୨୦ ବର୍ଷରୁ ଦୈନିକ ୧୪ ଘଣ୍ଟା ପାଣି ଭିତରେ ସମୟ କାଟିଥାନ୍ତି ଏହି ମହିଳା


ପଶ୍ଚିମବଙ୍ଗର କଟୱା ଗ୍ରାମରେ ରହୁଥିବା ଜଣେ ମହିଳା ଅଦ୍ଭୁତ ରୋଗର ଶୀକାର ହୋଇଛନ୍ତି । ଯାହା ଦ୍ୱାରାକି ତାଙ୍କୁ ଦୈନିକ ୧୪ ଘଣ୍ଟା ପାଣିରେ ବୁଢି ରହିବାକୁ ପଡିଥାଏ । ଉକ୍ତ ମହିଳା ଜଣକ ଦୈନଦିନ ଭୋର ହେବା ମାତ୍ରକେ ନିକଟସ୍ଥ ପୁଷ୍କରିଣୀ ପାଖକୁ ଚାଲିଯାଆନ୍ତି ଏବଂ ସେଠାରେ ସେ ପାଣି ଭିତରେ ଦୀର୍ଘ ୧୪ ଘଣ୍ଟା ଧରି ବୁଡି ରହିଥାନ୍ତି । ଆପଣମାନେ ଭାବୁଥିବେ ସେଠାକୁ ସେ ଗାଧୋଇବା ପାଇଁ ଯାଇଥାନ୍ତି କିନ୍ତୁ ତାହା ନୁହେଁ । ସେ ତାଙ୍କର ଏକ ଗୁରୁତର ରୋଗରୁ ଉପଶମ ପାଇବା ପାଇଁ ଦୈନକ ୧୪ ଘଣ୍ଟା ପାଣିରେ ବୁଡି ରହିଥାନ୍ତି ।
କଟୱାସ୍ଥିତ ଗୋବଇ ଗ୍ରାମରେ ରହିଥିବା ଏହି ୬୦ ବର୍ଷିୟ ମହିଳା ଜଣକ ଦୀର୍ଘ ୨୦ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି । ଯେଉଁଥିପାଇଁ ସେ ସକାଳ ହେବା ମାତ୍ରକେ ଘର ଛାଡି ନିକଟସ୍ଥ ପୁସ୍ଖରିଣୀ ନିକଟକୁ ଚାଲିଯାଇଥାନ୍ତି ।
ସେ ଦୈନିକ ୧୪ ଘଣ୍ଟା ଯାଏଁ ପାଣିରେ ବୁଢିରହିବା ପରେ ସନ୍ଧ୍ୟାବେଳକୁ ଘରକୁ ଫେରିଥାନ୍ତି । ମହିଳା ଜଣକ ସବୁଦିନ ପାଣିରେ ନିଜ ବେକ ପର୍ଯ୍ୟନ୍ତ ବୁଡି ରହିଥାନ୍ତି । ସେ ୧୯୯୮ ମସିହାରୁ ଏଭଳି କରି ଆସୁଛନ୍ତି ।

ତାଙ୍କ ପରିବାର ପକ୍ଷରୁ ଏହା କୁହାଯାଇଛି ଯେ, ସେ ଏକ ଗମ୍ଭୀର ରୋଗରେ ପୀଡିତ ଥିବା ହେତୁ ଦୈନଦିନ ପାଣିରେ ଏଭଳି ଭାବରେ ବୁଡି ରହିଥାନ୍ତି । କାରଣ ଦିନ ସମୟରେ ତାଙ୍କ ଚର୍ମରେ ଖୁବ ଜୋରରେ ଜଳାପୋଡା ହୋଇଥାଏ । ଯେଉଁଥିପାଇଁ ସେ ଦିନ ସମୟରେ ଏହି ଜଳାପୋଡାରୁ ନିରାକରଣ ପାଇବା ପାଇଁ ଏଭଳି କାମ କରିଥାନ୍ତି ।
ଉକ୍ତ ମହିଳାଙ୍କ ପୁଅ ଏହି ସଂପର୍କରେ କହିଛନ୍ତି ଯେ, ବର୍ଷା ହେଉ କିମ୍ବା ଶୀତ କୌଣସି ଗୋଟିଏ ଦିନ ନାହିଁ ଯେବେକି ସେ ପାଣିରେ ବୁଡି ନରହିଛନ୍ତି । କେବଳ ଏତିକି ନୁହେଁ ପାଣିରେ ସେ ନିଜର ଖାଦ୍ୟ ଗ୍ରହଣ ମଧ୍ୟ କରିଥାନ୍ତି ।


Share It

Comments are closed.