ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପାଳନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଦେଶ ନାମରେ ମହତ୍ୱପୂର୍ଣ୍ଣ ବାର୍ତ୍ତା ୧୩୦ ଭାରତୀୟଙ୍କୁ କରୋନା ମହାମାରୀ ବିରୋଧରେ ଲଢିବାକୁ ଅଧିକ ବଳ ଦେବ । ତେଣୁ ପ୍ରଧାନମନ୍ତ୍ରୀଙ୍କ ରାତି ୯ଟାରେ ୯ ମିନିଟ୍ ଯାଏଁ ନିଜ ଘରେ ସାମାଜିକ ଦୂରତାକୁ ପାଳନ କରିବା ସହ ଘରର ଲାଇଟକୁ ବନ୍ଦ କରି ମହମବତୀ, ଦୀପ, ମୋବାଇଲ୍ କିମ୍ବା ଟର୍ଚ୍ଚର ଲାଇଟ୍ ଜାଳିବାଆହ୍ୱାନକୁ ପାଳନ କରିବାକୁ  ସାମାଜିକ ଗଣମାଧ୍ୟମରେ  ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୩୦ କୋଟି ଦେଶବାସୀଙ୍କୁ ମହାସଂକଳ୍ପର ନୂଆ ଶିଖର ଉପରକୁ ନେବାପାଇଁ ପ୍ରଧାନମନ୍ତ୍ରୀ ମୋଦି ସାମାଜିକ ଦୂରତ୍ୱକୁ ପାଳନ କରିବା ସହ ଆମ ସମସ୍ତଙ୍କୁ ନିଜ ଘରେ ରହି ୫ ଏପ୍ରିଲ ରାତି ୯ଟାରେ କରୋନାକୁ ଅନ୍ଧକାରର ଚ୍ୟାଲେଞ୍ଜ ଦେବା ଏବଂ ଆମର ଶକ୍ତିର ପରିଚୟ ଦେବା ପାଇଁ ଆହ୍ୱାନ କରିଛନ୍ତି ।

ସେ କହିଛନ୍ତି ଯେ ଯେଉଁ ଅନୁଶାସନ ଏବଂ ସେବା ଭାବରେ ଦେଶର ଜନତା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ବିଶ୍ୱ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ତାହା ଅତୁଳନୀୟ । ଦେଶବାସୀଙ୍କ ସଂଯମ, ସଂକଳ୍ପ ଏବଂ ସାମୂହିକ ଶକ୍ତି ନିଶ୍ଚିତ ରୂପେ ଏହି ବିଶ୍ୱ ଚ୍ୟାଲେଞ୍ଜ ଉପରେ ଭାରତର ବିଜୟ ମାର୍ଗ ପ୍ରଶସ୍ତ କରିବ । କରୋନା ମହାମାରୀରୁ ଯେଉଁ ଅନ୍ଧକାର ଏବଂ ଅନିଶ୍ଚିତତା ଜନ୍ମ ନେଇଛି, ଆମେ ସମସ୍ତ ଦେଶବାସୀଙ୍କୁ ତାହାକୁ ସମାପ୍ତ କରି ଆଲୋକ ଏବଂ ନିଶ୍ଚିତତା ଆଡ଼କୁ ଆଗେଇବାକୁ ହେବ ।

ତେଣୁ ସମସ୍ତେ ଏହି ରବିବାର ୫ ଏପ୍ରିଲରେ ରାତି ୯ଟାରେ ୯ ମିନିଟ୍ ଯାଏଁ ନିଜର ଘରେ ସାମାଜିକ ଦୂରତାକୁ ପାଳନ କରିବା ସହ ଘରର ଲାଇଟକୁ ବନ୍ଦ କରି ମହମବତୀ, ଦୀପ, ମୋବାଇଲ୍ କିମ୍ବା ଟର୍ଚ୍ଚର ଲାଇଟ୍ ଜାଳି କରୋନା ମହାମାରୀ ବିରୋଧରେ ୧୩୦ କୋଟି ଭାରତୀୟ ଏକଜୁଟ୍, ସାମୂହିକ ସଂକଳ୍ପ ଏବଂ ମହାଶକ୍ତିର ପ୍ରତୀକ ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।


Share It

Comments are closed.