ପାକିସ୍ତାନରେ ପୋଲିସ-ଆନ୍ଦୋଳକାରୀ ମୁହାଁମୁହିଁ, ୩ ପୋଲିସ କର୍ମଚାରୀ ମୃତ


ପାକିସ୍ତାନର ଲାହୋରରେ ତେହେରିକ-ଇ-ଲବୈକ ପାକିସ୍ତାନର ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ଏଥିରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନା ଥାଉ କି ପ୍ରତିବନ୍ଧିତ ସଂଗଠନ ତେହେରିକ-ଇ-ଲବୈକ ପାକିସ୍ଥାନ ମୁଖ୍ୟ ସାଦ ହୁସେନ୍ ରିଜଭିଙ୍କ ମୁକ୍ତି ଦାବିରେ ଲାହୋରରେ ଏହି ପ୍ରଦର୍ଶନ କରାଯାଇଥିଲା । ଶୁକ୍ରବାର ଏହି ପ୍ରଦର୍ଶନରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ । ତେହେରିକ୍-ଇ-ଲବୈକ୍ ପାକିସ୍ତାନ ଲାହୋରରୁ ଇସଲାମାବାଦ ପର୍ଯ୍ୟନ୍ତ ଏକ ଲମ୍ବା ପଦଯାତ୍ରା ଆରମ୍ଭ କରିଥିଲା ।

ଲାହୋର ଡିଜି (ଅପରେସନ୍ସ) ମୁଖପାତ୍ର ମଜହର ହୁସେନ୍ କହିଛନ୍ତି ଯେ ତିନି ଜଣ ପୋଲିସର ମୃତ୍ୟୁ ଘଟିଛି । ଅନ୍ୟ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିକ୍ଷୋଭକାରୀମାନେ ପୋଲିସ ଦଳ ଉପରେ ପେଟ୍ରୋଲ ବୋମା ଫିଙ୍ଗିଥିଲେ । ତେହେରିକ୍-ଇ-ଲବୈକ୍ ପାକିସ୍ତାନର ସମର୍ଥକମାନେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ । ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରାଯିବା ପରେ ସେମାନେ କ୍ରୋଧିତ ହୋଇ ପୋଲିସ ଦଳ ଉପରେ ଆକ୍ରମଣ କରିଥିଲେ ।

ମଜହର ହୁସେନ୍ କହିଛନ୍ତି ଯେ ଏହି ରାଲିରେ ଜଡିତ ଲୋକମାନେ ଇସଲାମାବାଦ ଯିବାକୁ ଚାହୁଁଛନ୍ତି ଯାହା ଦ୍ବାରା ସେମାନେ ସାଦ୍ ହୁସେନ୍ ରିଜଭିଙ୍କ ମୁକ୍ତି ପାଇଁ ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଇ ପାରିବେ । ମହମ୍ମଦଙ୍କ କାର୍ଟୁନ୍ ତିଆରି କରି ଫ୍ରାନ୍ସ ବିରୋଧରେ ବିରୋଧ ପ୍ରଦର୍ଶନ ବେଳେ ଗତ ବର୍ଷ ସାଦ ହୁସେନ୍ ରିଜଭିଙ୍କୁ ଗିରଫ କରାଯାଇଥିଲା ।


Share It

Comments are closed.