ଭାରତୀୟ ଦଳର ଖରାପ ପ୍ରଦର୍ଶନକୁ ନେଇ ବର୍ଷିଲେ ଶାସ୍ତ୍ରୀ, କହିଲେ- କୌଣସି ପ୍ରତିଭା ନାହିଁ, କିପରି ଜିତିବ ମ୍ୟାଚ୍‌ ?


ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଖୁବ୍ ଖରାପ ରହିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର (୨୧ ସେପ୍ଟେମ୍ବର)ରେ ହୋଇଥିଲା। ଏଥିରେ ଖୁବ୍ ଖରାପ ବ୍ୟାଟିଂ କାରଣରୁ ଟିମ୍‌ ୪ଟି ଓ୍ବିକେଟରେ ମ୍ୟାଚ୍‌ ହାରିଛି। ମୋହାଲି ମୈଦାନରେ ଖେଳା ଯାଇଥିବା ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପୂର୍ବରୁ ବ୍ୟାଟିଂ କରି ୨୦୮ ରନ୍‌ର ସ୍କୋର କରିଥିଲା। ଖରାପ ବୋଲିଂ କାରଣରୁ ହାତରୁ ମ୍ୟାଚ୍‌ ଚାଲିଯାଇଥିଲା। କ୍ୟାମରୁନ୍‌ ଗ୍ରୀନ୍‌ଙ୍କ ବିସ୍ଫୋରକ ଇନିଂସ କାରଣରୁ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଜିତି ସିରିଜ୍‌ ୧-୦ ରେ ଆଗୁଆ ରହିଛି।
ମ୍ୟାଚ୍‌ରେ ଖରାପ ଫର୍ମ କାରଣରୁ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଟିମ୍‌ରେ ଏବେ ଯବି ଆପଣ ଦେଖିବେ, ତେବେ କୌଣସି ପ୍ରତିଭା(ବେଷ୍ଟ ଫିଲ୍ଡର) ନାହାନ୍ତି। ରବିନ୍ଦ୍ର ଜାଡେଜା ଟିମ୍‌ରେ ନାହାନ୍ତି। କୌଣସି ଏକ୍ସ ଫାକ୍ଟର ନାହାନ୍ତି। ଏମିତି କିପରି ମ୍ୟାଚ୍‌ ଜିତିବେ? ଗତ ୫-୬ ବର୍ଷରେ ଭାରତୀୟ ଟିମ୍‌ ପାଖରେ କେହି ଭଲ ଫିଲ୍ଡର ନାହାନ୍ତି। ବଡ ଟୁର୍ଣ୍ଣାମେଣ୍ଟରେ ଏହାର ଖରାପ ପ୍ରଭାବ ପଡିବ। ଏହାର ଅର୍ଥ ଆପଣଙ୍କୁ ବ୍ୟାଟିଂରେ ୧୫-୨୦ ରନ୍‌ ଅଧିକ କରିବାକୁ ହେବ। କାରଣ ଫିଲ୍ଡକୁ ଯଦି ଦେଖିବା ତେବେ ପ୍ରତିଭା କେଉଁଠି ? ରବିନ୍ଦ୍ର ଜାଡେଜା ନାହାନ୍ତି। ଏକ୍ସ ଫାକ୍ଟର କେଉଁଠି ଅଛନ୍ତି? ଟିମ୍ ଇଣ୍ଡିଆର ଫିଲ୍ଡିଂ ଷ୍ଟାଣ୍ଡାର୍ଡ ଦେଖି ଆଜି ସବୁଠାରୁ ଅଧିକ ନିରାଶ ରହିଛି। ମୋର କହିବା ଅନୁସାରେ, ଏହା ବହୁତ ଖରାପ। ଯେତେବେଳେ ଫିଲ୍ଡିଂ କଥା ଆସେ, ତେବେ ଆପଣଙ୍କୁ ବଡ ଟୁର୍ଣ୍ଣାମେଣ୍ଟରେ ବଡ ଟିମ୍‌କୁ ହରାଇବା ଦରକାର।’


Share It

Comments are closed.