ନଭେମ୍ବର ୩୦ରୁ ବନ୍ଦ ହୋଇଯିବ ଏସବିଆଇର ଏହି ସବୁ ସୁବିଧା


ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଯଦି ଆପଣଙ୍କ ଆକାଉଣ୍ଟ ଥାଏ, ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଡ଼ିସେମ୍ବର ୧ରୁ ଏସବିଆଇ ଗ୍ରାହକମାନେ ନିମ୍ନଳିଖିତ ଏହି ୪ଟି ସେବା ପାଇବାରୁ ବଞ୍ଚିତ ହେବେ । ଏହିସବୁ ଅସୁବିଧାରୁ ବଞ୍ଚିବା ପାଇଁ ନିଜକୁ ପ୍ରସ୍ତୁତ କରିନିଅନ୍ତୁ ।

ବନ୍ଦ ହୋଇଯିବ ନେଟ ବ୍ୟାଙ୍କିଙ୍ଗ
ଯଦି ଆପଣମାନେ ଆପଣଙ୍କ ମୋବାଇଲ ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ କରିନାହାଁନ୍ତି, ତେବେ ଆପଣଙ୍କୁ ଇଣ୍ଟରନେଟ ବ୍ୟାଙ୍କିଂ ସେବା ଏବଂ ଅନଲାଇନ୍ ବ୍ୟାଙ୍କିଂ ସେବା ବନ୍ଦ ହୋଇପାରେ । ଏଥି ନିମନ୍ତେ ବ୍ୟାଙ୍କ ତରଫରୁ ଲଗାତାର ଗ୍ରାହକ ମାନଙ୍କୁ ନୋଟିଫିକେସନ୍ ପଠାଯାଉଛି । ତେଣୁ ଏପର୍ଯ୍ୟନ୍ତ ଯେଉଁ ଗ୍ରାହକମାନେ ମୋବାଇଲ ନମ୍ବର ଆକାଉଣ୍ଟରେ ଲିଙ୍କ କରିନାହାଁନ୍ତି, ସେମାନେ ଅତି ଶୀଘ୍ର ସେମାନଙ୍କର ମୋବାଇଲ ନମ୍ବରକୁ ଆକାଉଣ୍ଟରେ ଲିଙ୍କ କରାନ୍ତୁ ।
ଏସବିଆଇ ବଡ଼ି ହୋଇଯିବ ପୁରୁଣା
ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏହାର ମୋବାଇଲ ୱାଲେଟ୍ ଏସବିଆଇ ବଡ଼ିକୁ ୧ ଡ଼ିସେମ୍ବରରୁ ବନ୍ଦ କରାଯିବ । ଯେବେକି ବ୍ୟାଙ୍କ ପକ୍ଷରୁ ଉକ୍ତ ସେବା ଅନେକ ଦିନ ପୂର୍ବରୁ ବନ୍ଦ ହୋଇଯାଇଛିବୋଲି କୁହାଯାଇଛି । କିନ୍ତୁ ଯେଉଁ ଗ୍ରାହକଙ୍କ ନିକଟରେ ଉକ୍ତ ୱାଳେଟରେ ପଇସା ଅଛି, ତାହା କିପରି ଫେରାଇ ଦିଆଯିବ, ସେଥି ସମ୍ପର୍କିତ କୌଣସି ସୂଚନା ଅଦ୍ୟାବଧି ଦିଆଯାଇନାହିଁ ।
ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ଅନ୍ତିମ ସୂଯୋଗ
ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହିବି ସଦସ୍ୟ ଅବସର ନେଇସାରିଛନ୍ତି ଏବଂ ସେମାନଙ୍କର ପେନସନ୍ ଏସବିଆଇ ଶାଖାରେ ମିଳୁଥାଏ , ତେବେ ୩୦ ନଭେମ୍ବର ଭିତରେ ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ । ଏପରି ନକଲେ ସେମାନଙ୍କର ପେନସନ୍ ବନ୍ଦ ହୋଇଯାଇପାରେ ।
ପେନସନ୍ ଲୋନ୍ ସୁବିଧା ବନ୍ଦ
ଏସବିଆଇ ପକ୍ଷରୁ ପେନସନ୍ ପାଇଁ ପାର୍ବଣ ସମୟରେ ଋଣ ପ୍ରଦାନ କରିବାର ସୁବିଧା ଆରମ୍ଭ କରାଯାଇଥିଲା । ଯାହାକି କେବଳ ଏସବିଆଇ ମାଧ୍ୟମରେ ପାଉଥିବା ପେନସନଧାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ବ୍ୟାଙ୍କ ଅନୁଯାୟି ୭୬ ବର୍ଷରୁ କମ୍ ବୟସ୍କ କେନ୍ଦ୍ରିୟ, ରାଜ୍ୟ ଏବଂ ସେନାରୁ ଅବସର ଗ୍ରହଣ କରିଥିବା ପେନସନ ଉପଭୋକ୍ତାମାନଙ୍କ ପାଇଁ ଉକ୍ତ ଅଫର ଆରମ୍ଭ କରାଯାଇଥିଲା, ଯାହାକି ୩୦ ନଭେମ୍ବରରେ ଶେଷ ହୋଇଯିବ ।


Share It

Comments are closed.