କ’ଣ ରହିଛି ଗଣତନ୍ତ୍ର ଦିବସ ପାଳନର ଗୁରୁତ୍ୱ, ଜାଣନ୍ତୁ

ଜାନୁଆରୀ ୨୬କୁ ଭାରତର ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ, କାରଣ ଏହି ଦିନ ଆମର ସମ୍ବିଧାନ ସମ୍ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୋଇଥିଲା । ଗଣତନ୍ତ୍ର ଦିବସରେ ଡଃ ବି ଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଡ୍ରାଫଟିଙ୍ଗ କମିଟି ଦ୍ୱାରା ଗଠିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଭାରତ ସରକାରଙ୍କର ଧାରା ୧୯୩୫ର ପ୍ରତିସ୍ଥାପନ କରିଥିଲା । ୨୦୦ବର୍ଷର ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ଭାରତ ଗୋଟିଏ ଏକସଂଘୀୟ, ସାର୍ବଭୈାମ ଏବଂ ଗଣତନ୍ତ୍ର ରାଷ୍ଟର ମାନ୍ୟତା ପାଇପାରିଲା ।
ଯଦିଓ ଭାରତ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ପାଇଥିଲା କିନ୍ତୁ ଆମର ଦେଶ ଏହା ପରେ ମଧ୍ୟ ବ୍ରିଟିଶ ଶାସକ ଷଷ୍ଠ ଜର୍ଜଙ୍କ ଅଧିନରେ ଶାସିତ ହେଉଥିଲା । ନିର୍ବାଚନମଣ୍ଡଳୀ ସମ୍ବିଧାନ ଗୋଟିଏ ଆଇନଗତ କାର୍ଯ୍ୟ ବିବରଣୀ ପ୍ରସ୍ତୁତ କରିବା ନିମନ୍ତେ ଗୋଟିଏ ଡ୍ରାଫ୍ଟିଙ୍ଗ କମିଟି ନିଯୁ୍‌କ୍ତ କଲେ, ଯାହାକି ଏହା ଦ୍ୱାରା ଗୃହୀତ ହୋଇପାରିବ । ଡଃ ବିଆର ଆମ୍ବେଦକର ଆମ ସମ୍ବିଧାନର ମୁଖ୍ୟ ଗଠନକାରୀ ହେବା ସହ ଏହି କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ । ଏହି ସମ୍ବିଧାନ ୧୯୪୯ ନଭେମ୍ବର ୨୬ ତାରିଖରେ ଗୃହୀତ ହୋଇଥିଲା କିନ୍ତୁ ଯେଉଁମାନେ ଭାରତର ସ୍ୱାଧିନତା ୧୯୩୦ ଜାନୁଆରୀ ୨୬ରେ ପାଳନ କରିଥିଲେ ମେସାନେ ଆହୁରି ଅଧିକ ଦୁଇମାସ ଅପେକ୍ଷା କରିବାକୁ ନିଷ୍ପତି ନେଇଥିଲେ । ଏହି ଦିନକୁ ମନେ ରଖିବା ପାଇଁ ଏବଂ ଦେଶବାସୀଙ୍କୁ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରାଇବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୬କୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି ।
ଏହି ଦିବସର ଗୁରୁତ୍ୱ:
୧୯୯୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଲାହୋର ଅଧିବେଶନ ସମୟରେ ଜାନୁଆରୀ ୨୬ରେ ସମ୍ପୂର୍ଣ୍ଣ ସ୍ୱାଧିନତା ପ୍ରଦାନ କରିବା ନିମନ୍ତେ ଏକ ସଂକଳ୍ପ ଗୃହୀତ ହୋଇଥିଲା । ଏହି ଅଧିବେଶନର ସଭାପତି ପଣ୍ଡିତ ଜବାହରଲାଲ ନେହେରୁ ତ୍ରରଙ୍ଗା ପତାକା ଉତ୍ତୋଳନ କରିଥିଲେ ଏବଂ ଏହି ଦିନଟି ପୂର୍ଣ୍ଣ ସ୍ୱରାଜ ଦିବସ ରୂପେ ଘୋଷିତ ହେଲା । ନେତାମାନେ ଆଗାମୀ ୧୭ ବର୍ଷ ପର୍ଯ୍ୟନ୍ତ ଏହି ଦିନଟିକୁ ସ୍ୱାଧିନତା ଦିବସ ରୂପେ ପାଳନ କରିବାକୁ ଲାଗିଲେ । ଜାନୁଆର ୨୬ର ସ୍ୱତନ୍ତ୍ରତାକୁ ସମ୍ମାନ ପାଇଁ ନିର୍ବାଚନମଣ୍ଡଳୀ ସମ୍ବିଧାନ ଏହି ଦିନ ହିଁ ସମ୍ବିଧାନ ପ୍ରଣୟନ କରିବାର ନିଷ୍ପତି ନେଇଥିଲେ ।

Comments are closed.