କଳ୍ପନା ଜଳ୍ପନାର ଅନ୍ତ ଘଟିଲା, ପୁଣି ଥରେ ଟେଷ୍ଟକୁ ଫେରିଲେ ରୋହିତ


ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଠାରୁ ଏଡିଲେଟରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ୧୨ ଜଣ ସଦସ୍ୟଙ୍କର ନାମ ଘୋଷଣା କରାଯାଇଛି । ଶେଷରେ ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଯାଇ ରୋହିତଙ୍କୁ ପୁଣି ଥରେ ଟେଷ୍ଟ ମ୍ୟାଚରେ ସୁଯୋଗ ଦିଆଯାଇଛି । ଏହି ଟେଷ୍ଟରେ ରୋହିତଙ୍କ ସମେତ ହନୁମା ବିହାରୀଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । କିନ୍ତୁ ସବୁଠାରୁ ମୁଖ୍ୟ କଥା ହେଲା ଏହା ଯେ, ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣକୁ କାହାକୁ ବାହାରେ ବସିବାକୁ ପଡିପାରେ ।
ସେପଟେ ଆହତ ‘ପୃଥିବୀ ସ’ଙ୍କ ଜାଗାରେ ମୁରଲୀ ବିଜୟଙ୍କୁ ସୁଯୋଗ ଦିଆଯାଇଛି । ସେପଟେ ବୋଲିଂ ଭାର ମହମ୍ମଦ ଶାମି, ଇଶାନ୍ତ ଶର୍ମା ଏବଂ ଯଶପ୍ରୀତ ବୁମରା ସମ୍ଭାଳିବାକୁ ଥିବାବେଳେ ଅଶ୍ୱୁନୀଙ୍କୁ ଏକମାତ୍ର ସ୍ପିନର ରୂପେ ଟିମ ଜାଗା ମିଳିଛି ।

ପ୍ରକାଶ ଥାଉକି ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଠାରୁ ଏଡିଲେଟରେ ଆରମ୍ଭ ହେବାକୁ ଯାଉଛି ।
ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ୧୨ ଜଣ ଖେଳାଳୀମାନେ ହେଲେ- ବିରାଟ କୋହଲି (ଅଧିନାୟକ), ଅଜିଙ୍କେ ରାହାଣେ (ଉପ-ଅଧିନାୟକ), କେ.ଏଲ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ରୋହିତ ଶର୍ମା, ହନୁମା ବିହାରୀ, ରିଷଭ ପନ୍ତ (ୱିକେଟକିପର), ରବିଚନ୍ଦ୍ର ଅଶ୍ୱୁନୀ, ମହମ୍ମଦ ଶାମୀ, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା ।


Share It

Comments are closed.