ଦୁନିଆର ସବୁଠାରୁ ଶସ୍ତା ସହର ମଧ୍ୟରେ ରହିଛି ଭାରତର ଏହି ଦୁଇଟି ସହର , ଏଠାରେ ତୋଳିପାରିବେ ନିଜର ଏକ ଘର


ସ୍ବଚ୍ଛ ପରିବେଶ ଏବଂ ଏକ ସ୍ୱଚ୍ଛ ସହରରେ ରହିବାର ସ୍ୱପ୍ନ ସମସ୍ତଙ୍କର ରହିଥାଏ | କିନ୍ତୁ ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟକୁ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆମେ ଆପଣଙ୍କୁ ଆଜି ଦୁନିଆର ସବୁଠାରୁ ଶସ୍ତା ସହର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଆପଣ ରହିବାକୁ ଯୋଜନା କରିପାରିବେ | ଇକୋନୋମିକ୍ ଇଣ୍ଟେଲିଜେନ୍ସ ୟୁନିଟ୍ ୨୦୨୦ ୱାର୍ଲ୍ଡ ୱାଇଡ୍ କଷ୍ଟ ଅଫ୍ ଲିଭିଂ ସର୍ଭେ ଉପରେ ଆଧାର କରି ବିଶ୍ୱର ୧୩୦ ଟି ସହରର ଏକ ତାଲିକା ପ୍ରକାଶ କରିଛି। ଏଥିରେ ଭାରତର ଦୁଇଟି ସହର ମଧ୍ୟ ଦୁନିଆର ସବୁଠାରୁ ଶସ୍ତା ସହର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ଏଥିରେ, ଯେଉଁଠାରେ ହଂକଂ ଏବଂ ପ୍ୟାରିସ୍ ସବୁଠୁ ଦାମୀ ସହର ତାଲିକାରେ ଅନ୍ତର୍ଭୁକ୍ତ, ବାଙ୍ଗାଲୋର ଏବଂ ଚେନ୍ନାଇ ସବୁଠାରୁ ଶସ୍ତା ସହର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି | ଏହି ସର୍ବେକ୍ଷଣ ଅନୁଯାୟୀ, ଦୁନିଆର ସବୁଠାରୁ ଶସ୍ତା ସହର ତାଲିକାରେ ପିରଥମ ଓ ଦ୍ବିତୀୟ ସ୍ଥାନରେ ଏସିଆର ଦୁଇଟି ସହର ଦମିସ୍କ ଏବଂ ତାସକନ୍ଦ ରହିଛନ୍ତି । ସର୍ଭେ ଅନୁଯାୟୀ ଭାରତର ଉଭୟ ସହର ବେଙ୍ଗାଲୁରୁ ଏବଂ ଚେନ୍ନାଇ ମିଳିତ ଭାବେ ୯ମ ସ୍ଥାନରେ ଥିବାବେଳେ ଶେଷ ର଼୍ୟାଙ୍କିଙ୍ଗରେ ଚେନ୍ନାଇ ଅଷ୍ଟମ, ବେଙ୍ଗାଲୁରୁ ୯ମ ଏବଂ ନୂଆଦିଲ୍ଲୀ ଦଶମ ସ୍ଥାନରେ ରହିଥିଲା।

ପ୍ରକାଶଥାଉ ଯେ ଏହି ସର୍ଭେ ବର୍ଷକୁ ଥରେ କରାଯାଇଥାଏ, କିନ୍ତୁ ଏଥର ବିଶ୍ବ ମହାମାରୀ କରୋନାର ପ୍ରଭାବ ଜାଣିବା ପାଇଁ ଏହି ସର୍ଭେ
ଦ୍ବିତୀୟଥର କରାଯାଇଥିଲା, ଯାହା ପରେ ୧୩୦ ଟି ସହରର ର଼୍ୟାଙ୍କି ପ୍ରକାଶ କରାଯାଇଥିଲା। ଇକୋନୋମିକ୍ ଇଣ୍ଟେଲିଜେନ୍ସ ୟୁନିଟ୍ ଦ୍ୱାରା କରାଯାଇଥିବା ଏହି ସର୍ଭେ କଷ୍ଟ ଅଫ ଲିଭିଙ୍ଗ ଉପରେ ଆଧାରିତ |

ଯଦି ସ୍ପଷ୍ଟ ଶବ୍ଦରେ ବ୍ୟାଖ୍ୟା କରାଯାଏ, ଘରେ ଖାଇବା ପିଇବା, ଭଡା, ଅଫିସକୁ ଯିବା ଏବଂ ବାହାରକୁ ଯିବା ଖର୍ଚ୍ଚରେ ବିଦ୍ୟୁତ୍ ଏବଂ ଜଳ ବିଲ୍ ଅନ୍ତର୍ଭୁକ୍ତ | ଏହା ବ୍ୟତୀତ ସହରର ପରିବହନ, ବଜାର ମଧ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ ହୋଇଛି |

ଦୁନିଆର ସବୁଠାରୁ ଶସ୍ତା ସହର ତାଲିକାରେ ଦମ୍ମେସକ ଏକ ନମ୍ବରରେ, ତାସକନ୍ଦ ଦୁଇ ନମ୍ବରରେ, ଲୁସାକା ଏବଂ କାରାକାସ୍ ତୃତୀୟ ସ୍ଥାନରେ, ଆଲମାଟି ପାଞ୍ଚ ନମ୍ବରରେ, କରାଚି ଏବଂ ବୁଏନୋସ୍ ଆଇରେସ୍ ଷଷ୍ଠ ସ୍ଥାନରେ, ଅଷ୍ଟମ ସ୍ଥାନରେ ଆଲଜେର୍ ଏବଂ ବାଙ୍ଗାଲୋର ଏବଂ ଚେନ୍ନାଇରେ ନବମ ସ୍ଥାନରେ ରହିଛି।


Share It

Comments are closed.