ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରେ ଏହି ଦୁଇଟି ପତ୍ର


ଆମେ ଆମ ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ପନିପରିବା ଓ ଶାଗ ଇତ୍ୟାଦି ଖାଉଥାଉ । ତେବେ ଏଭଳି ଅନେକ ପତ୍ରଯୁକ୍ତ ଖାଦ୍ୟ ରହିଛି ଯାହାକି ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ । ଆସନ୍ତୁ ଜାଣିବା ଏହିପରି ୨ଟି ପତ୍ରର ଉପକାରୀ ଗୁଣ ବିଷୟରେ

ଧନିଆ ଗୁଣ୍ଡ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ନିୟମିତ ଅଳ୍ପ ଧନିଆ ଚୋବାଇ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ବେଳେ ବେଳେ ହଠାତ ନାକରୁ ରକ୍ତ ବାହାରିଥାଏ। ଧନିଆର ରସ ପକାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

ଧନିଆର ଔଷଧୀୟ ଗୁଣ –

କାଶ ଓ ଥଣ୍ଡା ପାଇଁ ଧନିଆକୁ ଉଷୁମ ପାଣିରେ ପକାଇ ଏହାକୁ ଛାଣନ୍ତୁ। ଛାଣିବା ପରେ ଏଥିରେ ମିଶ୍ରି ସାମାନ୍ୟ ହଳଦୀ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏହାକୁ ପିଅନ୍ତୁ। ଏପରି କରିବା ଫଳରେ ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ। ଚା’ପ୍ରସ୍ତୁତ କରିବା ସମୟରେ ମଧ୍ୟ ଧନିଆକୁ ପକାଇ ଏହାକୁ ପିଇ ପାରିପାରିବେ।

ଧନିଆର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଧନିଆ ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ।

ବିଟ୍ ପତ୍ର

୧- ବିଟ୍ ରେ ଭିଟାମିନ ଏ ଅଧିକ ଥିବାରୁ ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
୨- ଏଥିରେ ଥିବା କ୍ୟାଲସିୟମ ହାଡ଼କୁ ମଜଭୂତ କରିଥାଏ।
୩- ବିଟ୍ ପତ୍ରର ଜୁସ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରରେ ଭିଟାମିନ ସି ର ଅଭାବ ହୋଇନଥାଏ।
୪-ଗର୍ଭବତୀ ମହିଳାମାନେ ଏହାର ସେବନ କରିବା ମଧ୍ୟ ଲାଭଦାୟକ।
୫- ଏହା ଭିଟାମିନ କେର ଅଭାବ ମଧ୍ୟ ପୂରଣ କରିଥାଏ।
୬-ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
୭- ଏହାକୁ ସେବନ କରିବା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବୃଦ୍ଧି ପାଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)


Share It

Comments are closed.