୨୦୧୯ରେ ବଲିଉଡରେ ପାଦ ଥାପି ପାରନ୍ତି ଏହି ଚର୍ଚ୍ଚିତ ଚେହେରା


ବର୍ଷ ୨୦୧୮ରେ ଅନେକ ଷ୍ଟାର କିଡସ ଫିଲ୍ମ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିବା ପାଇଁ ବଲିଉଡରେ ପାଦ ଥାପିଥିଲେ । ଯେଉଁଥିରେ ସାରାଅଲ୍ଲୀ ଖାନ ଏବଂ ଜାହ୍ନବୀ କପୁର ପ୍ରମୁଖ ଥିଲେ । ତେବେ ପୁରୁଣା ବର୍ଷ ବିତିଯାଇ ପୁଣିଥରେ ନୂଆ ବର୍ଷ ଆସିଛି । ପୂର୍ବ ବର୍ଷ ଭଳି ଠିକ ଏହି ବର୍ଷ ମଧ୍ୟ ଅନେକ ନୂଆ ଚେହେରା ବଲିଉଡରେ ଦେଖିବାକୁ ମିଳିବ ।

୧ . ଏମାନଙ୍କ ମଧ୍ୟରୁ କ୍ୟାଟ୍ରିନା କେଫଙ୍କ ଭଉଣୀ ଇଜାବେଲ କେଫ ମଧ୍ୟ ଅଛନ୍ତି । ଏହି ବର୍ଷ ଇଜାବେଲ, ସୁରୁଜ ପଞ୍ଚୁଲିଙ୍କ ଆଗାମୀ ଫିଲ୍ମ “ଟାଇମ ଟୁ ଡାନ୍ସ”ରେ ନଜର ଆସିବେ ।

୨. ସେହିଭଳି ଅଭିନେତ୍ରୀ ୟମି ଗୌତମଙ୍କ ଭଉଣୀ ସୁରଲୀ ଗୌତମ ମଧ୍ୟ ଏଇ ଥର ବଲିଉଡରେ ପାଦ ଥାପି ପାରନ୍ତି । ସେ “ବିଟଲ ଅଫ ସରାଗଦୀ” ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ରଣଦୀପ ହୋଡା ମୁଖ୍ୟ ଭୂମିକାରେ ନଜର ଆସିବେ ।

୩. ମୋନି ରାୟଙ୍କ ପରେ ଏହି ବର୍ଷ ଟିଭି ଅଭିନେତ୍ରୀ ପୁଜା ଗୌର ମଧ୍ୟ ନିଜ ଭାଗ୍ୟ ବଲିଉଡରେ ପରୀକ୍ଷା କରିପାରନ୍ତି । ପୂଜା ଟିଭି ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ପୂଜା ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ “ଗଲି ବୟ”ରେ ନଜର ଆସିପାରନ୍ତି ।

୪. ଟିଭି ଅଭିନେତ। ସୌରଜ ଗୁଜର ମଧ୍ୟ ଏହି ବର୍ଷ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ “ବ୍ରହ୍ମାସ୍ତ୍ର”ରେ ନଜର ଆସି ପାରନ୍ତି ।

୫. ଅଭିନେତ୍ରୀ କାର୍ତ୍ତି ସାନନଙ୍କ ଭଉଣୀ ନୁପୁର ମଧ୍ୟ ବଲିଉଡରେ ଡେଭିୟୁ କରିବା ନିଶ୍ଚିନ୍ତ । ସେ ଫିଲ୍ମ ନିର୍ମାତା ସାଜିଦ ନାଡିୱାଲାଙ୍କ ଆଗାମୀ ଫିଲ୍ମରେ ନଜର ଆସି ପାରନ୍ତି ।

୬. ସେହିଭଳି ସୁନିଲ ସେଟ୍ଟୀଙ୍କ ପୁଅ ଆହନ ମଧ୍ୟ ଏହି ବର୍ଷ ବଲିଉଡରେ ପାଦ ଥାପି ପାରନ୍ତି । ସେ ମଧ୍ୟ ସାଜିଦ ନାଡିୱାଲାଙ୍କ ଆଗାମୀ ଫିଲ୍ମରେ ନଜର ଆସି ପାରନ୍ତି ।


Share It

Comments are closed.