ଏହି ସମସ୍ତ କାର୍ଯ୍ୟରୁ ରୁହନ୍ତୁ ନିବୃତ, ନଚେତ ହୋଇପାରେ ଆପଣଙ୍କୁ ହୃଦଘାତ


ବର୍ତ୍ତମାନ ଭାରତର ବହୁତ ଯୁବପିଢ଼ୀ ହୃଦରୋଗରେ ପୀଡ଼ିତ ହେବାର ଦେଖା ଯାଉଛନ୍ତି । ବର୍ତ୍ତମାନ ଏତେ ସଚେତନତା ସତ୍ତେ୍ୱ ଭୁଲ ଜୀବନଶୈଳୀ ଏବଂ ଭୁଲ ଅଭ୍ୟାସ ମୁଖ୍ୟତଃ ଏହି ସବୁ ପାଇଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଅଭ୍ୟାସ ଯାହା ଆମକୁ ହୃଦରୋଗୀ କରିଦିଏ ।

ଦୀର୍ଘ ସମୟ ଧରି କମ୍ପ୍ୟୁଟର କିମ୍ବା ଟିଭି ଆଗରେ ବସି ରହିବା ଦ୍ୱାରା ହୃଦ ସମ୍ପର୍କୀତ ରୋଗର ୮୦% ଆଶଙ୍କା ରହିଥାଏ । କାରଣ ଏହା ଦ୍ୱାରା ଆମ ଶରୀରରେ ଫ୍ୟାଟ ଏବଂ ସୁଗର ମାତ୍ରା ବଢ଼ିଯାଇଥାଏ । ଶୋଇବା ସମୟରେ ଘୁଙ୍ଗୁଡ଼ି ହେଉଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ସ୍ଲିପ ଏପ୍ନିୟାର ଲକ୍ଷଣ, ଯେଉଁଥିରେ ମଣିଷକୁ ଶ୍ୱାସକ୍ରିୟା କରିବାରେ ଅସୁବିଧା ହେବା ସହ ରକ୍ତ ଚାପ ମଧ୍ୟ ବଢ଼ି ଯାଇଥାଏ । ଏହି ସମସ୍ୟା ମୋଟା ଲୋକଙ୍କ ଠାରେ ବେଶୀ ଦେଖା ଯାଇଥାଏ ।

ଯଦି ଆପଣ ଦାନ୍ତକୁ ଭଲଭାବରେ ସଫା ନ କରନ୍ତି ତେବେ ଏଥିରେ ଜମି ରହିଥିବା ଜୀବାଣୁ ସହାୟକ ପଦାର୍ଥ ଧମନୀରେ ଜମା ହେବା ଦ୍ୱାରା ହୃଦୟ ପାଇଁ ଏହା କ୍ଷତିକାରକ ହୋଇଥାଏ । ଆଜିର ଯୁବପିଢ଼ୀ ଫ୍ୟାସନ ଆଢ଼ରେ ମାଦକ ଦ୍ରବ୍ୟ ସେବନ ଅଧିକ ମାତ୍ରାରେ କରୁଛନ୍ତି ଯାହକି ଆଗକୁ ଯାଇ ହୃଦଘାତର କାରଣ ହୋଇଥାଏ । ଏହା ବ୍ୟତୀତ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ ଦିନକୁ ପାଞ୍ଚ ଥରରୁ ଅଧିକ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ହୃଦ ବେମାରର ଆଶଙ୍କା ୨୦% ପର୍ଯ୍ୟନ୍ତ କମି ଯାଇଥାଏ । ଧୂମ୍ରପାନ ଯେତିକି ହାନୀକାରକ , ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ସହ ରହିବା ମଧ୍ୟ ସେତିକି ହାନୀକାରକ । ଏହା ଦ୍ୱାରା ଧମନୀରେ ହାନୀକାରକ ପଦାର୍ଥ ଜମା ହେବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ରହିଥାଏ ।


Share It

Comments are closed.