ଟାଇ ଭୁବନେଶ୍ୱର ପକ୍ଷରୁ ‘ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ’ କାର୍ଯ୍ୟକ୍ରମ ଆୟୋଜିତ



ଭୁବନେଶ୍ୱର, ୧୨ ଜୁଲାଇ ୨୦୨୪: ଟାଇ (ଟିଆଇଇ) ଭୁବନେଶ୍ୱର ପକ୍ଷରୁ ଆଜି ଓଡିଶାର ବ୍ୟବସାୟ ପରିଦୃଶ୍ୟକୁ ଉନ୍ନତ କରିବା ଲକ୍ଷ୍ୟରେ ‘ଫଷ୍ଟରିଙ୍ଗ୍ ଏ ଥ୍ରାଇଭିଂ ଏଂଟ୍ରପ୍ରେନ୍ୟୋରିଆଲ ଇକୋସିଷ୍ଟମ” ବା “ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ” ନାମକ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ସରକାରୀ ଅଧିକାରୀ, ଶିଳ୍ପ ନେତା, ଆଶାୟୀ ଉଦ୍ୟୋଗୀ ଆଦିଙ୍କୁ ରାଜ୍ୟରେ ନୂଆ ବ୍ୟବସାୟ ପାଇଁ ଏକ ସୁଦୃଢ ସମର୍ଥନ ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଆଲୋଚନା କରିବା ଓ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକତ୍ରିତ କରିଛି ।
ଟାଇ ଗ୍ଲୋବାଲ ବୋର୍ଡ ଅଫ୍ ଟ୍ରଷ୍ଟିସ୍ର ଉପାଧ୍ୟକ୍ଷ, ମୁରଲୀ ବୁକ୍କାପାଟ୍ନମ ଏକ ପ୍ରେରଣାଦାୟକ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିବାସହ ଆନ୍ତର୍ଜାତୀୟ ବ୍ୟବସାୟ ଇକୋସିଷ୍ଟମର ବିଭିନ୍ନ ତଥ୍ୟ ଏବଂ ଉଦ୍ୟୋଗିକତାର ବିକାଶ କ୍ଷେତ୍ରରେ ଟାଇର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆବ୍ୟୁଡାନ୍ସ ଲାଇଫ୍ ଆଣ୍ଡ ଲିଡରସିପ୍ କୋଚ୍ର ପ୍ରତିଷ୍ଠିତ ଆର୍କିଟେକ୍ଚର, ଦୀପକ ଚୌଧୁରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି, ଯିଏକି ଉଦ୍ୟୋଗିକ ସଫଳତା ପାଇଁ ଆବଶ୍ୟକ ମାନସିକତା ସମ୍ପର୍କରେ କହିଥିଲେ । ସେହିପରି ଆବ୍ରେନ୍ସ ଆଣ୍ଡ ଆର୍ଟ ଅଫ୍ ଲିଭିଂ କୋଚ୍ର ସିୱାଇଓ, ଦିବ୍ୟା କୁମାରୀ ବ୍ୟବସାୟିକ ଅଭିବୃଦ୍ଧିକୁ ବ୍ୟକ୍ତିଗତ ବିକାଶ ସହ ସନ୍ତୁଳିତ ରଖିବା ଉପରେ ମୂଲ୍ୟବାନ ମତାମତ ଦେଇଛନ୍ତି ।
ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ, ଅୟଶକାନ୍ତ ମହାନ୍ତି ଉପସ୍ଥିତ ବ୍ୟକ୍ତିମାନଙ୍କୁ ସମ୍ବୋଧିତକରି, ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ପାଇଁ ଚାପ୍ଟର୍ର ପଦକ୍ଷେପ ଓ ଭବିଷ୍ୟତର ଯୋଜନାଗୁଡିକୁ ହାଇଲାଇଟ୍ କରିଛନ୍ତି ।
ସମସ୍ତ ଟାଇ ଚାର୍ଟର୍ ସଦସ୍ୟମାନେ ସମାଜକୁ ପ୍ରତ୍ୟାବର୍ତନ କରିବାର ଟାଇର ଲକ୍ଷ୍ୟକୁ ସୁଦୃଢ କରି ଉଦୀୟମାନ ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ଓ ସହଯୋଗ କରିବା ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ଏବଂ ଏହା କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଥିଲା ।

ଏହି କାର୍ଯ୍ୟକ୍ରମ ଟାଇ ସଦସ୍ୟମାନଙ୍କୁ ନିଜର କମ୍ପାନୀ ପ୍ରୋଫାଇଲ ଉପସ୍ଥାପନ କରିବା, ଅନ୍ୟ ଅତିଥିମାନଙ୍କ ସହ ନେଟ୍ୱର୍କିଂ ଓ ସମ୍ଭାବ୍ୟ ସହଭାଗିତା ବିକଶିତ କରିବା ଲାଗି ଏକ ପ୍ଲାଟ୍ଫର୍ମ ପ୍ରଦାନ କରିପାରିଛି ।
ଟାଇ ଭୁବନେଶ୍ୱରର ସଚିବ, ଆନନ୍ଦ ପ୍ରସାଦ ପାଢୀ ଜଣେ ଟାଇ ସଦସ୍ୟ ହେବାର ଉପକାରିତା ସମ୍ପର୍କରେ କହିଥିଲେ, ଅଂଶଗ୍ରହଣକାରୀଙ୍କୁ ଏହି ସଂସ୍ଥାରେ ଯୋଗ ଦେବା ଏବଂ ଏହାର ବିସ୍ତୃତ ନେଟ୍ୱର୍କ ଓ ସଂଶାଧନଗୁଡିକର ଲାଭ ପାଇବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ଟାଇ ଭୁବନେଶ୍ୱରର ଉପାଧ୍ୟକ୍ଷ, ଶ୍ରୀଯୁକ୍ତ ସତ୍ୟବ୍ରତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଓଡିଶାରେ ଏକ ସମୃଦ୍ଧ ଉଦ୍ୟୋଗିକ ଇକୋସିଷ୍ଟମ ବିକଶିତ କରିବା ପାଇଁ ଟାଇ ଭୁବନେଶ୍ୱରର ଉତ୍ସର୍ଗୀକୃତତାକୁ ଦୋହରାଇଥିଲେ ।
ଏହି କାର୍ଯ୍ୟକ୍ରମ ଉଦ୍ଭାବନ ଓ ଉଦ୍ୟୋଗ ପାଇଁ ଏକ କେନ୍ଦ୍ରରେ ପରିଣତ ହେବା ଦିଗରେ ଓଡିଶାର ଯାତ୍ରା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି, ଯାହା ପ୍ରମୁଖ ହିତାଧିକାରୀଙ୍କୁ ଏକତ୍ରିତ କରୁଛି ଏବଂ ଉଦ୍ୟୋଗିକ ପରିଦୃଶ୍ୟରେ ଭବିଷ୍ୟତର ସହଭାଗିତା ଓ ଅଭିବୃଦ୍ଧି ପାଇଁ ମଂଚ ପ୍ରସ୍ତୁତ କରୁଛି ।


Share It

Comments are closed.