ଧୋନିଙ୍କ ଘରୁ ହେଲା ଚୋରି


ଗତ କାଲି ରାତିରେ ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଘରୁ ମୂଲ୍ୟବାନ ଆସବାବପତ୍ର ଚୋରି ହୋଇଥିବାର ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଧୋନି ତାଙ୍କର ଏହି ବଙ୍ଗଳାକୁ ଏକ ଘରୋଇ କମ୍ପାନୀକୁ ଭଡାରେ ଦେଇଥିଲେ । ଦୁର୍ବୁତ୍ତମାନେ ଏହି ବଙ୍ଗଳାରୁ ଏକ ମୂଲ୍ୟବାନ ଏଲସିଡି ଚୋରି କରିନେଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପ୍ରକୃତ ଆସମୀକୁ ଧରିବାରେ ଅସଫଳ ରହିଛି ।
ପ୍ରକାଶ ଥାଉକି ଦିଲ୍ଲୀ ନୋଏଡାସ୍ଥିତ ସେକ୍ଟର-୧୦୪ରେ ଧୋନୀଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ଏହି ବଙ୍ଗଳାଟି ୪୫୦ ବର୍ଗ ମିଟିର ପରିବ୍ୟାପ୍ତ ଥିବାବେଳେ ଧୋନି ଅଧିନାକତ୍ୱରେ ଦେଶ ବିଶ୍ୱକପ ଜିତିଲା ପରେ ସେ ଏହି ବିଳାସପୂର୍ଣ୍ଣ ବଙ୍ଗଳାଟିକୁ କିଣିଥିଲେ । ସେ ଏହି ବଙ୍ଗଳାରେ ଅଧିକାଂଶ ସମୟ ରହୁନଥିବାବେଳେ ଏହାକୁ ଏକ ଘରୋଇ କମ୍ପାନୀକୁ ଭଡାରେ ଦେଇଦିଆଯାଇଛି ।


Share It

Comments are closed.