ଏହି ପନିପରିବା ହୋଇଥାନ୍ତି ଆମପାଇଁ ସୁରକ୍ଷାକବଚ, ବଡ଼ ଠାରୁ ବଡ଼ ରୋଗକୁ ମଧ୍ୟ ଦୂରକରନ୍ତି


ଶୀତ ଋତୁରେ ଲୋକମାନେ ଖାଦ୍ୟକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି । ଏହି ଋତୁରେ ସବୁଜ ପତ୍ରଯୁକ୍ତ ପନିପରିବା, ଭିନ୍ନଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଇବା ଏପରିକି ସୁସ୍ଥକର, ତା ଠାରୁ ଅଧିକ ଆଉ କଣ ଦରକାର । ସେ ପରଟା ହେଉ କିମ୍ବା ଶାଗ, ସୁପ କିମ୍ବା ଜୁସ, ପନିପରିବା କିମ୍ବା ଗାଜର ହାଲୱା ଶୀତ ଋତୁରେ ଏସବୁର ମଜା ହିଁ କିଛି ଅଲଗା । ତେଣୁ ଜାଣି ରଖନ୍ତୁ ଏହି ଋତୁରେ ମିଳୁଥିବା ସବୁଜ ପତ୍ର ଯୁକ୍ତ ପନିପରିବା ଆପଣଙ୍କ ପାଇଁ କେତେ ଉପକାରୀ ସାବ୍ୟସ୍ତ ହୋଇଥାଏ ।
ସବୁଜ ପତ୍ରରେ ଥିବା ଭିଟାମିନ ସି, ଅସ୍ଥି ଏବଂ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ବର୍ତ୍ତମାନ ସମୟରେ କିଡନୀରେ ପଥର ଜମିବା ଏକ ସାମାରଣ ସମସ୍ୟା ହୋଇଗଲାଣି । କିନ୍ତୁ ସବୁଜ ପନିପରିବା ଆପଣଙ୍କୁ ଏଥିରୁ ବଞ୍ଚାଇ ପାରିବ । ଆଜ୍ଞା ହଁ ସବୁଜ ପରିବା ଖାଇବା ଦ୍ୱାରା କିଡନୀ ପରିଷ୍ୃତ ହୋଇଥାଏ ଏବଂ ଏସିଡ ଜମା ହୋଇନଥାଏ । ଏହା ପଥରର ବିପଦକୁ କମ କରିଥାଏ ।
ସବୁଜ ପନିପରିବାରେ ବହୁ ମାତ୍ରାରେ ଭିଟାମିନ-କେ ରହିଥାଏ, ଯାହା ତ୍ୱଚାକୁ ଯୁବା ରଖିବା ପାଇଁ ପାରଙ୍ଗମ ହୋଇଥାଏ । ଏହା ବ୍ୟତୀତ ଏହା ଶୀରା ପ୍ରଶିରା ପାଇଁ ମଧ୍ୟ ଭଲ ହୋଇଥାଏ । ଦୈିନିକ ମାତ୍ର ଗୋଟେ କପ କଞ୍ଚା ସବୁଜ ପନିପରିବା, ଭିଟାମିନ-କେର ଆବଶ୍ୟକତାକୁ ପୂରା କରିଥାଏ । ସବୁଜ ପନିପରିବା ଏହି ଲହ୍ୱ ତତ୍ତ୍ୱକୁ ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ । ଖାଦ୍ୟରେ ଆଇରନରେ ଭରପୁର ପାଳଙ୍ଗ, ମୂଳାପତ୍ର, ସୋୟା, ସୋରିଷ ଏବଂ ମେଥି ଆଦିକୁ ସାମିଲ କରନ୍ତୁ । କେତେକ ଗବେଷଣାରୁ ଏହା ସାବ୍ୟସ୍ତ ହୋଇଛି ଯେ ମିନେରାଲ ଯୁକ୍ତ ଆହାର କ୍ୟାନ୍ସର ଭଳି ବେମାର ଠାରୁ ମଧ୍ୟ ରକ୍ଷା କରିଥାଏ । ସବୁଜ ପନିପରିବାରେ ସଲ୍ୟୁବଲ ଫାଇବର, ଆଇରନ, ମିନେରାଲ ଏବଂ କ୍ୟାଲସିୟମ ଆଦି ଭରପୂର ମାତ୍ରାରେ ରହିଥାଏ ।


Share It

Comments are closed.