ଏ ହେଉଛି ଦୁନିଆର ୫ ଟି ସବୁଠାରୁ ମହଙ୍ଗା ଫଳ, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ


ସାଧାରଣତଃ ଅନ୍ୟାନ୍ୟ ଜିନିଷ ଅଥବା ଖାଦ୍ୟ ଜିନିଷ ତୁଳନାରେ ବିଭିନ୍ନ ପ୍ରକାର ଫଳର ମୂଲ୍ୟ ଅଧିକ ଥାଏ। କିଛି ଫଳର ମୂଲ୍ୟ ୨୦୦ରୁ ୩୦୦ କିଲୋ ପ୍ରତି ମିଳିଥାଏ। ମାତ୍ର ଏପରି କିଛି ଫଳ ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜାଣନ୍ତୁ ସେଭଳି କିଛି ମହଙ୍ଗା ଫଳ ବିଷୟରେ….

‘Tayo no tamago’-Pinterest

‘ତାଇୟୋ ନୋ ତାମାଗୋ’ ଏକ ପ୍ରକାର ଫଳ। ଏହା ହେଉଛି ଏକ ପ୍ରକାର ଆମ୍ବ। ଯାହା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ବୋଲି ଜଣାଶୁଣା। ଏହି ଆମ୍ବ ଜାପାନର ମିୟାଜାକି ପ୍ରଦେଶରେ ଚାଷ କରାଯାଏ। ଏହାପରେ ସାରା ଦେଶରେ ବିକ୍ରି ହୋଇଥାଏ। ଏହି ଆମ୍ବର ଏକ କିଲୋଗ୍ରାମର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ।

Yubari Melon ( The Independent)
ୟୁବ୍ରି ମେଲନ (ଏକ ପ୍ରକାର ତରଭୂଜ) ଦୁନିଆର ସବୁଠାରୁ ମହଙ୍ଗା ଫଳ ବୋଲି କୁହାଯାଏ। ଏହି ଫଳ ମଧ୍ୟ ଜାପାନରେ ଚାଷ କରାଯାଏ। ଏବଂ ବିକ୍ରି ହୋଇଥାଏ। ଏହା ଜାପାନ ବାହାକୁ ଖୁବ କମ ରପ୍ତାନୀ ହୋଇଥାଏ। ଏହି ପ୍ରକାର ତରଭୂଜ ସୂର୍ଯ୍ୟ କିରଣ ଠାରୁ ଦୂରରେ ଥିବା ସବୁଜ ଗୃହରେ ଚାଷ କରାଯାଏ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ ଏହି ଫଳର ୨ଟିର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା।

ଆପଣ ଅନେକ ତରଭୂଜ ଦେଖିଥିବେ ଓ ଖାଇଥିବେ। ମାତ୍ର କେବେ ବର୍ଗାକାର ତରଭୂଜ ଦେଖିଛନ୍ତି କି ? ଆଜ୍ଞା ହଁ ଦୁନିଆରେ କେବଳ ଗୋଲାକାର ନୁହେଁ ବରଂ ବର୍ଗାକାର ତରଭୂଜ ମଧ୍ୟ ରହିଛି। ଏଗୁଡିକ ଜାପାନରେ ଚାଷ କରାଯାଏ। ଏହି ତରଭୂଜର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା। ଏହାର ଓଜନ ୫ କିଲୋ ହେବ। ବାସ୍ତବରେ ଏହି ତରଭୂଜ ବର୍ଗାକାର ହେବାର କାରଣ ଏକ ପ୍ରକାର ବର୍ଗାକାର ବାକ୍ସ ଭିତରେ ରଖି ଏହାକୁ ଚାଷ କରାଯାଏ।

Lost Garden Pineapples: The Lost Garden Of Heligan

ହଳଦିଆ ରଙ୍ଗ ଦେଖାଯାଉଥିବା ଏହି ସପୁରୀ ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରୁ ଗେଟିଏ। ଏହାକୁ ଇଂଲଣ୍ଡର ‘ଲଷ୍ଟ ଗାର୍ଡେନ୍ସ ଅଫ ହେଲିଗନ’ରେ ଚାଷ କରାଯାଏ। ଏହି କାରଣରୁ ଏହାକୁ ‘ଲଷ୍ଟ ଗାର୍ଡେନ୍ସ ଅଫ ହେଲିଗନ ପାଇନଏପ୍ପଲ୍ସ’ ର ନାମରେ ଏହା ଜଣାଶୁଣା। ଏହା ପ୍ରସ୍ତୁତ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥାଏ। ଏହି ସପୁରୀ ଗୋଟିଏର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା।
Ruby Roman Grapes:Amazon.in

ରୁବି ରୋମାନ । ଏହା ଏକ ପ୍ରକାର ଅଙ୍ଗୁର । ଏହା ଜାପାନର ସବୁଠାରୁ ମହଙ୍ଗା ଫଳ ଭାବେ ଜଣାଶୁଣା। ଗୋଟିଏ ଅଙ୍ଗର ପେନ୍ଥାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ। ମହଙ୍ଗା ହେତୁ ଏହି ଅଙ୍ଗୁରକୁ ଧନୀମାନଙ୍କର ଫଳ ବୋଲି କୁହାଯାଏ।


Share It

Comments are closed.