ଏହି ପିତୃ ଦିବସରେ ଏସ୍‌ବିଆଇ ଲାଇଫ୍‌ର “ପାପା ହୈ ନା’ ପକ୍ଷରୁ ଜୀବନ ମିତ୍ର ଭାବେ ପିତାଙ୍କ ବିଭିନ୍ନ ଭୂମିକାର ପାଳନ


ଭୁବନେଶ୍ୱର: ସବୁ ଲୋକଙ୍କ ପାଇଁ ସେମାନଙ୍କ ବାପା ହେଉଛନ୍ତି ପ୍ରେରଣାର ଉତ୍ସ । ଜୀବନର ବିଭିନ୍ନ ଜଟିଳ ସ୍ଥିତିକୁ ସେମାନେ ଯେଉଁଭଳି ଢଙ୍ଗରେ ପରିଚାଳନା କରନ୍ତି, ସେଥିପାଇଁ ପିଲାମାନେ ବାପାଙ୍କ ପରାମର୍ଶ ନେଇ କୃତଜ୍ଞ ମନେ କରନ୍ତି । ଏହି ପିତୃ ଦିବସରେ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ପିଲାମାନଙ୍କ ଜୀବନରେ ଲାଇଫ୍ ମିତ୍ର (ଜୀବନ ମିତ୍ର) ଭାବେ ପିତାଙ୍କ ବନ୍ଧୁ, ମାର୍ଗଦର୍ଶକ ଓ ଆର୍ଥିକ ପରାମର୍ଶଦାତା ଭାବେ ବିବିଧ ଭୂମିକାକୁ ପାଳନ କରାଯାଉଛି । କମ୍ପାନିର ପ୍ରମୁଖ ଡିଜିଟାଲ୍ ଅଭିଯାନ ‘ପାପା ହୈ ନା’ ଅଧୀନରେ ଏସ୍‌ବିଆଇ ଲାଇଫ୍ ଏକ ସୁନ୍ଦର ଡିଜିଟାଲ୍ ସିନେମା ରିିଲିଜ୍ କରିଛି ଯେଉଁଥିରେ ଜୀବନର ଆହ୍ୱାନକୁ ଅତିକ୍ରମ କରିବା ଲାଗି ବାପା କିଭଳି ନିଜ ଅନୁଭୂତିକୁ ବ୍ୟବହାର କରୁଛନ୍ତି ତାହା ଦର୍ଶାଯାଇଛି ।
ଏହି ଡିଜିଟାଲ୍ ସିନେମାରେ ଏସବିଆଇ ଲାଇଫ୍‌ର ବ୍ରାଣ୍ଡ୍ ଦର୍ଶନ ରହିଛି ଯେଉଁଥିରେ ବାପାଙ୍କ ପେସାଦାର ଓ ଯତ୍ନ ନେବାର ଦ୍ୱେତ ଭୂମିକାକୁ ପ୍ରଦର୍ଶନ କରାଯାଇଛି । ଲାଇଫ୍ ମିତ୍ର ଭାବେ ସେ ନିଜ ପୁଅକୁ ଏକ ଜଟିଳ ସମୟକୁ ଅତିକ୍ରମ କରିବାରେ ସାହାଯ୍ୟ କରୁଥିବା ଦେଖିବାକୁମିଳିବ । ପେସାଦାର ଓ ବ୍ୟକ୍ତିଗତ ଜୀବନର ଆହ୍ୱାନକୁ ଅତିକ୍ରମ କରିବାରେ ପରାମର୍ଶ ଦେବା ଲାଗି ବୀମା ପରାମର୍ଶଦାତାମାନେ କିଭଳି ଉପଯୁକ୍ତ ତାହାକୁ ଏହି ଡିଜିଟାଲ୍ ସିନେମା ଜରିଆରେ ପ୍ରଦର୍ଶନ କରାଯାଇଛି ।
ଏହି ଅଭିଯାନ ସମ୍ପର୍କରେ ଏସ୍‌ବିଆଇ ଲାଇଫ୍‌ର କର୍ପୋରେଟ୍ କମ୍ୟୁନିକେସନ୍ ଆଣ୍ଡ ସିଏସ୍‌ଆର୍ ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି ଯେ, “ପିତାମାନେ ପାରମ୍ପରିକ ଭାବେ ନିଜ ପରିବାର ପାଇଁ ଯୋଗାଣକାରୀ ଭାବେ ପରିଗଣିତ ହୋଇ ଆସୁଛନ୍ତି ଏବଂ ନିଜ ପ୍ରିୟଜନଙ୍କ ଆବଶ୍ୟକତା ଓ ଇଚ୍ଛା ପୂରଣ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ଏହି ଭୂମିକାରେ ଯଥେଷ୍ଟ ଉନ୍ନତି ଘଟିଛି । ଆଜି କାଲି ଜଣେ ପିତା କେବଳ ପରିବାରର ପ୍ରେରଣାଦାୟକ ମୁଖ୍ୟ ନୁହଁନ୍ତି, ବରଂ ନିଜ ପରିବାର ଓ ପିଲାମାନଙ୍କୁ ଜୀବନର ବାଧାବିଘ୍ନ ଦେଇ ଗତି କରିବା ପାଇଁ ମାର୍ଗଦର୍ଶନ କରିବାର ଦକ୍ଷତା ତାଙ୍କୁ ତାଙ୍କ ପିଲାମାନଙ୍କ ଜଣେ ବିଶ୍ୱସ୍ତ ବନ୍ଧୁ, ଏବଂ ପରାମର୍ଶଦାତାରେ ପରିଣତ କରିଛି । ଏସବିଆଇ ଲାଇଫର ପାପା ହୈ ନା ଚଳଚ୍ଚିତ୍ରରେ ଉଦାହରଣ ଦିଆଯାଇଛି ଯେ କିପରି ପିତାମାନେ ସେମାନଙ୍କ ଦକ୍ଷତାକୁ ସେମାନଙ୍କ ପିଲାଙ୍କ ଅଭିବୃଦ୍ଧି ପାଇଁ ବ୍ୟବହାର କରିପାରିବେ ।
ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ସେମାନଙ୍କ ବୃତି ପ୍ରତି ଏସବିଆଇ ଲାଇଫ ମିତ୍ରମାନଙ୍କର ଉଲ୍ଲେଖନୀୟ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛୁ ଏବଂ ସେମାନଙ୍କ ପିଲାମାନଙ୍କୁ ଅତ୍ୟଧିକ ଭଲପାଇବା ଦେଉଛୁ, ସେମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବାକୁ ପ୍ରୋତ୍ସାହିତ କରୁଛୁ, ସେମାନଙ୍କୁ ସବୁଠାରୁ କଠିନ ସମୟରେ କେବେ ବି ହାର ନମାନିବାକୁ ବାଧ୍ୟ କରୁଛୁ । ଏସ୍‌ବିଆଇ ଲାଇଫର ‘ପାପା ହୈ ନା’ ଡିଜିଟାଲ୍ ସିନେମାରେ ପ୍ରତି ବାପାଙ୍କ ଭୂମିକାକୁ ମାନ୍ୟତା ପ୍ରଦାନ କରାଯାଉଛି ଯିଏ ନିଜ ପିଲାମାନଙ୍କ ପାଇଁ ପ୍ରେରଣା ଭାବେ ଦଣ୍ଡାୟମାନ ହୋଇଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ଓ ସେମାନଙ୍କ ସ୍ୱପ୍ନ ପୂରଣ କରିବା ଲାଗି ବହୁ ଆଗକୁ ବଢ଼ିପାରନ୍ତି ।’’
ଏହି ଚଳଚିତ୍ରରେ ଏକ କ୍ରିକେଟ୍ ତାଲିମ ଶିବିର ବାହାରେ ଥିବା ଜୁସ୍ ସେଂଟର୍‌ର ଦୃଶ୍ୟ ଦେଖାଯାଇଛି ଯେଉଁଥିରେ ୧୧ ବର୍ଷୀୟ ବାଳକ ଚିଂଟୁ ଓ ତାଙ୍କ ବାପା ସୁରେଶ ମାଧବଙ୍କୁ ଜଣେ ଏସବିଆଇ ଲାଇଫ୍ ମିତ୍ର ଭାବେ ବାର୍ତାଳାପ କରୁଥିବା ଦେଖାଯାଇଛି । ଟିମ ପାଇଁ ମନୋନୀତ ହେବାରେ ବିଫଳ ହୋଇଥିବା ଚିଂଟୁ କ୍ରିକେଟ ଛାଡ଼ିବା ବିଷୟରେ ବିଚାର କରୁଥିବା ବେଳେ ତାଙ୍କ ବାପା ଲାଇଫ୍ ମିତ୍ର ଭାବେ ନିଜ ଅଭିଜ୍ଞତାକୁ ବ୍ୟବହାର କରି ନିଜକୁ ପ୍ରଫେସନାଲ୍ ଭାବେ ସମୃଦ୍ଧ କରିବା ଲାଗି ପରାମର୍ଶ ଦେଉଛନ୍ତି ।
ଡେଂନ୍‌ସୁ କ୍ରିଏଟିଭର ଡିଜିଟାଲ ଏକ୍ସପିରିଏନ୍ସ ସଭାପତି ସାହିଲ ଶାହା କହିଛନ୍ତି ଯେ, “ଏହି ଚଳଚ୍ଚିତ୍ରରେ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ସହିତ ଆମର ସହଯୋଗ ଜୀବନ ମିତ୍ର ପିତାଙ୍କୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରୁଛି । ସେମାନଙ୍କ ଦ୍ୱିତୀୟ ଭୂମିକାକୁ ପରାମର୍ଶଦାତା ଏବଂ ବନ୍ଧୁ ଭାବରେ ଚିତ୍ରଣ କରାଯାଇଛି । ଏସ୍‌ବିଆଇ ଲାଇଫ୍‌ର ପାପା ହୈ ନା ଅଭିଯାନ ଜରିଆରେ ଆମର ଦୀର୍ଘଦିନର ସମ୍ପର୍କ ଥିବା ବେଳେ ଏଥର ବନ୍ଧୁତାରେ ଆଧାରିତ ବାପାଙ୍କ ଉପଦେଶ କିପରି କେବେ ବି ଭୁଲହୋଇନଥାଏ ତାହା ଉପରେ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛୁ ।’’

Share It

Comments are closed.