ଆପଣଙ୍କୁ ହୃଦରୋଗ ଭଳି ବେମାର ଠାରୁ ଦୂରେଇ ରଖିବ ଏହି ପଶୁ


କୁକୁର ପାଳୁଥିବା ଲୋକମାନେ ଏହି କଥାକୁ ଭଲଭାବରେ ଜାଣିଥିବେ ଯେ ତାଙ୍କର କୁକୁର ତାଙ୍କୁ କେତେ ଆଶ୍ୱସ୍ତି ଏବଂ ଶାନ୍ତି ପ୍ରଦାନ କରେ । କିନ୍ତୁ ଏଇ କଥା ସହ ଅନେକ ଅଜଣା ଥିବେ ଯେ ତାଙ୍କର କୁକୁର ତାଙ୍କ ହୃଦୟ ସହ ଯୋଡ଼ିହୋଇଥାଏ । ଆପଣ ନିଶ୍ଚୟ ସଂଶୟରେ ପଡ଼ିଯାଇଥିବେ । ତେବେ ଆସନ୍ତୁ ଆପଣଙ୍କ ସଂଶୟକୁ ଦୂର କରିବା ।
ଅଧ୍ୟୟନ ଅନୁଯାୟୀ ଯଦି କୌଣସି ମଣିଷ ଚାପଗ୍ରସ୍ତ ଥାଏ ତେବେ କୁକୁର ମାନଙ୍କ ସହ ସମୟ ବିତାଇବା ଉତ୍ତମ ସାବ୍ୟସ୍ତ ହୋଇଥାଏ । କୁକୁର ମଣିଷର ମାନସିକ ଚାପକୁ କମ କରିଥାଏ ଯେଉଁ କାରଣରୁ ହୃଦ ସମ୍ପର୍କୀତ ରୋଗ ଗୁଡ଼ିକର ଆଶଙ୍କା ମଧ୍ୟ କମ ହୋଇଯାଇଥାଏ । ଯେତେବେଳେ କି ପୋଷା କୁକୁର ସହ ରହୁଥିବା ହୃଦ ରୋଗୀମାନଙ୍କ କ୍ଷେତ୍ରରେ ମୃତ୍ୟୁର ବିପଦ କମ ହୋଇଥାଏ ।
ବିଶେଷ ଭାବେ ଦେଖିବାକୁ ଗଲେ କୁକୁର ପାଳୁଥିବା ଲୋକମାନଙ୍କର ହୃଦୟ ଅଧିକ ସ୍ୱାସ୍ଥ୍ୟବାନ ହୋଇଥାଏ । ଏମିତିରେ କକୁର ଅନ୍ୟ ପଶୁମାନଙ୍କ ତୁଳନାରେ ଅଧିକ ସକ୍ରିୟ ହୋଇଥାନ୍ତି । ଏହି କାରଣରୁ କୁକୁର ପାଳୁଥିବା ଲୋକମାନେ ମଧ୍ୟ ସକ୍ର୍ରିୟ ରହିଥାନ୍ତି । ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ କୁକୁର ପାଳୁ ନ ଥିବା ଲୋକମାନଙ୍କ ତୁଳନାରେ କୁକୁର ପାଳୁଥିବା ଲୋକମାନଙ୍କଠାରେ ରକ୍ତଚାପର ମାତ୍ରା କମ ଥାଏ । ଏହାର କାରଣ ହେଉଛି କୁକୁରମାନଙ୍କର ଆମ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ତେଣୁ କୁକୁରଙ୍କ ସହିତ ସକ୍ରିୟ ଜୀବନଶୈଳୀ ଆପଣେଇ ଆପଣ ନିଜକୁ ମଧ୍ୟ ସୁସ୍ଥ ରଖିପାରିବେ ।


Share It

Comments are closed.