ଭୁଲରେ ବି ଛୋଟ ପିଲାଙ୍କୁ ଏହି ଫିଲ୍ମ ଦେଖାଇବା ଉଚିତ ନୁହେଁ


ବିଲଉଡ ଫିଲ୍ମ ଗୁଡିକ ରିଲିଜ ହେବା ପୂର୍ବରୁ ଏହା ସେନସର ବୋର୍ଡ ଦ୍ୱାରା ସ୍ୱୀକୃତି ପାଇବା ନିହାତି ଆବଶ୍ୟକ । ସେନସର ବୋର୍ଡ ଦ୍ୱାରା ଫିଲ୍ମ ଗୁଡିକରେ ଥିବା କେତେକ ଆପତ୍ତିଜନକ ସିନଗୁଡିକ କାଟି ମଧ୍ୟ ଦିଆଯାଏ, କାରଣ ଯାହାକି ସର୍ବସମ୍ମୁଖରେ ଦେଖିବାରେ ଅସମ୍ଭବ । ଏହା ସତ୍ତେ୍ୱ ବର୍ତ୍ତମାନ ବଲିଉଡରେ ଏମିତି ବି କେତେକ ଫିଲ୍ମ ଅଛି । ଯାହାକୁ ଆପଣ ସର୍ବସମ୍ମୁଖରେ ଦେଖିବା ତ ଦୂର କଥା ପରିବାର ଓ ପିଲା ଛୁଆଙ୍କ ସହ ବସି ବି ଦେଖିପାରିବେ ନାହିଁ । ତେବେ ଆସନ୍ତୁ ଏଭଳି କେତେକ ବଲିଉଡ ଫିଲ୍ମ ସମ୍ପର୍କରେ ଜାଣିବା ଯାହାକି ସର୍ବସମ୍ମୁଖରେ ଦେଖିବାରେ ଅସମ୍ଭବ ।

 ବି.ଏ ପାସ

ଫିଲ୍ମ ‘ବି.ଏ ପାସ’ ହେଉଛି ଏପରି ଏକ ଫିଲ୍ମ ଯାହାକି ପିଲାଙ୍କ ଚିନ୍ତାଧାରା ଉପରେ କୁପ୍ରଭାବ ପକାଇଥାଏ । କାରଣ ଗୋଟେ ଛାତ୍ରର ମା ଓ ବାପା ଚାଲିଯିବା ପରେ ସେ ତାର ଭଉଣୀର ଭବିଷ୍ୟତ ଗଢିବା ପାଇଁ କିପରି ଅନ୍ୟ ମହିଳାଙ୍କ ସହ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ ହେବାକୁ ପଡିଥିଲା, ତାହା ଦେଖିବାକୁ ମିଳିବ ।

 ବଣ୍ଟି ବବଲି

ଏହ ଫିଲ୍ମଟି ୟସ ରାଜ ବ୍ୟାନର ଅଧିନରେ ପ୍ରସ୍ତୁତ ହୋଇଛି । ଫିଲ୍ମଟି ଦୁଇଟି ଚୋରଙ୍କ ଉପରେ ଆଧାରିତ ଅଟେ । ଏହି ଫିଲ୍ମଟିକୁ ପିଲାମାନେ ଦେଖିବା ଦ୍ୱାରା ତାଙ୍କ ଭବିଷ୍ୟତ ଖରାପ ଦିଗକୁ ଯାଇପାରେ ।

 ଇସକଜାଦେ

ଏହି ଫିଲ୍ମରେ ଏକ ସାଧାରଣ ଘରର ପୁଅ ଏକ ରାଜନୈତିକ ଘରର ଝିଅ ସହ ପ୍ରେମକରି ବିବାହ କରି ନେଇ । ପରେ ଯେତେବେଳେ ଝିଅର ପରିବାର ଲୋକେ ଏହାକୁ ଜାଣନ୍ତି ସେତେବେଳେ ଫିଲ୍ମରେ ପ୍ରବଳ ଝଗଡା ହେବା ସହ ମାରପିଟ ଓ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ ହୁଏ । ଯାହାକି ଏହି ଫିଲ୍ମଟିକୁ ଛୋଟପିଲା ଦେଖିବା ଉଚିତ ନୁହେଁ ।

ଡେଭ ଡି

ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ନିଶା ଏବଂ ନିଶା ସେବନ ଉପରେ ଆଧାରିତ । ଯାହାକୁ ପିଲାମାନେ ଦେଖିବା ଦ୍ୱାରା ତାଙ୍କ ଜୀବନ ବର୍ବଦା ହୋଇଯିବ ।

 ଗୁଣ୍ଡେ

ଫିଲ୍ମ ଛୋଟବେଳର ଦୁଇ ସାଙ୍ଗଙ୍କ ଉପରେ ଆଧାରିତ ଯାହାକି ପରସ୍ପର ପାଇଁ ନିଜ ଜୀବନ ଉତ୍ସର୍ଗ କରିବା ପାଇଁ ପ୍ରସ୍ୁତ ଥିଲେ କିନ୍ତୁ ଉଭଙ୍କ ଜୀବନରେ ଏକ ଝିଅ ପାଇଁ ମତଭେଦ ଆରମ୍ଭ ହୋଇଥିଲା । ଯାହା ଫଳରେ ଗୋଟେ ଝିଅ ପାଇଁ ପରସ୍ପରର ଜୀବନ ନେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । ଏହି ଫିଲ୍ମ ଦେଖିବା ପିଲାଙ୍କ ଖରାପ ଅଟେ


Share It

Comments are closed.