କରୋନାରୁ ଠିକ ହେବା ପରେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଏହିସବୁ ଖାଦ୍ୟ ହୋଇଥାଏ ବେଶ ଲାଭକାରୀ, ଡାଏଟରେ ନିଶ୍ଚୟ କରନ୍ତୁ ସାମିଲ


କରୋନା ଭାଇରସ୍ ଲୋକଙ୍କ ଫୁସଫୁସକୁ ଆକ୍ରମଣ କରି ତାର କାର୍ଯ୍ୟକ୍ଷମତାକୁ କମ୍ କରୁଛି । ତେଣୁ, ଏଥିରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ଫୁସଫୁସର ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଉଛି । ଏଥିପାଇଁ ଯୋଗ, ଶ୍ୱାସକ୍ରିୟା ବ୍ୟାୟାମ ଏବଂ ଦୈନନ୍ଦିନ ଖାଦ୍ୟରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି । ଏଥି ସହିତ, ଏହି ଭାଇରସରୁ ସୁସ୍ଥ ହୋଇଥିବା ଲୋକମାନେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟରେ ବିଶେଷ ଜିନିଷ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଯାହାଦ୍ୱାରା ଫୁସଫୁସ ସୁସ୍ଥ ରହିଲେ ଶୀଘ୍ର ପୁନରୁଦ୍ଧାର ହୋଇପାରିବେ । ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆସନ୍ତୁ ଜାଣିବା କିଛି ଖାଦ୍ୟ ବିଷୟରେ …

ଟମାଟୋ :

ଟମାଟୋରେ ପୋଷକ ତତ୍ତ୍ୱ ସହିତ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ । ଏହା ଆଜମା ରୋଗୀଙ୍କଠାରେ ବାୟୁପଥର ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଏହାକୁ ଖାଇବା ଦ୍ୱାରା କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (ସିଓପିଡି) ଥିବା ଲୋକଙ୍କ ଫୁସଫୁସ କାର୍ଯ୍ୟକ୍ଷମତା ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହାକୁ ପନିପରିବାରେ ମିଶାଇବା ବ୍ୟତୀତ ଆପଣ ସାଲାଡ, ସୁପ୍, ସ୍ୟାଣ୍ଡୱିଚ୍, ଜୁସ୍ ଇତ୍ୟାଦି ଆକାରରେ ମଧ୍ୟ ଖାଇପାରିବେ ।

ଗ୍ରୀନ୍ ଟି :

ଗ୍ରୀନ୍ ଟି ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଇତ୍ୟାଦି ଗୁଣରେ ଭରପୂର ରହିଥାଏ । ଏହାକୁ ପିଇବା ଦ୍ୱାରା ଫୁସଫୁସ୍ ର ଫୁଲା କମିଥାଏ। ଏଥି ସହିତ ଶ୍ୱାସକ୍ରିୟାରେ ଉନ୍ନତି ଆସିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କରୋନାରୁ ସୁସ୍ଥ ହେବା ପରେ ଶୀଘ୍ର ପୁନରୁଦ୍ଧାର ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତ୍ୟେକ ଦିନ ୧-୨ କପ୍ ଗ୍ରୀନ୍ ଟି ପିଅନ୍ତୁ ।

କଖାରୁ :

କଖାରୁରେ ବିଟା କେରୋଟିନ୍, ଲୁଟେନ୍ ଏବଂ କାରୋଟିନଏଡ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଇତ୍ୟାଦି ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଫୁସଫୁସର ଦକ୍ଷତା ବୃଦ୍ଧି ପାଇଥାଏ ।

ହଳଦୀ :

ହଳଦୀ ପୋଷକ ତତ୍ତ୍ୱ, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଔଷଧୀୟ ଗୁଣରେ ଭରପୂର ହୋଇଥାଏ । ଏହାକୁ ଖାଇବା ପ୍ରତିରୋଧକ ଶକ୍ତି ଦ୍ରୁତ ଗତିରେ ବଢିଥାଏ । ଫୁସଫୁସର କାର୍ଯ୍ୟରେ ଉନ୍ନତି ହୋଇଥାଏ ।

ଆପଲ୍ :

ଆପଲକୁ ଗୁଣର ଏକ ଖଣି ବୋଲି କୁହାଯାଏ । ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ୧ ଟି ଆପଲ୍ ଖାଇବା ଦ୍ୱାରା ଆଜ୍‌ମା ଏବଂ ଫୁସଫୁସ କ୍ୟାନ୍ସର୍ ରୋଗରୁ ରକ୍ଷା ମିଳିଥାଏ। ଏଥିସହ ଅନ୍ୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ମଧ୍ୟ କମ୍ ରହିଥାଏ ।


Share It

Comments are closed.