ଦି ଥାର୍ଡ଼ ଆଇ ସମ୍ମିଳନୀ ଅନୁଷ୍ଠିତ


ସୋନାଲିସ୍ କ୍ୟୁବୋ ଏବଂ ସହକାରୀ, ବୈଜୟନ୍ତି ପୂଗାଲିଆ, ସୋନାଲିସ କ୍ୟୁବୋର ସତ୍ୱାଧିକାରୀ ଏବଂ ଏକ ଲୋକପ୍ରିୟ ସାମଜିକ କର୍ମିଙ୍କ ମିଳିତ ଉଦ୍ୟମରେ ଏକ ଦିନିକିଆ ସମ୍ମିଳନୀ, ‘ଦି ଥାର୍ଡ଼ ଆଇ’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟତଃ ଉଭୟ ଲିଙ୍ଗି ସମ୍ପ୍ରଦାୟର ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରାଯାଇଛି । ଉକ୍ତ ଘଟଣା ଉପରେ ଆଲୋକପାତ କରାଯିବା ସୁରୂପ ଦୁଇଟି ପ୍ୟାନେଲ ଆଲୋଚନା କରାଯାଇଥିଲା, ଯେଉଁଥିରେ ଶ୍ରୀଗୌରୀ ସାୱନ୍ତ, ମିତ୍ର ଟ୍ରଷ୍ଟ, ଗୋଷ୍ଠି ଏବଂ ସାମାଜିକ କର୍ମି, ରୁଦ୍ରାଣି ଛେତ୍ରୀ, କାଲକୀ ସୂଭ୍ରମଣ୍ୟମ୍, ବପାଦିତ୍ୟ ମୂଖାର୍ଜି, ମାରତି କର ଇତ୍ୟାଦି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଆଇସିବିଆଇ (ଇଣ୍ଟରନ୍ୟାସନାଲ ଚାମ୍ବର ଅଫ ବିଜନେସ୍ ଆଣ୍ଡ ଇଣ୍ଡଷ୍ଟ୍ରି), ଡ଼ବ୍ଲୁଏଓ (ଉୟି ଆର ୱାନ୍), ଏଲଏଲ (ଅଲ ଲେଡ଼ିଜ୍ ଲିଗ୍), ସିରୋଜ, ପ୍ରମିସିଂ ଇଣ୍ଡିଆନ୍ ଇଣ୍ଡିଆନ୍ ସୋସାଇଟି ଦ୍ୱାରା ସମର୍ଥନ ପ୍ରାପ୍ତ ।
ଏହି ପରିପ୍ରେକ୍ଷୀରେ ସହକାରୀ, ବୈଜୟନ୍ତି ପୂଗାଲିଆ କହିଛନ୍ତିଯେ, “ମୋ ଅଭିଭାବକଙ୍କ ଦ୍ୱାରା ଦିଆଯାଇଥିବା ମୋ ଭିତରେ ଥିବା ମୂଲ୍ୟବୋଦ୍ଧକୁ ନେଇ ମୁଁ ବଞ୍ଚିଛି । ମୁଁ ଉକ୍ତ ସମ୍ମିଳନୀରେ ସହକାରୀ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ, ଯେବେକି ଏହା ଭଲପାଇବା ଏବଂ ମାନବିକତା ଦୃଷ୍ଟିରୁ ମୋତେ ମାନସିକ ଶାନ୍ତି ଦେଇପାରିଛି । ମୁଁ ଉଭୟଲିଙ୍ଗି ସମ୍ପ୍ରଦାୟକୁ ପ୍ଲାଟଫର୍ମ ଦେଉନାହିଁ, ବରଂ ସେମାନେ ଏହାକୁ ପାଇବାକୁ ହକଦାର ଅଟନ୍ତି ।”
ଉକ୍ତ ସମ୍ମିଳନୀରେ ଉଭୟଲିଙ୍ଗି ସମ୍ପ୍ରଦାୟ ମଧ୍ୟରେ େଓøଦଗିକତାକୁ ପ୍ରୋତ୍ସାହିତ ଏବଂ ସେମାନଙ୍କ ଅଭିବୃଦ୍ଧିରେ ସହାୟକ ହେବା ନିମନ୍ତେ ଏକ ଷ୍ଟାଟଅପ୍ ପିଚିଂ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏବଂ ଉକ୍ତ ସମ୍ମିଳନୀରେ ଏକ ଫ୍ୟାସନ୍ ସୋ ସହିତ ଦାତବ୍ୟ କାର୍ଯ୍ୟ ନିମନ୍ତେ ଫଣ୍ଡ ଏକଜୁଟ୍ କରିବା ପାଇଁ ଏକ ଆର୍ଟ ଆକସନ ମଧ୍ୟ କରାଯାଇଥିଲା ।


Share It

Comments are closed.