ଚଳିତ ଦିପାବଳୀରେ ରିଲାଏନ୍‌ସ ଡିଜିଟାଲର ‘ଇଲେକ୍‌ଟ୍ରୋନିକ୍ସ ଉତ୍ସବ’


ଭୁବନେଶ୍ୱର: ରିଲାଏନ୍‌ସ ଡିଜିଟାଲ୍ ଚଳିତ ବର୍ଷ ଇଲେକ୍‌ଟ୍ରୋନିକ୍ସ ଉତ୍ସବରେ ଅନେକ ବୃହତ୍ ଓ ଆକର୍ଷଣୀୟ ଅଫର ନେଇ ଆସିଛି । ଗ୍ରାହକମାନେ ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍‌ସ ସମ୍ଭାର ପାଇବା ସହିତ ଏଚଡିଏଫସି ବ୍ୟାଙ୍କ ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ରେ ୧୦% କ୍ୟାସ ବ୍ୟାକ୍‌ର ଲାଭ ପାଇପାରିବେ । ଏହା ସହିତ ରିଲାଏନ୍‌ସ ଡିଜିଟାଲ ଓ ଅନଲାଇନ୍ www.reliancedigital.in ରେ ସହଜ ଇଏମଆଇ ସୁବିଧା ପାଇପାରିବେ । ଗ୍ରାହକମାନେ ମଧ୍ୟ ସିଟି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କ ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ ଓ ଇଏମଆଇରେ ୪୫୦୦/- ଟଙ୍କା ପର୍ଯ୍ୟନ୍ତ ଡିସକାଉଂଟ ପାଇପାରିବେ । ଆମେରିକାନ ଏକ୍ସପ୍ରେସ ଗ୍ରାହକମାନେ ଆମେରିକାନ ଏକ୍ସପ୍ରେସ୍ କାର୍ଡ଼ରେ ଟ.୨୦୦୦/- ର ଫ୍ଲାଟ୍ ଡିସକାଉଂଟ ସୁବିଧା ପାଇପାରିବେ । ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ପାର୍ବଣ ଉପହାର ସ୍ୱରୂପ, କ୍ରେତାମାନେ ଟ.୧୦୦୦/- ପର୍ଯ୍ୟନ୍ତ ମୂଲ୍ୟର ଭାଉଚର ପାଇପାରିବେ । ଏହି ସେଲ୍ ବର୍ତମାନ ଚାଲୁ ରହିଛି ଓ ଏହା ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲୁ ରହିବ ।

ସମସ୍ତ ବର୍ଗରେ ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି – ଏହି ସାମିଲ୍ ରହିଛି ମୋବାଇଲ୍ ଫୋନ ଅଫର, ସାମସଙ୍ଗ ଗାଲାକ୍ସି ଏସ୨୦ ବର୍ତମାନ ରିହାତି ମୂଲ୍ୟ ଟ.୪୦,୯୯୯/- ଟଙ୍କା ରେ ଉପଲବ୍ଧ ଯେଉଁଥିରେ ରହିଛି ଏଚଡିଏଫସି ବ୍ୟାଙ୍କ କ୍ୟାସ ବ୍ୟାକ୍ ଏହା ସହିତ ନୂତନ ଭାବରେ ଶୁଭାରମ୍ଭ ହୋଇଥିବା ଆଇଫୋନ୍ ୧୨ ଓ ଆଇଫୋନ୍ ୧୨ ପ୍ରୋ ରେ ମଧ୍ୟ ଅଫର ପ୍ରଦାନ କରାଯାଉଛି । ଗ୍ରାହକମାନେ ମଧ୍ୟ ଆଇଫୋନ୍ ୧୧ କୁ ମାସିକ ୨୭୯୬/- ଟଙ୍କା କିସ୍ତିରେ ପାଇପାରିବେ ଏବଂ ଏଥିରେ ରହିଛି ୪୦% ପର୍ଯ୍ୟନ୍ତ ଆଶ୍ୱସ୍ତ ବାଏବ୍ୟାକ୍ ସୁବିଧା । ଅନ୍ୟ ବର୍ଗରେ ସାମସଙ୍ଗ ଗାଲାକ୍ସି ୱାଚ୍ ଏଲଟିଇ (୪୨ ମିମି) ରିହାତି ମୂଲ୍ୟ ୧୩,୯୫୦/- ଟଙ୍କା ରେ ଉପଲବ୍ଧ ରହିଛି ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଏଚଡିଏଫସି କ୍ୟାସବ୍ୟାକ୍ ।

ଯେଉଁମାନେ ଏହି ପାର୍ବଣ ଋତୁରେ ନିଜର ଉତ୍ପାଦକତାକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି ସେମାନେ ଆସସ୍ ଥିନ୍ ଓ ହାଲୁକା ଲାପ୍‌ଟପ ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ ଯାହାକି ୧୮,୯୯୯ ଟଙ୍କାରୁ ଆରମ୍ଭ ଓ ଏଥିରେ ରହିଛି ୨ ବର୍ଷର ୱାରେଂଟି ଓ ୬୮୦୦/- ଟଙ୍କା ପର୍ଯ୍ୟନ୍ତ ଲାଭ । ଡେଲ୍ ଇଂଟେଲ୍ କୋର ଆଇ୩ ଲାପ୍‌ଟପ୍ ଟ.୩୭,୪୯୯/- ରୁ ଆରମ୍ଭ ଓ ଏଚପି ଏଏମ୍‌ଡି ରେଜେନ୍ ୫ ଲାପଟପ୍ ଟ.୪୧,୨୯୦/- ରୁ ଆରମ୍ଭ ହେଉଛି, ଇଂଟେଲ୍ ଏକାଦଶ ଜେନେରେସନ ଲାପଟପ୍ ଲାଇନଅପ୍  ଯେଉଁଥିରେ ଏମଏସ ଅଫିସ୍ ପୂର୍ବରୁ ଇନ୍‌ଷ୍ଟାଲ୍ ହୋଇ ରହିଛି ତାହାର ମୂଲ୍ୟ ହେଉଛି ଟ.୪୭,୯୯୯/- । ଗେମର୍ସମାନେ ଏହା ଜାଣି ଖୁସି ହେବେ ଯେ ଗେମିଂ ଲାପଟପ୍ ଗୁଡ଼ିକରେ ବର୍ତମାନ ୧୦% ରିହାତି ରହିଛି । ଯେଉଁମାନେ ସେମାନଙ୍କର ପିଲାମାନଙ୍କୁ ଘରେ ପାଠ ପଢ଼ାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ରହିଛି ସାସମଙ୍ଗ ଟାବ୍ ଏଲଟିଇ ସହିତ ରହିଛଇ ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୧,୯୯୯/- ଟଙ୍କା ।
ଗ୍ରାହକମାନେ ମଧ୍ୟ ଟେଲିଭିଜନରେ ଆକର୍ଷଣୀୟ ଅଫର ପାଇପାରିବେ ଯେଉଁଥିରେ ବ୍ୟାପକ ଶ୍ରେଣୀର ୩୨ଇଞ୍ଚ ସ୍ମାର୍ଟ ଟିଭି ଗୁଡ଼ିକ ମଧ୍ୟରେ ହାଇ-ସେନ୍‌ସ, ତୋସିବା, ୱାନପ୍ଲସ ଓ ଟିସିଏଲ୍ ସାମିଲ୍ ରହିଛି । ଏହା ୩ ବର୍ଷର ୱାରେଂଟି ସହ ଆସୁଛି ଯାହା ଟ.୧୨,୪୯୦/- ରୁ ଆରମ୍ଭ ଓ ସାମସଙ୍ଗ ୫୦ ଇଞ୍ଚ କ୍ୟୁଏଲଇଡି ସ୍ମାର୍ଟ ଟିଭିର ମୂଲ୍ୟ ରହିଛି ଟ.୬୪,୯୯୦/- ଏବଂ ଏହା ସହିତ ରହିଛି ୩ ବର୍ଷର ୱାରେଂଟି ସୁବିଧା । ଯେଉଁ ଗ୍ରାହକମାନେ ଏଲଜି ଓଏଲଇଡି ଟିଭି କ୍ରୟ କରିବେ ସେମାନେ ଟ.୬୪,୯୯୦/- ପର୍ଯ୍ୟନ୍ତ ମାଗଣା ଉପହାର ପାଇପାରିବେ ଓ ଏଥିରେ ରହିଛି ୩ ବର୍ଷର ୱାରେଂଟି ଓ ୩ ମାସର ମାଗଣା ନେଟଫ୍ଲିକ୍‌ସ ସବ୍‌ସ୍କ୍ରିପ୍‌ସନ ।

ଯେଉଁମାନେ ହୋମ୍ ଆପ୍‌ଲିଆନ୍‌ସେସ୍ କ୍ରୟ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ମାତ୍ର ଟ.୪୯,୯୯୦/- ରେ ରେଫ୍ରିଜରେଟର, ଟପଲୋଡ୍ ୱାସିଂ ମେସିନ୍ ଟ.୧୧,୯୯୦/- ଓ ୱାସର-ଡ୍ରାୟର୍ସ ଟ.୪୨,୯୯୦/- ରେ ପାଇପାରିବେ । ସ୍ପେସମାକ୍ସ ଫ୍ୟାମିଲି ହବ୍ କ୍ରୟ କରୁଥିବା ଗ୍ରାହକମାନେ ଟ.୪୩,୦୦୦/- ମୂଲ୍ୟର ଫ୍ରି ନୋଟ୍ ୧୦ ଲାଇଟ୍ ପାଇପାରିବେ ।

ଚଳିତ ବର୍ଷ ଇଲେକ୍‌ଟ୍ରୋନିକ୍ସର ଉତ୍ସବ ଆହୁରି ମଜାଦାର ହେବ କାରଣ ଏଥିରେ ରହିଛି ସହଜିଆ ଫାଇନାନ୍ସ ଓ ଇଏମଆଇ ସୁବିଧା । ଗ୍ରାହକମାନେ ମଧ୍ୟ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର୍ସରୁ ବା www.reliancedigital.in ରୁ ଏହି ସୁବିଧା ପାଇପାରିବେ । ଏଥିରେ ମଧ୍ୟ ରହିଛି ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ । ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ
ରିଲାଏନ୍‌ସ ଡିଜିଟାଲ୍ ହେଉଚି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ରୁ ଅଧିକ ସହରରେ ୪୦୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି । ଏଥିରେ ରହିଛି ୨୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ । ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ୍ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛିପାରିବେ । ରିଲାଏନ୍‌ସ ଡିଜିଟାଲ୍‌ରେ, ତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍‌୍ରୟ ପରବର୍ତି ସେବା ପ୍ରଦାନ କରିଥାଏ । ରିଲାଏନ୍‌ସ ରେସ୍‌କ୍ୟୁ ଯାହାକି ରିଟେଲରଙ୍କର ସର୍ଭିସ୍ ଶାଖା  ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଥାଏ ।

ସହଜରେ କ୍ରୟ କରିବା ପାଇଁ, ବର୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (ଆପଣଙ୍କ ନିକଟରେ ଥିବା ଷ୍ଟୋରରୁ) ପ୍ରଦାନ କରେ । ଗ୍ରାହକମାନେ ମଧ୍ୟ ୱେବସାଇଟ୍ ଜରିଆରେ କ୍ରୟ କରିପାରିବେ ଓ ନିକଟତମ ଷ୍ଟୋରରୁ ତାଙ୍କର ଉତ୍ପାଦକୁ ନେଇ ପାରିବେ ।
ଅଧିକ ସୂଚନା ପାଇଁ ଲଗ ଅନ୍ କରନ୍ତୁ www.reliancedigital.in


Share It

Comments are closed.