ଭିନ୍ନ ଏକ ଢଙ୍ଗରେ ବକରୀଦକୁ ପାଳନ କଲା ରାଷ୍ଟ୍ରୀୟ ମୁସଲିମ ମଞ୍ଚ


ଗୋଟେ ପଟେ ସାରା ଦେଶର ଲୋକେ ବକରୀଦ ବା ଇଦ-ଅଲ ଅଧା ପର୍ବକୁ ବଳିଦାନର ପର୍ବ ସୂରୁପ ପଶୁ ମାନଙ୍କ ବଳି ଦେଇ ଏହାକୁ ପାଳନ କରୁଥିବା ବେଳେ ତେବେ ରାଷ୍ଟ୍ରୀୟ ମୁସଲିମ ମଞ୍ଚ ଭିନ୍ନ ଏକ ଢଙ୍ଗରେ ଏହାକୁ ପାଳନ କରିଛି । ରାଷ୍ଟ୍ରୀୟ ମୁସଲିମ ମଞ୍ଚ ପଶୁ ବଳି ପ୍ରଥାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଭିନ୍ନ ଏକ ଢଙ୍ଗରେ ବକରୀଦକୁ ପାଳନ କରିଛି ।
ରାଷ୍ଟ୍ରୀୟ ମୁସଲିମ ମଞ୍ଚର କହିବା ମୁତାବକ ଯଦି ଲୋକମାନେ ଛେଳି କାଟିବା ଅପେକ୍ଷା ତା’ର ଏକ ଫଟୋ ଥିବା କେକକୁ କାଟି ପାଳନ କରାଯାଏ, ତାହା ବେଶ ଉତ୍ତମ ହୁଅନ୍ତା । ସଂଗଠନର ସଂଯୋଗଜ ରାଜା ରାୟସ ରହିଛନ୍ତି “ଇସଲାମ ଧର୍ମରେ ପଶୁ ବଳି ଦେବା ଜରୁରୀ ନାହିଁ ” । ଅଲ୍ଲା ସମସ୍ତ ଜୀବ ପ୍ରତି ସଭିଏଁ ଦୟାବାନ ହୁଅ ବୋଲି ଚାହଁନ୍ତି । ଆମର ମୁସଲିମ ଭାଇମାନେ ଛେଳି ଆକାରରେ ଏକ କେକ ବି କାଟି ପାରିବେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗ (ଆରଏସଏସ) ସମ୍ବନ୍ଧିତ ରାଷ୍ଟ୍ରୀୟ ମୁସଲିମ ମଞ୍ଚର ସ୍ଥାପନା ବର୍ଷ ୨୦୦୨ରେ ଶାସନରେ ଥିବା ବିଜେପିର ଆଦର୍ଶବାଦୀ ପରାମର୍ଶଦାତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗ କରିଥିଲା ।

ଏହି ମୋର୍ଚ୍ଚାରେ ଦେଶର କୋଣ ଅନୁକୋଣରୁ ୧୩ ଲକ୍ଷରୁ ଇଦ୍ଧ୍ୱର୍ କର୍ମୀ ଅଛନ୍ତି, ଯେଉଁମାନେ ପଶୁ ବଳି ପ୍ରଥାକୁ ବିରୋଧ କରୁଛନ୍ତି । ରାଷ୍ଟ୍ରିୟ ମୁସଲିମ ମଞ୍ଚ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷପକୁ ଅଧିକାଂଶ ଲୋକେ ସମର୍ଥନ କରୁଥିବା ବେଳେ କେତେକ ଲୋକେ ଏହାକୁ ବିରୋଧ ମଧ୍ୟ କରିଛନ୍ତି । ଏହି ମୋର୍ଚ୍ଚାର ମୁଖ୍ୟ କାର୍ଯ୍ୟଳୟ ଉତ୍ତର ପ୍ରଦେଶ ଲକ୍ଷେ୍ନ÷÷ା ଠାରେ ଅବସ୍ଥିତ । ଏହି ସପ୍ତାହ ଆରମ୍ଭରେ ବିଜେପି ଶାସିତ କେତେକ ରାଜ୍ୟମାନଙ୍କରେ ଖୋଲା ଖାଲି ପଶୁ ବଳି ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇଦିଆଯାଇଥିଲା । ଏହା ସହ ଉକ୍ତ ରାଜ୍ୟ ମାନଙ୍କର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେପରି କୌଣସି ବି ଅଞ୍ଚଳରେ ପଶୁର ରକ୍ତ ଏବଂ ହାଡକୁ ଭକ୍ତଙ୍କ ଦ୍ୱାରା ବିସର୍ଜନ କରାନଯାଏ ।


Share It

Comments are closed.