ଫିଲ୍ମି ଷ୍ଟାଇଲରେ ନିଜ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ରଣା ଦେଲେ ଶିବରାଜ


ମଧ୍ୟପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର କଥାକୁ ବ୍ୟଙ୍ଗାତ୍ମକ ଶୈଳୀରେ ଗୋଟିଏ ଲାଇନରେ କହିବାରେ ବହୁତ ମାହିର । ବୁଧବାର ଦିନ ଶିବରାଜ ଏହିଭଳି କିଛି ଭାଷା ପ୍ରୟୋଗ କରିଥିଲେ, ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ମଧ୍ୟପ୍ରଦେଶରେ ବିଜେପିର ପରାଜୟ ସତ୍ତେ୍ୱ ମଧ୍ୟ ଶିବରାଜ ବିଚଳିତ ନାହାନ୍ତି ।
ଶିବରାଜ ଭୋପାଲସ୍ଥିତ ମୁଖ୍ୟମନ୍ତ୍ରୀ ଭବନରେ ନିଜ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ଦଳୀୟ କର୍ମକର୍ତ୍ତା ଏଠାରେ ଶିବରାଜଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ସେ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ଆଶ୍ୱସନା ଦେଇ କହିଛନ୍ତି ଯେ, ସେ ଏଠାରୁ କୁଆଡେ ବି ଯାଉ ନାହାନ୍ତି ।
ମଧ୍ୟପ୍ରଦେଶର ମାମୁଁ ରୂପେ ପରିଚୟ ହାସଲ କରିଥିବା ଶିବରାଜ କହିଥିଲେ ଯେ, “ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ତାଙ୍କ ସହିତ କ’ଣ ହେବ । ମୁଁ ଶିବରାଜ ସିଂହ ଚୌହାନ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଅଛି । ‘ଟାଇଗର ଅଭି ଜିନ୍ଦା ହେ’ । ”
ଦୀର୍ଘ ୧୫ ବର୍ଷ ଧରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ଦେଶର ସବୁଠାରୁ ବଡ ରାଜ୍ୟରେ ଶାସନ କରିଥିବା ହେତୁ ନିଜକୁ ଲୋକଙ୍କର ମାମୁଁ କହି ସମ୍ବୋଧିତ କରିଛନ୍ତି । ପ୍ରକାଶ ଥାଉକି ମଧ୍ୟପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଶପଥ ଗ୍ରହଣ ସାମାରୋହରେ ମଧ୍ୟ ଶିବରାଜଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।


Share It

Comments are closed.