ଟେଷ୍ଟ ସିରିଜ ପାଇଁ ଚଳିତ ବର୍ଷ ଶେଷ ସୁଧା ଅଷ୍ଟ୍ରେଲିଆ ଗସ୍ତ କରିପାରେ ଭାରତ


କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ‘କେଭିନ ରୋବର୍ଟସ’ କହିଛନ୍ତି ଯେ, ଭାରତୀୟ ଦଳ ଚଳିତ ବର୍ଷ ଶେଷକୁ ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଆସିବାର ସମ୍ଭାବନା ୯୦ ପ୍ରତିଶତ ରହିଛି । କ୍ରିକେଟ ଅଷ୍ଟ୍ରେଲିଆ ବର୍ତ୍ତମାନ ସମୟରେ ବହୁତ ଆର୍ଥିକ ଚାପରେ ରହିଛି ସେଥିପାଇଁ କୌଣସି ବି ପରିସ୍ଥିତିରେ ଏହି ସିରିଜର ଆବଶ୍ୟକତା ରହିଛି । ଏହା ଦ୍ୱାରା ଏହି ମ୍ୟାଚକୁ ପ୍ରସାରଣ କରିବା ଦ୍ୱାରା ୩୦ କୋଟି ମିଳିବ । କରୋନା ଭାଇରସ ମହାମାରୀ କାରଣରୁ ସିଏ ବର୍ତ୍ତମାନ ୮୦ ପ୍ରତିଶତ କର୍ମଚାରୀଙ୍କୁ ୨୦ ପ୍ରତିଶତ ବେତନ ଦେଉଛି ।
ଏହି ସିରିଜ ଅକ୍ଟୋବରରୁ ଜାନୁଆରୀ ୨୦୨୧ ମଧ୍ୟରେ ଖେଳାଯିବ । ରୋବର୍ଟ କହିଛନ୍ତି ଯେ, “ବର୍ତ୍ତମାନ ସମୟରେ କିଛି ବି ନିଶ୍ଚିତ ନାହିଁ । ମୁଁ ଏହା କହିପାରିବି ନାହିଁ ଯେ, ଗସ୍ତର ସମ୍ଭାବନା ଶତ ପ୍ରତିଶତ ଅଛି ବୋଲି କିନ୍ତୁ ଶତ ପ୍ରତିଶତରୁ ୯୦ ପ୍ରତିଶତ ଅଛି । ”
ସେ ଆହୁରୀ କହିଛନ୍ତି ଯେ, “ବର୍ତ୍ତମାନ କିଛି କୁହାଯାଇ ପାରିବ ନାହିଁ ଦର୍ଶକ ହେବେ କି ନାହିଁ । ଯଦି ଭାରତ ଗସ୍ତ କରିବ ନାହିଁ ତେବେ ମୋତେ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ମୁଁ ଏହା କହିପାରିବି ଯେ, ଗସ୍ତ ଆରମ୍ଭରୁ ହିଁ ଷ୍ଟାଡିୟମରେ ଦର୍ଶକ ହେବେ ନାହିଁ । ଏହା ପରେ ଦେଖିବା କ’ଣ ହେଉଛି ? ।”
ଅଷ୍ଟ୍ରେଲିଆ ଦଳ ସୀମିତ ଓଭର ମ୍ୟାଚ ପାଇଁ ଇଂଲଣ୍ଡ ଯିବାର ଅଛି କିନ୍ତୁ ଏହା ପୂର୍ବକୁ କ୍ରିକେଟ ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜକୁ ଇଂଲଣ୍ଡ ଗସ୍ତ କରିବାର ଅପେକ୍ଷା କରିଛି । ରୋବର୍ଟ କହିଛନ୍ତି ଯେ, “ଆମେ ଆମ ଖେଳାଳୀଙ୍କ ସୁରକ୍ଷା ସହ କୌଣସି କମ୍ପରମାଇଜ କରିବାକୁ ଚାହୁଁ ନାହିଁ । ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜର ଇଂଲଣ୍ଡ ଗସ୍ତ କିପରି ରହୁଛି ତାହା ପ୍ରଥମେ ଆମେ ଦେଖିବୁ । ଆଶା କରୁଛୁ କୌଣସି ଅସୁବିଧା ହେବ ନାହିଁ । ”


Share It

Comments are closed.