ଆପଣଙ୍କ ଜୀବନରେ ଘଟିବାକୁ ଯାଉଥିବା ଅଘଟଣଗୁଡ଼ିକର ସୂଚନା ଦେଇଥାଏ ଏହିସବୁ ସଙ୍କେତ


ଅନେକ ଲୋକ ଜ୍ୟୋତିଷ ଗଣନା ଦ୍ୱାରା ଜୀବନରେ ଘଟୁଥିବା ଘଟଣାର ବିଶ୍ୱାସ କରୁଥିବା ବେଳେ ଅନେକ ଅବିଶ୍ୱାସ ମଧ୍ୟ କରିଥାନ୍ତି । ଆସୁଥିବା ସମୟରେ କଣ ହେବାକୁ ଯାଉଛି ଏହା ସମ୍ବନ୍ଧରେ ଅଳ୍ପବହୁତ ସୂଚନା ଜ୍ୟୋତିଷ ବିଦ୍ୟା ସାହାଯ୍ୟରେ ମିଳିଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସଙ୍କେତରୁ ଜଣଙ୍କ ଜୀବନରେ ଘଟିବାକୁ ଯାଉଥିବା ଖରାପ ସମୟର ସୂଚନା ମିଳିଥାଏ ।
ଯେବେ ଘରର କୈଣସି ପାଳିତ ପଶୁର ମୃତ୍ୟୁ ହୋଇଥାଏ ତେବେ ଏହା ଏକ ବଡ଼ ସମସ୍ୟାର ସଙ୍କେତ । ଯେବେ ହାତରେ ଅନାମିକା ଅଙ୍ଗୁଳୀ(ମଝିଆଁ ଆଙ୍ଗୁଳୀ)ତଳେ ଭାଗରେ ଆକସ୍ମିକ ଭାବେ କୈାଣସି କଳାଯାଇ ଦେଖାଯାଇଥାଏ ତେବେ ଜାଣିଯାଆନ୍ତୁ ଆପଣ ଧୋକା ଖାଇବାକୁ ଯାଉଛନ୍ତି । ଜୀବନସାଥୀ ସହିତ କଳହ ବଢ଼ିବାରେ ଲାଗିଲେ ଏହା ଧନହାନୀର ସଙ୍କେତ ହୋଇଥାଏ । ଯେବେ ଆପଣଙ୍କୁ ଲାଗେ ଯେ ଅନେକ ପ୍ରୟାସ ପରେ ମଧ୍ୟ ଆପଣ କୈାଣସି ଏକ କାମରେ ସଫଳ ହୋଇପାରୁ ନାହାନ୍ତି ତେବେ ଏହାର ଅର୍ଥ ଧନହାନୀ ।
ଯଦି ପେଟର କୌଣସି ସମସ୍ୟା ବଢ଼ିବାକୁ ଲାଗିଥାଏ ଏବଂ ଚିଡ଼ଚିଡ଼ା ଲାଗେ ତାହେଲେ ବୁଝି ଯାଆନ୍ତୁ ଆପଣଙ୍କ ଜୀବନରେ କୌଣସି ବଡ଼ ଦୁର୍ଘଟଣା ହେବାକୁ ଯାଉଛି ଏବଂ ଏହା ଆର୍ଥିକ ଏବଂ ଶାରୀରୀକ ଉଭୟ ପ୍ରକାରର ହୋଇପାରେ । କହିବା ସମୟରେ ଯେବେ ଅଚାନକ ପାଟି ଅଟକିଯିବା ଭଳି ଲାଗେ ଏବଂ ପାଟିରେ ଆବଶ୍ୟକତାଠାରୁ ଅଧିକ ଲାଳ ହେବା ଆରମ୍ଭ ହୋଇଯାଏ ତେବେ ଏହା ଭବିଷ୍ୟତରେ ଧନ ଏବଂ ଆଇନ ସମ୍ବନ୍ଧୀୟ ସମସ୍ୟାରେ ପଡ଼ିବାର ସଙ୍କେତ ହୋଇଥାଏ । ହଠାତ ଯଦି ମୁଖ୍ୟ ଦ୍ୱାରରେ ତେଲ ପଡ଼ିଥିବାର ଦେଖାଦିଏ ତେବେ ଏହା ଅର୍ଥ ଆପଣଙ୍କ ପରିବାରରେ କିଛି ବିପତ୍ତି ଆସିବାକୁ ଯାଉଛି । କୌଣସି ଇଲେକ୍ଟ୍ରୋନିକ ଉପକରଣର ବାରମ୍ବାର ଖରାପ ହେବା ମଧ୍ୟ ଧନହାନୀର ସଙ୍କେତ ଦେଇଥାଏ ।


Share It

Comments are closed.