କ୍ୟାଲୋରୀର ଚିନ୍ତା ବିନା ଖାଇପାରିବେ ମିଠା: ଚିନି ବଦଳରେ ବ୍ୟବହାର କରିପାରିବେ ଏହି ୫ଟି ଜିନିଷ


ଆପଣ ବି ମିଠା ଖାଇବାକୁ ପସନ୍ଦ କରନ୍ତି କି ? କିନ୍ତୁ ଏପଟେ ଅଧିକ ମିଠା ଖାଇବାକୁ ନେଇ ମନରେ ଭୟ ମଧ୍ୟ ରହିଛି । ମିଠା ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି। ତେବେ ମିଠା ଖାଇବା ଯୋଗୁଁ ଆପଣ ଶରୀରକୁ କେତେ କ୍ୟାଲୋରୀ ଯାଉଛି ଜାଣିଛନ୍ତି କି ? ଚିନି ଖାଇବାର ଅନେକ ପ୍ରଭାବ ରହିଛି। ଚିନି ଖାଇବା ବା ଚିନିରେ ତିଆରି ଜିନିଷ ଖାଇବା ଅର୍ଥାତ ଉଚ୍ଚ ରକ୍ତଚାପ, ଅଧିକ କ୍ୟାଲୋରୀ ଏବଂ ନ୍ୟୁଟ୍ରିଟିଭ ଭେଲ୍ୟୁ। ଚିନି ଯୋଗୁଁ ବ୍ୟକ୍ତିର ଓଜନ ମଧ୍ୟ ବୃଦ୍ଧି ପାଇଥାଏ, ହୃଦୟ ସମ୍ବନ୍ଧୀୟ ରୋଗ ହୋଇଥାଏ, ଦାନ୍ତରେ ପୋକ ଲାଗିବା ଆଦି ସମସ୍ୟା ଦେଖାଦେଇଥାଏ। ଭବିଷ୍ୟତରେ ଏହା ଘାତକ ପ୍ରମାଣିତ ହୋଇପାରେ। ସେଥିପାଇଁ ସାବଧାନ ରହିବା ନିହାତି ଆବଶ୍ୟକ। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚିନିର କିଛି ବିକଳ୍ପ ରହିଛି ଯାହାଦ୍ୱାରା ଆପଣଙ୍କ ମିଠା ଖାଇବାର ଇଚ୍ଛା ମଧ୍ୟ ପୂରଣ ହୋଇପାରିବ ଏବଂ ଏପଟେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟର ଚିନ୍ତା ମଧ୍ୟ କରିବାକୁ ପଡ଼ିବନି ।

ମହୁ – ମହୁର ବ୍ୟବହାର ବହୁ ପ୍ରାଚୀନ କାଳରୁ ପୋଷଣ ଚିକିତ୍ସା ଓ ଔଷଧୀୟ କାର୍ଯ୍ୟ ପାଇଁ ହେଉଛି। ମହୁରେ ଫ୍ରୁକଟୋଜ୍ ଉଚ୍ଚ ସ୍ଥରରେ ରହିଛି। ଏହା ରିଫାଇନ ସୁଗାର ତୁଳନାରେ ଅଧିକ ମିଠା। ସେଥିପାଇଁ ଚିନି ତୁଳନାରେ ମହୁ କମ ଆବଶ୍ୟକ ହୋଇଥାଏ। ଚା’ରେ ବି ମହୁ ବ୍ୟବହାର କରିପାରିବେ। ମହୁରେ ଫ୍ଲେବୋନାଇଡ ରହିଛି ଯେଉଁଥିପାଇଁ ଏହା ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ହୋଇଥାଏ। ମହୁରେ ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଛି। ଏହା ମଧୁମେହ ରୋଗୀଙ୍କ ପାଇଁ ଭଲ ବିକଳ୍ପ କାରଣ ଏହା ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ କରିଥାଏ।

ଡେଟ୍ ସୁଗାର୍ – ଶୁଖିଲା ଖଜୁରୀ ବା ଡେଟରୁ ବି ଚିନି ପ୍ରାପ୍ତ ହୋଇପାରିବ। ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଏବଂ ଏଥିରେ ଫାଇବର ମଧ୍ୟ ରହିଛି। ଏହାର ମିଶ୍ରଣ ଗୁଣ ଯୋଗୁଁ ଏହାକୁ କୁକିଜରେ ମଧ୍ୟ ବ୍ୟବହାର କରାଯାଇଥାଏ। କେକ ପାଇଁ ଡେଟ ସିରପ୍ ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ବିକଳ୍ପ ହୋଇପାରେ।

କୋକୋନଟ୍ ସୁଗାର୍ – ନଡ଼ିଆକୁ ହାତରେ ରଖି ଏକ କଟା ତିଆରି କରାଯାଏ। ଏହାପରେ ତାକୁ ବାଷ୍ପୀକରଣ ପାଇଁ ଛଡ଼ାଯାଇଥାଏ। ଏହି ପ୍ରକ୍ରିୟା ପରେ ଏକ ସ୍ଫଟିକ୍ ପଦାର୍ଥ ଛଡ଼ାଯାଇଥାଏ। ଏହା ପରେ କୋକୋନଟ୍ ସୁଗାର ତିଆରି ହୁଏ। ଏହି ପ୍ରାକୃତିକ ମିଠା ବିଷୟରେ ଏକ ବଡ କଥା ହେଲା ଏହା ବ୍ୟଞ୍ଜନକୁ ଅଧିକ ସ୍ୱାଦିଷ୍ଟ କରିଥାଏ। ଏହାକୁ ଚା’ କଫିରେ ବି ବ୍ୟବହାର କରିପାରିବେ। ଏହାକୁ ଅନ୍ୟାନ୍ୟ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଇପାରେ। କାରଣ ଏଥିରେ ନଡ଼ିଆର ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଏଥିରେ ଇନସୁଲିନ୍ ଫାଇବରର ଥିବା ଯୋଗୁଁ ଏହା ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ।

ଡ଼ିମିରି ବା ଫିଗ୍ – ଡ଼ିମିରିରେ କାର୍ବୋହାଇଡ୍ରେଟ୍ସ ରହିଛି। ଏହା ଶରୀରରେ ଇନସୁଲିନ ସ୍ଥର ବୃଦ୍ଧି କରିନଥାଏ। ଡ଼ିମିରିକୁ ୫ଟି ଉପାୟରେ ବ୍ୟବହାର କରିପାରିବେ। ଏଥିରେ ଲଡୁ, ବିସ୍କୁଟ୍ ଆଦି ତିଆରି କରିପାରିବେ। ଏହାକୁ ପାଣିରେ ବତୁରାଈ ବାଟି ଦିଅନ୍ତି। ଏହା ହାଡର ସ୍ୱାସ୍ଥ୍ୟ, ରକ୍ତ ଏବଂ ହଜମ ପ୍ରକ୍ରିୟା ପାଇଁ ଉତ୍ତମ।

ଗୁଡ – ଆମେ ସମସ୍ତେ ଜାଣୁ ଯେ ଆଖୁରୁ ଉତ୍ପନ୍ନ ଚିନିର ଆଉ ଏକ ବିକଳ୍ପ ଗୁଡ। ଏହା ରିଫାଇନ ହୋଇନଥିବାରୁ ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍, ମିନେରାଲ୍ସ, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଭୋଜନ ପରେ ଏକ ଛୋଟ ଖଣ୍ଡ ଗୁଡ ହଜମକାରୀ ଏନଜାଇମକୁ ସକ୍ରିୟ କରିଥାଏ। ରକ୍ତହୀନ ରୋଗୀଙ୍କ ପାଇଁ ଏହା ବହୁତ ଭଲ ବୋଲି ବିବେଚନା କରାଯାଏ। ଏହା ଶରୀରରେ ହେମୋଗ୍ଲୋବିନର ସ୍ଥର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଗୁଡକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ। ବିଶେଷକରି ସୀତା ଋତୁରେ ଗୁଡ ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାଏ। ଏହା କାଶ, ଥଣ୍ଡା ଏବଂ ଫ୍ଲୁର ପ୍ରଭାବକୁ ହ୍ରାସ କରିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ)


Share It

Comments are closed.