ରେଡ୍ ଜୋନରେ ରହିଲା ରାଜ୍ୟର ଏହି ତିନୋଟି ଜିଲ୍ଲା

Share It

ଦେଶର ବିଭିନ୍ନ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୂର୍ବ ଘୋଷଣା ମୁତାବକ ସ୍ଥିତି ସମୀକ୍ଷା କରି ରାଜ୍ୟର ୩ଟି ଜିଲ୍ଲାକୁ ରେଡ ଜୋନରେ ସାମିଲ କରିଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଉଛି ଯାଜପୁର, ବାଲେଶ୍ୱର ଓ ଭଦ୍ରକ। ଏହି ଜିଲ୍ଲାଗୁଡିକରେ କରୋନା ସଂକ୍ରମିତଙ୍କ ସଂଖା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନେଇଛି। ସର୍ବଶେଷ ସୂଚନା ଅନୁଯାୟୀ ଦେଶର ୧୩୦ଟି ଜିଲ୍ଲାକୁ ରେଡ ଜୋନ, ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ ଓ ୩୨୯ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି। ନୂଆ ଜୋନ ତାଲିକାରେ ଓଡ଼ିଶାର ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେଡ ଜୋନରେ ରହିଥିବା ବେଳେ ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ ଓ ପୁରୀ ଅରେଞ୍ଜ ଜୋନରେ ସାମିଲ ହୋଇଛି। ଏହା ଛଡା ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି।


Share It

Comments are closed.