ଅନିଦ୍ରା ସମସ୍ୟା ଦୂର କରିବ ଏହି ସବୁ ଖାଦ୍ୟ


ବ୍ୟସ୍ତବହୁଳ ଜୀବନରେ ଚିନ୍ତାରେ ରହିବା ଏବଂ ନିଦ ନ ଲାଗିବା ଏକ ସାଧାରଣ କଥା ହୋଇଗଲାଣି । ଯଦି ଆପଣ ବି ଏହି ସମସ୍ୟାରେ ଆକ୍ରାନ୍ତ ଅଛନ୍ତି ତେବେ ଏମିତି କିଛି ଖାଦ୍ୟ ପଦାର୍ଥ ସେବନ କରନ୍ତୁ ଯାହା ଦ୍ୱାରା ଆପଣଙ୍କୁ ରାତିରେ ଭଲ ନିଦ ହୋଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ସୁନିଦ୍ରା ଆସିଥାଏ ।

କ୍ଷୀର- ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ନଖ ଉଷୁମ କ୍ଷୀର ପିଇବା ଦ୍ୱାରା ଆପଣଙ୍କର ଅନିଦ୍ରା ସମସ୍ୟା ଦୂରେଇଯାଇଥାଏ । କ୍ଷୀରରେ ଥିବା ଏସିଡ ଟ୍ରିପଟୋଫେନ ମସ୍ତିଷ୍କରେ ରସାୟନ ମେରୋଟୋନିନ ପାଇଁ ବରଦାନ ସଦୃଶ୍ୟ ପାଲଟି ଥାଏ । ଟ୍ରିପଟୋଫେନ ଓ ମେରୋଟୋନିନ ସାହାଯ୍ୟରେ ରାତିରେ ଭଲ ନିଦ ହୋଇଥାଏ ।

ଛେନା – ଛେନା ସ୍ୱାସ୍ଥ୍ୟପକ୍ଷେ ବେଶ ଲାଭ ଦାୟକ ହୋଇଥାଏ । ରାତିରେ ଭଲ ନିଦ୍ରା ପାଇଁ ଆପଣ ପ୍ରତିଦିନ ଖାଦ୍ୟରେ ଛେନାକୁ ସାମିଲ କରନ୍ତୁ । ମନେ ରଖନ୍ତୁ ଅତ୍ୟଧିକ ଛେନା ଖାଇଲେ ବି ଏହା ଶରୀରର ଉପରେ ଖରାପ ପ୍ରଭାବ ପକାଇଥାଏ । ଛେନା କ୍ୟାଲସିୟମର ଏକ ଉକ୍ରୃଷ୍ଟ ସ୍ରୋତ ହୋଇଥାଏ । ଏହା ଶରୀରରେ ସେରୋଟୋନିନ ଉତ୍ପାଦ ଅଧିକ କରିଥାଏ । ଯାହାକୁ ଭଲ ନିଦ ହେବାରେ ବେଶ ସହାୟକ ହୋଇଥାଏ ।

ମାଛ – ମାଛରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଟ୍ରିପଟୋଫେନ, ଓମେଗା-୩ ଓ ପ୍ରଚୁର ପରିମାଣରେ ଭିଟାମିନ ମହଜୁଦ ରହିଥାଏ । ତେବେ ଆମିଷ ବାରମାନଙ୍କରେ ମାଛକୁ ଖାଦ୍ୟ ତାଲିକାରେ ରଖିବାକୁ ଭୁଲନ୍ତୁ ନାହିଁ । ମାଛ ଖାଇବା ଦ୍ୱାରା ଅନିଦ୍ରତା ସମସ୍ୟା ଦୂର ହୋଇଥାଏ ।

ବାଦାମ ଓ ମଞ୍ଜି – ପ୍ରତିଦିନ ବାଦାମ ଏବଂ ମଞ୍ଜି ସେବନ କରୁଥିବା ଲୋକଙ୍କର ଅନିଦ୍ରା ସମସ୍ୟା ରହିନଥାଏ । ଏହା ପାଚନକ୍ରିୟାରେ ବି ସହାୟକ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ପୋଷକତତ୍ତ୍ୱ ଭରି ରହିଥାଏ । ତେଣୁ ଅନିଦ୍ରା ସମସ୍ୟା ଥିବା ବ୍ୟକ୍ତିମାନେ ପ୍ରତିଦିନ ମଞ୍ଜି ଏବଂ ବାଦାମ ଖାଇବା ଉଚିତ ।

ଅଣ୍ଡା – ଶରୀରରେ ପୋଷକତତ୍ତ୍ୱ କମଥିବା ହେତୁ ଅନିଦ୍ରା ସମସ୍ୟା ଉପୁଜିଥାଏ । ତେଣୁ ଶୋଇବା ପୂର୍ବରୁ ସିଝା ଅଣ୍ଡା ଖାଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଏବଂ ଟ୍ରିପଟୋଫେନ ରହିଥାଏ ।


Share It

Comments are closed.