ଏହି ଖେଳାଳୀମାନେ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଚର୍ଚ୍ଚିତ ଷ୍ଟାର


ଭାରତ ୨୦୧୯ବିଶ୍ୱକପ ସେମିଫାଇନାଲରୁ ପରାଜୟ ବରଣ କରି ନିଜ ଅଭିଯାନ ଶେଷ କରିଥିବାବେଳେ ସେପଟେ ବର୍ତ୍ତମାନ ଆଗମୀ ଟି-୨୦ ଏବଂ ୨୦୨୩ ବିଶ୍ୱକପ ପାଇଁ ଦଳକୁ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିବାର ଅଛି । ସେଥିପାଇଁ ଆମେ ଏଭଳି କିଛି ଖେଳାଳୀଙ୍କ ନାମ ଆପଣଙ୍କୁ କହିବାକୁ ଯାଉଛି, ଯେଉଁମାନେ କି ଆଗମୀ ଦିନ ଭାରତୀୟ ଦଳର ନୂଆ ଚେହେରା ହୋଇପାରନ୍ତି ।
ଶୁଭମ ଗିଲ :

ପଞ୍ଜାବର ଏହି ଯୁବ ଖେଳାଳୀ ଆଇପିଏଲ ଦ୍ୱାରା ନିଜ ଜଲୱା ଦେଖାଇ ସାରିଥିବାବେଳେ ସେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏକ ନୂଆ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ବିରାଟଙ୍କ ପରେ ଭାରତକୁ ଅଣ୍ଡର-୧୯ ବିଶ୍ୱକପରେ ବିଜୟୀ କରିବାରେ ଶୁଭମଙ୍କ ପ୍ରମୁଖ ଭୂମିକା ଥିବା ସେ ‘ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ’ ମଧ୍ୟ ହାସଲ କରିଥିଲେ । ଶୁଭମ ୩୧ ଜାନୁଆରୀ ୨୦୧୯ରେ ଭାରତୀୟ ଦଳରେ ଡେଭିୟୁ କରିଥିଲେ ।

ଦୀପକ ଚହର :

ଉତ୍ତର ପ୍ରଦେଶ, ଆଗ୍ରାର ଏହି ଖେଳାଳୀ ମିଡିୟମ ପେସର ଅଟନ୍ତି । ବୋଲିଂ ସହ ସେ ଭଲ ବ୍ୟାଟିଙ୍ଗ ମଧ୍ୟ କରିଥାନ୍ତି । ଦୀପକ ୩୪ଟି ଆଇପିଏଲ ମ୍ୟାଚରେ ୩୩ ୱିକେଟ ନେଇ ସାରିଥିବାବେଳେ ସେ ଦିନିକିଆ ଏବଂ ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ମଧ୍ୟ ଡେଭିୟୁ କରି ସାରିଛନ୍ତି ।

ନବଦୀପ ସୋନି :

ହରିୟାଣା, କର୍ଣ୍ଣଲର ଏହି ୨୬ ବର୍ଷିୟ ଖେଳାଳୀ ଡାହାଣ ହାତୀ ମିଡିୟମ ପେସର ଅଟନ୍ତି । ୨୦୧୭-୧୮ ଘରୋଇ କ୍ରିକେଟରେ ସେ ବେଶ ସଫଳତା ମଧ୍ୟ ହାସଲ କରିଥିଲେ । ନବଦୀପ ୩୪ଟି ୱିକେଟ ନେଇ ନିଜ ଟିମ ଦିଲ୍ଲୀକୁ ଫାଇନାଲରେ ପ୍ରବେଶ କରାଇଥିଲେ । ସେ ୧୩ଟି ଆଇପିଏଲ ମ୍ୟାଚରେ ୧୧ଟି ୱିକେଟ ମଧ୍ୟ ହାସଲ କରି ସାରିଛନ୍ତି ।

ମୟଙ୍କ ଅଗ୍ରୱାଲା :

ମୟଙ୍କ ନାମ ଗତ କିଛି ଦିନ ହେବ ଭାରତୀୟ ଟିମର ଆଗାମୀ ଚର୍ଚ୍ଚିତ ଖେଳାଙ୍କ ମଧ୍ୟ ରହିଛି । ସେ ଘରୋଇ କ୍ରିକେଟ ଅନେକ ରନ ସଂଗ୍ରହ ମଧ୍ୟ କରିଥିବାବେଳେ ୭୭ଟି ଆଇପିଏଲ ମ୍ୟାଚରେ ୧୨୭୦ ରନ ମଧ୍ୟ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୧୨୮.୫୪ ରହିଥିବାବେଳେ ସେ ଭାରତ ପାଇଁ ଟେଷ୍ଟ ମ୍ୟାଚ ମଧ୍ୟ ଖେଳି ସାରିଛନ୍ତି । ସେ ୩ଟି ଇଂନିସରେ ୧୯୬ ରନ ସଂଗ୍ରହ କରିଥିବାବେଳେ ତାଙ୍କର ସର୍ବାଧିକ ସ୍କୋର ୭୭ ରହିଛି ।

ଶ୍ରେୟସ ଆୟର :

ଶ୍ରେୟସ ଆଇପିଏଲରେ ଦିଲ୍ଲୀ ଟିମର ଅଧିନାୟକ ଥିବାବେଳେ ଭାରତୀ ଦଳ ପକ୍ଷରୁ ୬ଟି ଦିନିକିଆରେ ୫ଟି ଇଂନିସ ଖେଳି ୪୨% ହାରରେ ୨୧୦ ରନ ମଧ୍ୟ ସଂଗ୍ରହ ମଧ୍ୟ କରିଛନ୍ତି । ସେ ଜଣେ କୌଶଳୀ ବ୍ୟାଟ୍ସମ୍ୟାନ ଥିବାବେଳେ ଆଇପିଏଲ ନିଜ ଦଳ ପାଇଁ ଅନେକ ବଡ ଇଂନିସ ମଧ୍ୟ ଖେଳି ସାରିଛନ୍ତି ।

ଖଲିଲ ଅହମ୍ମଦ :

ରାଜସ୍ଥାନର ଟୋଙ୍କରେ ଜନ୍ମିତ ଏହି ୨୧ ବର୍ଷିୟ ଖେଳାଳୀ ଡାହାଣ ହାତୀ ପେସ ବୋଲର ଅଟନ୍ତି । ଖଲିଲ ଭାରତ ପାଇଁ ୮ଟି ଦିନିକିଆ ଖେଳି ୧୧ଟି ୱିକେଟ ହାସଲ କରିଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ଯେତେବେଳେ ବି ସୁଯୋଗ ମିଳିଛି ସେ ନିଜ ଉନ୍ନତ ପ୍ରଦର୍ଶନ ମଧ୍ୟ କରିଛନ୍ତି । ସେ ୧୧ଟି ଆଇପିଏଲ ଖେଳି ୧୯ଟି ୱିକେଟ ମଧ୍ୟ ହାସଲ କରିଛନ୍ତି ।


Share It

Comments are closed.