇଓ ଭାବେ ନିଯୁକ୍ତ କରାଯାଇଥିଲା। ଏହାପୂର୍ବରୁ ସେ ଡିଜନିରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଥିଲେ।

କେଭିନ ମେୟର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ରାଜନୈତିକ ପରିବେଶ ବହୁତ ବଦଳିଛି। ମୁଁ ଯେଉଁ ପରିବର୍ତ୍ତନ କରିବାକୁ ଚାହୁଁଥିଲି ତାହା କରିଛି, ଯାହା ଆବଶ୍ୟକ ଥିଲା ଏବଂ ଯାହା ପାଇଁ ମୋତେ ବିଶ୍ୱ ଭୂମିକାରେ ରଖାଯାଇଥିଲା। ‘ ଟିକଟକ ମୁଖପାତ୍ର କହିଛନ୍ତି ଯେ କମ୍ପାନୀ କେଭିନ ମେୟରଙ୍କ ନିଷ୍ପତ୍ତିକୁ ସମ୍ମାନ କରେ। କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଗତ କିଛି ମାସ ମଧ୍ୟରେ ପଲିଟିକାଲ ଡାଇନାମିକ୍ସ ବଦଳିଛି।

ଗତ କିଛି ମାସ ଧରି ଆମେରିକାରେ ଟିକଟକ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବାର ଭୟ ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ କହିଛନ୍ତି ଯେ କମ୍ପାନୀ ୯୦ ଦିନ ମଧ୍ୟରେ ଆମେରିକାର ବ୍ୟବସାୟ ବିକ୍ରୟ କରିବା ଉଚିତ। ଯଦି ଏହା ୯୦ ଦିନ ମଧ୍ୟରେ ବିକ୍ରି ହୋଇନଥାଏ, ତେବେ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ | ତେବେ ନିକଟରେ ଟିକ୍ଟକ ମଧ୍ୟ ନିଶ୍ଚିତ କରିଛି ଯେ କମ୍ପାନୀ ଏହି ଆମେରିକୀୟ ରାଷ୍ଟ୍ରପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବ ଏବଂ ସେମାନଙ୍କ ବିରୋଧରେ ମକଦ୍ଦମା ଦାୟର କରିବ।


Share It

Comments are closed.