ସଂଘର୍ଷର ମାଟିରୁ ମୁଣ୍ଡଟେକି ସଫଳତା ଆଡ଼କୁ ଅଗ୍ରସର ଏହି ଖେଳାଳିମାନେ ଆଜି ହେବେ ଜାତୀୟ ପୁରସ୍କାରରେ ସମ୍ମାନିତ


ବିଭିନ୍ନ କାର୍ଯ୍ୟକ୍ରମର ଖେଳାଳିଙ୍କୁ ଶନିବାର ଅର୍ଥାତ ଆଜି କ୍ରୀଡ଼ା ଦିବସରେ ସମ୍ମାନିତ କରାଯିବ | ଆଜି ଏହି ଖେଳାଳିମାନେ ସଫଳତାର ଶିଖରରେ ଅଛନ୍ତି, ତାହା ଏତେ ସହଜ ନଥିଲା | ଏହି ଚମକିତ ସଫଳତା ପଛରେ ଲୁଚି ରହିଛି ଅନେକ ଅନେକ ବର୍ଷର ସଂଘର୍ଷର କାହାଣୀ ।

ମାରିଆପାନ୍ ଥାଙ୍ଗାଭେଲୁ

Mariapan Thangavelu:BFY

ରିଓ ପାରାଲିମ୍ପିକ୍ସରେ ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ୍ ଥାଙ୍ଗାଭେଲୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଲ ରତ୍ନ ପର୍ଯ୍ୟନ୍ତ ପହଞ୍ଚିବାର ଯାତ୍ରା ବେଶ ଆହ୍ବାନପୂର୍ଣ୍ଣ ରହିଛି। ତାମିଲନାଡୁର ସାଲେମ ଜିଲ୍ଲାର ଥାଙ୍ଗାଭୁଲ ଛୋଟ ଥିବାବେଳେ ପିତା ପରିବାର ଛାଡି ଚାଲିଯାଇଥିଲେ। ଘର ଏବଂ ତିନି ପିଲାଙ୍କ ଦାୟିତ୍ୱ ମା’ଙ୍କ ଉପରେ | ଘର ଚଳାଇବା ପାଇଁ ମା ପନିପରିବା ବିକ୍ରି କରିଥିଲେ ଏବଂ ପୁଅ ମାରିଆପାନ୍ ମାଙ୍କୁ ସାହାଯ୍ୟ କରିବା ପାଇଁ ସକାଳେ ଲୋକଙ୍କ ଘରେ ଖବରକାଗଜ ଦେଉଥିଲେ ଏବଂ ତା’ପରେ ପ୍ରତିଦିନ କାମ କରିବାକୁ ଯାଉଥିଲେ।

ଥାଙ୍ଗାଭେଲୁ ଯେତେବେଳେ ବିଦ୍ୟାଳୟରେ ପଢ଼ୁଥିଲେ ସେତେବେଳେ ତାଙ୍କୁ କ୍ରୀଡା ବିଷୟରେ ଜାଣିବାକୁ ମିଳିଥିଲା | କୋଚ୍ ଆର ସତ୍ୟନାରାୟଣ ୨୦୧୩ ରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ତାଙ୍କର ପ୍ରତିଭା ଦେଖିଥିଲେ, ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା। ଦୁଇ ବର୍ଷ ପରେ ଥାଙ୍ଗାଭେଲୁଙ୍କୁ ବାଙ୍ଗାଲୋରକୁ ଅଣାଯାଇଥିଲା ଏବଂ ଏହା ଇତିହାସ ହୋଇଗଲା | ସେ କେବଳ ନିଜ ଭାଗ୍ୟ ବଦଳାଇ ନାହାଁନ୍ତି ବରଂ ମା, ଭାଇ ଏବଂ ଭଉଣୀର ଭାଗ୍ୟ ମଧ୍ୟ ବଦଳାଇଲେ | ସାଇ ତାଙ୍କୁ ଗ୍ରୁପ୍ ଏ ପଦର କୋଚ୍ କରିଛନ୍ତି।

ରାନୀ ରାମପାଲ

Rani Rampal:Hindustan Times

ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲଙ୍କୁ ଏଠାକୁ ଆଣିବା ପାଇଁ ତାଙ୍କ ପିତା ରାମପାଲ କଠିନ ପରିଶ୍ରମ କରିଛନ୍ତି। ବାପା ଘୋଡାଗାଡ଼ି ଚଳାଇ ଝିଅର ସ୍ୱପ୍ନକୁ ସାକାର କରିଛନ୍ତି | ଝିଅ ମଧ୍ୟ ତାଙ୍କୁ ନିରାଶ କରିନଥିଲେ। ୧୩ ବର୍ଷ ପୂର୍ବେ ଯେତେବେଳେ ଫିଟନେସ୍ ଗତ କାରଣ ଦର୍ଶାଇ ଜୁନିୟର କ୍ୟାମ୍ପରୁ ତାଙ୍କୁ ବହିଷ୍କାର କରାଯାଇଥିଲା ସେହି ଘଚଣାକୁ ମନେ ପରାଇ ସେ ଆଜି ମଧ୍ୟ କାନ୍ଦିପକାନ୍ତି | କୁରୁକ୍ଷେତ୍ରର ଶାହାବାଦ ମାର୍କଣ୍ଡା ରାଣୀ ହାର ମାନିନଥିଲେ ଏବଂ ତାଙ୍କ ପଦ ହାସଲ କରିଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ଦଳ ଯୋଗ୍ୟତା ଅର୍ଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୨୫ ବର୍ଷୀୟ ରାଣୀ ଦେଶର ସର୍ବୋଚ୍ଚ ପୁରସ୍କାର ପାଇବାରେ ପ୍ରଥମ ମହିଳା ଏବଂ ତୃତୀୟ
ତୃତୀୟ ହକି ଖେଳାଳି ଅଟନ୍ତି । ୨୪୧ ମ୍ୟାଚରେ ରାନୀ ୧୩୪ଟି ଗୋଲ ସ୍କୋର କରିଛନ୍ତି।

ଲଖା ସିଂ

Lakha Sing: TOI

ଲଖା ସିଂ କହିଛନ୍ତି ଯେ ମୁଁ ସମସ୍ତ ଆଶା ଛାଡି ଦେଇଥିଲି। ମୁଁ ଖୁସି ଯେ ସେ ଶେଷରେ ମୋର ସଫଳତାକୁ ସ୍ବୀକୃତି ମିଳିଲା | ପାଂଚ ଥର ଜାତୀୟ ଚାମ୍ପିୟନ ବକ୍ସର ଲଖା ସିଂଙ୍କୁ ନିଜ ପରିବାର ପ୍ରତିପୋଷଣ ପାଇଁ ଧାର ନେଇଥିବା ଟ୍ୟାକ୍ସି ମଧ୍ୟ ଚଲାଇବାକୁ ପଡ଼ିଲା | ତା’ପରେ ଲକ୍ଲାଉନ୍ ତାଙ୍କୁ ପୁଣି ସମାନ ମୋଡ଼ରେ ଆଣି ପହଂଚାଇଦେଲା | ପଞ୍ଜାବର ଲୁଧିଆନାର ବୁର୍ଜ ଲିଟାନ ଗାଁର ୫୯ ବର୍ଷିୟ ଲଖା କୁହନ୍ତି ଯେ ମୋର କୌଣସି ବିକଳ୍ପ ନାହିଁ। ମୁଁ ମୋ ପରିବାରର ଯତ୍ନ ନେବାକୁ ଚାହୁଁଛି |

ଆଟଲାଣ୍ଟା ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ କରିଥିବା ଲଖାଙ୍କୁ ଏଥର ସମ୍ମାନଜନକ ଲାଇଫ୍ ଟାଇମ୍ ଦ୍ରୋଣଚାର୍ଯ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେ କହିଛନ୍ତି ଯେ ଏହି ପୁରସ୍କାର ମୋର ଆଶାକୁ ନୂଆ ଡେଣା ଦେଇଛି। ମୋର ଏକ ବକ୍ସିଂ ଏକାଡେମୀ ଖୋଲିବାର ସ୍ୱପ୍ନ ସମାପ୍ତ ହେବାକୁ ଯାଉଛି | ଉଦୀୟମାନ ବକ୍ସରମାନଙ୍କୁ ତାଲିମ ଦେଇ ମୁଁ ପୁନର୍ବାର ଆରମ୍ଭ କରିବି | ଲଖା ୧୯୯୪ ହୋରୋସିମା ଏସିଆଡରେ ବ୍ରୋଞ୍ଜ ଏବଂ ୧୯୯୪ ତେହେରାନ ଏସୀୟ ବକ୍ସିଂ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ |

ରୋହିତ ଶର୍ମା

Rohit Sharma:Wikipedia

ଟିମ୍ ଇଣ୍ଡିଆର ସୀମିତ ଓଭର ଭାଇସ କ୍ୟାପଟେନ ରୋହିତ ଶର୍ମାଙ୍କ ଜୀବନ ମଧ୍ୟ ସଂଘର୍ଷଠୁ ଦୁରରେ ରହିନାହିଁ। ମହାରାଷ୍ଟ୍ରର ନାଗପୁରର ଗୁରୁନାଥ ଶର୍ମାଙ୍କ ଘରେ ଜନ୍ମ ହୋଇଥିବା ରୋହିତଙ୍କର ଆରମ୍ଭରୁ କ୍ରିକେଟ୍ ପ୍ରତି ଭଲ ପାଇବା ରହିଥିଲା। ତାଙ୍କୁ କ୍ରିକେଟ୍ ଶିଖାଇବା ପାଇଁ ବାପାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା | ମାମୁଁ ଏବଂ ସାଙ୍ଗମାନେ ପ୍ରତ୍ୟେକ ୫୦ ଟଙ୍କା ସଂଗ୍ରହ କରି ତାଙ୍କୁ ଏକ ଛୋଟ ଏକାଡେମୀରେ ନାମ ଲେଖାଇଲେ ।

ଏହି ସମୟ ମଧ୍ୟରେ ସେ ଏକ କ୍ରିକେଟ୍ କ୍ୟାମ୍ପରେ ଯୋଗ ଦେଇଥିଲେ। ସେଠାରେ କୋଚ୍ ଦୀନେଶ ଲାଡ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ଏବଂ ତାଙ୍କୁ ତାଙ୍କ ବିଦ୍ୟାଳୟ ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲରେ ନାମ ଲେଖାଇଥିଲେ। ବିଦ୍ୟାଳୟ ମହଙ୍ଗା ଥିଲା ଏବଂ ଫି ଦେବାକୁ ତାଙ୍କ ପାଖରେ ଟଙ୍କା ନଥିଲା | କୋଚ୍ଆ ସନ୍ତା ଚାରି ବର୍ଷ ପାଇଁ ରୋହିତଙ୍କ ପାଇଁ ଛାତ୍ରବୃତ୍ତିର ବ୍ୟବସ୍ଥା କରିଥିଲେ। ଏହା ପରେ ରୋହିତ ଆଉ ପଛକୁ ଚାହିଁ ନଥିଲେ। ରୋହିତ ବର୍ତ୍ତମାନ ଏକ କ୍ରୀଡ଼ା ରତ୍ନ ହେବାକୁ ଯାଉଛନ୍ତି।


Share It

Comments are closed.