୧୯୮୩ ବିଶ୍ୱକପ ସମୟରେ ଭାରତୀୟ ଖେଳାଳୀଙ୍କ ଆୟ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ


କ୍ରିକେଟରେ ଭାରତକୁ ପ୍ରଥମ ବିଶ୍ୱକପ କପିଲ ଦେବଙ୍କ ନେତୃତ୍ୱରେ ମିଳିଥିବାବେଳେ ଦଳ ୧୯୮୩ରେ ଇଂଲଣ୍ଡର ଲର୍ଡ ଠାରେ ଏକ ନୂଆ ଇତିହାସ ରଚିଥିଲା । ଭାରତକୁ ପ୍ରଥମ ଥର ବିଶ୍ୱକପ ପ୍ରଦାନ କରାଇବାରେ କିପଲଙ୍କ ପ୍ରମୁଖ ଭୂମିକା ଥିବାବେଳେ ସେ ରାତାରାତି ଭାରତୀୟ ଦଳର ଆଗାମୀ ପିଢୀଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟି ଯାଇଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ୧୯୮୩ରେ ଭାରତକୁ ପ୍ରଥମ ଥର ପାଇଁ ବିଶ୍ୱବିଜୟୀ କରାଇଥିବା ଏହି ଖେଳାଳୀଙ୍କ ପ୍ରାପ୍ୟ କେତେ ଥିଲା ତାହା ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଆଜ୍ଞା ହଁ ଭାରତୀୟ ଦଳର ଖେଳାଳୀମାନେ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ନିଜର ପ୍ରାପ୍ୟ ପାଉଥିବାବେଳେ ୧୯୮୩ରେ ଭାରତୀକୁ ବିଶ୍ୱବିଜୟୀ କରିଥିବା କପିଲ ଦେବ ଏବଂ ତାଙ୍କ ସହଯୋଗୀ ଖେଳାଳୀ ସେହି ସମୟରେ ମାତ୍ର ହାତ ଗଣତି କିଛିଟା ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡୁଥିଲା ।
ଲୋକପ୍ରିୟ କ୍ରିକେଟ ସାମ୍ବାଦିକ ତଥା ପୂର୍ବତ୍ତନ କ୍ରିକେଟ ପ୍ରଶାସକ ନିଜ ଟ୍ୱିଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସ୍ପଷ୍ଟ ରୂପେ ଦର୍ଶାଯାଇଛି ଯେ ୧୯୮୩ ଭାରତକୁ ବିଶ୍ୱବିଜୟୀ କରିଥିବା ଖେଳାଳୀଙ୍କ ପ୍ରାପ୍ୟ ଟଙ୍କା କେତେ ଥିଲା ।


ଏହି ଖେଳାଳୀମାନଙ୍କ ପ୍ରତ୍ୟେକ ମ୍ୟାଚ ପଛା ୧୫୦୦ ଟଙ୍କା ମିଳୁଥିବାବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ସେମାନଙ୍କୁ ୨୦୦ ଟଙ୍କା ଲେଖାଏଁ ମିଳୁଥିଲା । ସେହି ସମୟରେ ଭାରତୀୟ ଦଳର ମ୍ୟାନେଜର ‘ବିସେନ ସିଂହ ବେଦୀ’ଙ୍କୁ ମଧ୍ୟ ଖେଳାଳୀଙ୍କ ଭଳି ସମାନ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।
ସେହିଭଳି ବର୍ତ୍ତମାନ ଭାରତୀୟ ଦଳର ଖେଳାଳୀମାନେ ଦିନିକିଆ ମ୍ୟାଚ ପିଛା ୬ ଲକ୍ଷ ଟଙ୍କା ଏବଂ ଟେଷ୍ଟ ମ୍ୟାଚ ପାଇଁ ୧୫ ଲକ୍ଷ ନିଜର ପ୍ରାପ୍ୟ ଟଙ୍କା ପାଉଥିବାବେଳେ ଏହା ବାଦ ବିସିସିଆଇ ସହ ଖେଳାଳୀଙ୍କ ମଧ୍ୟରେ ହୋଇଥିବା ବାର୍ଷିକ ଚୁକ୍ତି ଅନୁଯାୟୀ ଧାର୍ଯ୍ୟ ଟଙ୍କା ପାଇଥାନ୍ତି । ବିରାଟଙ୍କ ଗ୍ରେଡ ଏ ଚୁକ୍ତି ସେ ବାର୍ଷିକ ଆୟ ହେଉଛି ୭ କୋଟି ଟଙ୍କା ।


Share It

Comments are closed.