ଆପଣଙ୍କ ଫୋନରେ ଏହି ସମସ୍ତ ଆପ୍ ଅଛି କି? ତେବେ ସତର୍କ ହୋଇଯାଆନ୍ତୁ ହୋଇପାରେ ଆପଣଙ୍କ ଟଙ୍କା ଚୋରୀ


ଆଣ୍ଡ୍ରୋଏଡ୍ ଆପ୍ ଏବଂ ଡାଟା ଲିକ୍ ଏକ ବହୁତ ପୁରୁଣା ସମସ୍ୟା। ଏମିତି ଅନେକ ଆପ ଅଛି ଯାହାକି ଆପଣ ବ୍ୟବହାର କଲେ ଆପଣଙ୍କ ତଥ୍ୟ ଚୋରି ହେବାର ଭୟ ରହିଛି। ପ୍ରତିଦିନ ଅନେକ ରିପୋର୍ଟ ଆସୁଛି ଯେ ଆଣ୍ଡ୍ରୋଏଡ୍ ଆପରେ ମାଲୱେୟାର ରହିଥିଲା ଯାହା ଲୋକଙ୍କ ଫୋନରେ ବ୍ୟାଙ୍କିଙ୍ଗ ଆପରୁ ଟଙ୍କା ଚୋରି କରୁଥିଲା। ବର୍ତ୍ତମାନ ସିକ୍ୟୁରିଟି କମ୍ପାନୀ ସୋଫୋସ୍ ୨୦ ଟି ମୋବାଇଲ୍ ଆପର ଏକ ତାଲିକା ପ୍ରକାଶ କରିଛି ଯାହା ବ୍ୟବହାରକାରୀଙ୍କ ଫୋନରୁ ସହଜରେ ଟଙ୍କା ଚୋରି କରିପାରୁଥିବା ଜଣାପଡ଼ିଛି।

ଏହି ଆପ୍ ଗୁଡିକ ବ୍ୟବହାରକାରୀଙ୍କ ବିନା ଅନୁମତିରେ ସବସ୍କ୍ରିପସନ୍ ସେବାକୁ ସକ୍ରିୟ କରିଥାନ୍ତି। ଏହି ଆପ୍ ମଧ୍ୟରୁ କିଛି ଗୁଗୁଲ ପ୍ଲେ ଷ୍ଟୋରରୁ ଅପସାରିତ କରିସାରିଛି। କିନ୍ତୁ କିଛି ଆପ୍ ପ୍ଲେ ଷ୍ଟୋରରେ ଏବେ ମଧ୍ୟ ଉପଲବ୍ଧ ରହିଛି। ଏହି ଆପଗୁଡ଼ିକୁ ଯଦି ଫୋନରେ ରଖିଥାନ୍ତି ଏହା ଆପଣଙ୍କ ପାଇଁ ବିପଦ ଜନକ ଅଟେ। ତେବେ ଆପଣ ତୁରନ୍ତ ସେଗୁଡ଼ିକୁ ଡିଲିଟ୍ କରିବା ଉଚିତ୍।

୧ -Compress Video (କମ୍ପ୍ରେସ ଭିଡିଓ)
୨ – Dynamic Wallpaper (ଡାଇନାମିକ ୱାଲପେପର)
୩ -Gametris Wallpaper ( ଗାମେଟେରିସ ୱାଲପେପର)
୪ -MojiFont ( ମୋଜି ଫଣ୍ଟ)
୫ – Montage – Help you make cool videos( ମୋନଟେଜ ଭିଡିଓ ଆପ)
୬ – My Replica 2 ( ମାଇ ରେପଲିକା-୨)
୭ – Old Me-Simulate Old Face
୮- Photo Converter( ଫଟୋ କନଭଟର)
୯- Prank Call ( ପ୍ରଙ୍କ କଲ)
୧୦ -Recover deleted photos ( ରିକୋଭରି ଡିଲିଟ ଫଟୋ )
୧୧ -Photo backup ( ଫଟୋ ବ୍ୟାକଅପ)
୧୨ -Search by Image ( ସର୍ଚ୍ଚ ଇମେଜ)
୧୩ -Video Magician ( ଭିଡିଓ ମାଜିସିଆନ)
୧୪-Xsleep୧ (ଏକ୍ସ ସ୍ଲିପ)
୧୫ -Zynoa Wallpaper ( ଜିୟାନୋ ୱାଲପେପର)


Share It

Comments are closed.