ଭାରତକୁ ବେଆଇନ ତମ୍ବାଖୁ କାରବାରରୁ ମୁକ୍ତ କରିବାର ପ୍ରତିଶ୍ରୁତି



ଭୁବନେଶ୍ୱର : ଚଳିତ ସ୍ୱାଧୀନତା ଦିବସରେ ଫିଲିପ ମୋରିସ୍ ଇଂଟରନ୍ୟାଶନାଲ୍‌ସ (ପିଏମ୍‌ଆଇ) ଇଣ୍ଡିଆ ଆଫିଲିଏଟ, ଆଇପିଏମ୍ ଇଣ୍ଡିଆ, ଭାରତର ଅର୍ଥନୈତିକ ଆଗ୍ରହ ଓ ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ପାଇଁ ବେଆଇନ ତମ୍ବାଖୁ କାରବାର ପ୍ରତିରୋଧ ଦିଗରେ ନିଜର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ବେଆଇନ ତମ୍ବାଖୁ କାରବାର ବିଶ୍ୱବ୍ୟାପୀ ଏକ ପ୍ରମୁଖ ବିପଦ ଓ ବର୍ଦ୍ଧିତ ଆହ୍ୱାନ ଅଟେ । ୨୦୨୨ ଏଫ୍‌ଆଇସିସିଆଇ କାସ୍‌କେଡ ଷ୍ଟଡି ମୁତାବକ, ଭାରତରେ ବେଆଇନ ସିଗାରେଟ ପାଇଁ ମୋଟ ବଜାର ହାରାହାରି ୨୨୯୩୦ କୋଟି ଟଙ୍କା ମୂଲ୍ୟର ଅଟେ । ରିପୋର୍ଟ ଅନୁଯାୟୀ, ବେଆଇନ ତମ୍ବାଖୁ କାରବାର ଯୋଗୁଁ ୨୦୨୨ରେ ଭାରତ ସରକାରଙ୍କ ହୋଇଥିବା ମୋଟ କ୍ଷତି ମୂଲ୍ୟ ହାରାହାରି ୧୩,୩୩୧ କୋଟି ଟଙ୍କା ଅଟେ, ଯାହା ୨୦୧୨ର ୬୨୪୦ କୋଟି ଟଙ୍କା ତୁଳନାରେ ୪୬% ଅଧିକ । ଟବାକୋ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଟିଆଇଆଇ) ଅନୁଯାୟୀ, ଆନ୍ତର୍ଜାତୀୟ ସ୍ତରରୁ ଚୋରାଚାଲାଣ କରାଯାଉଥିବା ଏବଂ ସ୍ଥାନୀୟ ଭାବେ ଟିକସ ଫାଙ୍କି ଉତ୍ପାଦନ କରାଯାଉଥିବା ସିଗାରେଟକୁ ନେଇ ଗଠିତ ଏହି ବେଆଇନ ସିଗାରେଟ କାରବାର ପରିମାଣ ଭାରତରେ ସିଗାରେଟ ଶିଳ୍ପର ଏକ ଚତୁର୍ଥାଂଶ ସହ ସମାନ ଅଟେ । ସଦ୍ୟତମ ରିପୋର୍ଟଗୁଡିକ ମୁତାବକ, ୨୦୨୩-୨୪ରେ ଆଇନ ପ୍ରଣୟନ ସଂସ୍ଥାଗୁଡିକ ଅନେକ ଭାରତୀୟ ସହରରୁ ବେଆଇନ ସିଗାରେଟ ଜବତ କରିଥିଲେ । ୟୁରୋମନିଟର ଇଂଟରନ୍ୟାଶନାଲର ୨୦୨୩ ଅନୁଯାୟୀ, ଭାରତରେ ବେଆଇନ ସିଗାରେଟ ସଂଖ୍ୟା ୨୦୨୨ରେ ୩୦.୨ ବିଲିୟନ ଷ୍ଟିକ୍‌ରେ ପହଂଚିଥିଲା, ଏକ୍ଷେତ୍ରରେ ଭାରତର ସ୍ଥାନ ଚୀନ୍ ଓ ବ୍ରାଜିଲ ପଛରେ ରହିଛି ।
ବେଆଇନ ତମ୍ବାଖୁ କାରବାରରେ ବୃଦ୍ଧିକୁ ନେଇ ନିଜର ଚିନ୍ତା ବ୍ୟକ୍ତ କରି ଆଇପିଏମ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ନବନୀଲ କର କହିଛନ୍ତି, “ ବେଆଇନ କାରବାରକୁ ଦୂର କରିବା, ଦୀର୍ଘ ଦିନରୁ ଆମ ପାଇଁ ଏକ ପ୍ରାଥମିକତା ରହିଆସିଛି । ବେଆଇନ କାରବାରକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ପିଏମ୍‌ଆଇର ରଣନୀତି ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର- ଅନୁସନ୍ଧାନ ଓ ବୁଦ୍ଧିମତା, ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବା, ସହଭାଗିତା, ଆଇନ ପ୍ରଣୟନ ସଂସ୍ଥାନ ସହ ସହଯୋଗିତା ଓ ସଚେତନତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛି । ଭାରତରେ ଆମେ ଏହି କାରଣ ପାଇଁ ସମାନ ଭାବେ ପ୍ରୟାସ କରୁଛୁ, ବେଆଇନ ତମ୍ବାଖୁ କାରବାର ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଓ ଲୋକମାନଙ୍କୁ ସଚେତନ କରିବା ପାଇଁ ଆଇନ ପ୍ରଣୟନ ସଂସ୍ଥାଗୁଡିକ ସହ କାର୍ଯ୍ୟ କରୁଛୁ । ସରକାରଙ୍କ ଦ୍ୱାରା ଏକ ସମାବେଶୀ ଆଭିମୁଖ୍ୟ ଉପରେ ଆଧାରିତ ସରକାରୀ-ଘରୋଇ ସହଭାଗିତା, ଘରୋଇ କ୍ଷେତ୍ର ଓ ନାଗରିକ ସମାଜ ଏହି ବେଆଇନ କାରବାରର ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଇଂଟରକନେକ୍ଟେଡ ସିଷ୍ଟମ ଏବଂ ଡିଜିଟାଲି ଭେରିଫାଏଡ ଟ୍ରାକ୍‌-ଆଣ୍ଡ-ଟ୍ରେସ୍ ସିଷ୍ଟମ, ହୋଲୋଗ୍ରାମ, କ୍ୟୁଆର୍ କୋଡ୍ ଓ ଆର୍‌ଏଫ୍‌ଆଇଡି ଟ୍ୟାଗ୍ ଭଳି ଆଧୁନିକ ଟେକ୍ନୋଲୋଜିଗୁଡିକ ନକଲି ଉତ୍ପାଦଗୁଡିକୁ ତଦାରଖ କରିବା ଓ ଚିହ୍ନଟ କରିବା ପାଇଁ ଜରୁରୀ ଅଟେ । ଭାରତ ଏକ ଗ୍ଲୋବାଲ ଇକୋନୋମିକ ପାୱାରହାଉସ୍‌ରେ ପରିଣତ ହେବା ପାଇଁ ନିଜର ପଥରେ ଆଗକୁ ବଢୁଥିବାରୁ, ବେଆଇନ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଏବଂ ଏକ ସୁରକ୍ଷିତ ଭବିଷ୍ୟତ ନିର୍ମାଣ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ” ବୋଲି ସେ କହିଛନ୍ତି ।”


Share It

Comments are closed.