ଭୁବନେଶ୍ୱରରେ ତିନି ଦିନିଆ ତୃତୀୟ ପେଲଭି-ଏସଟାବୁଲାର ସର୍ଜନ ବାର୍ଷିକ ସମ୍ମିଳନୀର ଶୁଭାରମ୍ଭ


ଆସୋସିଏସନ ଅଫ ପେଲଭିକ୍ ଏସଟାବୁଲାର ସର୍ଜନ (ଏଓପିଏସ) ପକ୍ଷରୁ ଭୁବନେଶ୍ୱରର ହୋଟେଲ୍ ମେ’ ଫେୟାର କନଭେନସନ୍ରେ ପେଲଭି-ଏସଟାବୁଲାର ସର୍ଜନମାନଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଇଛି । ଏହି ତିନିଦିନିଆ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି ଓ ଏହା ମାର୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀରେ ସମୃଦ୍ଧ ମାନର କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯିବ ।
ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି “ଆପ୍ରୋଚ ରାଇଟ୍, ରିଡୁୃ୍ୟସ ଆନାଟୋମିକାଲି, ଫିକ୍ସ ୱେଲ୍ ଆଣ୍ଡ୍ ଆଭଏଡ୍ କମ୍ପ୍ଲିକେସନ-ସକ୍ସେସ୍ କୁଡ୍ ବି ୟୋରସ୍’ । ଏହି ସମ୍ମିଳନୀରେ ଡିଟାକ୍ଟିକ୍ ବକ୍ତୃତା, କାଡାଭେରିକ୍ କର୍ମଶାଳା ଏବଂ ଲାଇଭ୍ ସର୍ଜରି ଆୟୋଜନ କରାଯାଇଛି । ପ୍ରଥମ ଥର ପାଇଁ ଏଓପିଏଏସ୍ ୨୦୧୯ରେ ଆଲୋଚନା ଏବଂ ମିଟ୍ ଦି ମାଷ୍ଟର୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯାହା ସବୁ ପ୍ରକାର ନୂଆ ଏବଂ ପୁରୁଣା ସର୍ଜନଙ୍କ ପାଇଁ ବେଶ ଉପାଦେୟ ସାବ୍ୟସ୍ତ ହୋଇଛି । ଟୋଟାଲ୍ ହିପ୍ ରିପ୍ଲେସ୍ମେଂଟ୍ ଉପରେ ମଧ୍ୟ ଆଲୋଚନା ହୋଇଛି ।
ଏହି କର୍ମଶାଳାରେ ଗୀତାଞ୍ଜଳି ବଟମାନାବେନ, ନିର୍ଦେଶକ, ଏମସ୍ ଓ ସୁଧୀର ଦିଗିକର, ସିଇଓ, ଆପୋଲୋ ହସ୍ପିଟାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେମାନଙ୍କ ବ୍ୟତୀତ ଆମେରିକା ଡକ୍ଟର ତାନିଆ ଫର୍ଗୁସନ, ସାମସଙ୍ଗର ଡକ୍ଟର ସାଗି, ଆର୍ଜେଟିଂନାର ଡକ୍ଟର କାର୍ଲୋସ ସାନସିଟୋ ଏବଂ ୟୁକ୍ରେନର ଡକ୍ଟର ବୋନ୍ଦାରେଙ୍କୋ ଉପସ୍ଥିତ ଥିଲେ ।
ଏହି ଅବସରରେ ଡକ୍ଟର ଚିତ ପ୍ରସାଦ ଦାସ, ଅଧ୍ୟକ୍ଷ, ଆୟୋଜନ କମିଟି କହିଛନ୍ତି ଯେ, “ଆମେ ବିଶ୍ୱ ସ୍ତରର ବିଶିଷ୍ଟ ସର୍ଜନମାନଙ୍କୁ ଆମନ୍ତ୍ରଣ କରିଛୁ ଯେଉଁମାନେ ତାଙ୍କ କାମ ପାଇଁ ସାରା ବିଶ୍ୱରେ ପରିଚିତ ଏବଂ ଆମର ଆନ୍ତର୍ଜାତିକ ଫାକଲ୍ଟି ଭାବେ ଆମେରିକା ଏବଂ ଦକ୍ଷିଣ ଆମେରିକାର ଉକ୍ରର୍ଷ କେନ୍ଦ୍ରର ପ୍ରତିନିଧି ଯୋଗ ଦେଇଛନ୍ତି । ସମ୍ମିଳନୀରେ ନୂତନ ଏବଂ ଅଭିଜ୍ଞ ସର୍ଜନଙ୍କ ପାଇଁ କାଡାଭେରିକ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି ।
ଡକ୍ଟର ସୁଜିତ କୁମାର ତ୍ରିପାଠୀ, ସମ୍ପାଦକ, ଆୟୋଜନ କମିଟି କହିଛନ୍ତି ଯେ, “୩୫ ଫାକଲଟି, ୫ ଆନ୍ତର୍ଜାତିକ ଫାକଲଟି ସମେତ ମୋଟ ୨୫୦ ପ୍ରତିନିଧି ଏଥିରେ ଅଂଶ୍ରଗହଣ କରିଛନ୍ତି । ଏହି ସମ୍ମିଳନୀକୁ ଭାବ ବିନିମୟ ଭିତିକ ଏବଂ ଆଲୋଚନା ଏବଂ ପ୍ରଶ୍ନୋତର ଭିତିକ କରିବାକୁ ଆୟୋଜନ କମିଟି ବଦ୍ଧପରିକର ।’’


Share It

Comments are closed.