କଟକ ଲୋକସଭା ଆସନକୁ ନେଇ ହୋଇପାରେ ତ୍ରିମୁଖୀ ଲଢେଇ


ଲୋକସଭା ଏବଂ ୪ଟି ରାଜ୍ୟରେ ବିଧାନସଭା ପାଇଁ ଗତ କାଲି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି କମିସନ । ସାରା ଦେଶରେ ଲୋକସଭା ପାଇଁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ବିଶିଷ୍ଟ ଏହି ଓଡିଶା ପ୍ରଦେଶରେ ଆଗାମୀ ଦିନରେ କିଏ ସରକାର ଗଢିବ ସେଥିପାଇଁ ସବୁ ଦଳ ବର୍ତ୍ତମାନ ସମରସଜା ଆରମ୍ଭ କରିଦେଲେଣି ।
ଯଦି ଆମେ କଟକ ଲୋକସଭା ଆସନ ଉପରେ ନଜର ପକାଇବା ତେବେ ଏଠାରେ ତ୍ରିମୁଖୀ ଲଢେଇ ହେବାର ଅନେକ ସମ୍ଭାବନା ରହିଛି । କାରଣ କଟକରେ ବିଜେଡି, କଂଗ୍ରେସ ଏବଂ ବିଜେପି ଏହି ତିନି ପ୍ରମୁଖ ରାଜନୈତିକ ଦଳ ଲୋକସଭା ଆସନ ପାଇଁ ନୂଆ ମୁହଁ ଦେବାର ଅନେକ ସମ୍ଭାବନା ରହିଛି ।
ଦୀର୍ଘ ଦଶନ୍ଧୀ ଧରି କଂଗ୍ରେସର ଗଡ ବୋଲାଉଥିବାବେଳେ ଏହି ଆସନ ୧୯୯୮ରୁ ବିଜେଡି ଦଖଲରେ ରଖିଛି । ବିଜେପି ଏଠାରେ ନିଜ ଖାତା ଖୋଲିପାରୁନଥିବାବେଳେ ବିଜେଡିର ପ୍ରାର୍ଥୀ ରୂପେ ଭର୍ତ୍ତୁହରି ମହତାବ ୧୧୯୭,୧୯୯୯, ୨୦୦୪,୨୦୦୯ ଏବଂ ୨୦୧୪ରେ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ।
ତେବେ ଗତ ଲୋକସଭା ନିର୍ବାଚନରେ ଭର୍ତ୍ତୁହରି ୫ ଲକ୍ଷରୁ ଅଧିକ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଅପରାଜିତା ମହାନ୍ତି ଏବଂ ତୃତୀୟ ସ୍ଥାନରେ ବିଜେପିର ସମୀର ଦେ ରହିଥିଲେ । ସବୁଠାରୁ ମୁଖ୍ୟ କଥା ହେଲା ଯେ, ବିଜେଡିର ଏଠାରେ ଭଲ ସଂଗଠନ ଥିବାବେଳେ ଆଗାମୀ ଲୋକସଭା ନିର୍ବାଚନରେ ଦଳ ଏଠାରେ ନୂଆ ମୁହଁ ଖୋଜୁଛି । ସେଥିପାଇଁ କଟକରୁ ବିଜେଡିର ଲୋକସଭା ପ୍ରର୍ଥୀ ରୂପେ ବରିଷ୍ଠ ଆଇନଜିବୀ ତଥା ପୂର୍ବତ୍ତନ ବାର କାଉନସିଲ ସଭାପତି ‘ଅଶୋକ ପରିଜା’ ଠିଆ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଆଇନଜୀବି କ୍ଷେତ୍ରରେ ଅଶୋକଙ୍କ ଭଲ ଅଭିଜ୍ଞତା ଥିବାବେଳେ ବିଜେଡି ତାଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ ରୂପେ ଠିଆ କରାଇ ଥଇଥାନ କରାଇବା ପାଇଁ ନିଶ୍ଚିତ ଚେଷ୍ଟା କରିବ । କାରଣ ସେ ଦଳ ପାଇଁ ଏକ ଆସେଟ ସଦୃଶ୍ୟ ।
ଅନ୍ୟପଟେ ନିକଟରେ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଆଇନଜୀବି ପିତାମ୍ବର ଆଚାର୍ଯ୍ୟଙ୍କୁ ଦଳ ଲୋକସଭା ପ୍ରାର୍ଥୀ ରୂପେ ଗ୍ରୀନ ସଗନାଲ ଦେଇଥିବାବେଳେ କଂଗ୍ରେସ ପକ୍ଷରୁ ପଞ୍ଚାନନ କାନୁନଗୋଙ୍କୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।


Share It

Comments are closed.