ବଜାରକୁ ଆସିଛି ନୂଆ ରୟାଲ ଏନ୍‌ଫିଲ୍ଡ ଗରିଲା ୪୫୦


ଭୁବନେଶ୍ୱର: ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଏହାର ପ୍ରିମିୟମ ମଡର୍ଣ୍ଣ ରୋଡ୍‌ଷ୍ଟର- ରୟାଲ ଏନ୍‌ଫିଲ୍ଡ ଗରିଲା ୪୫୦ର ଶୁଭାରମ୍ଭ କରାଯାଇଛି । ଏକ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ସଠିକ୍ ଭାବେ ନିର୍ମିତ ଗରିଲା ୪୫୦ ଲମ୍ବା ଯାତ୍ରା, ଶୁଦ୍ଧ ଓ ପ୍ରାଥମିକ ଆନନ୍ଦ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ଅଟେ । ରୟାଲ ଏନ୍‌ଫିଲ୍ଡ ଗରିଲା ଶୃଙ୍ଖଳାରେ ୩ଟି ଭାରିଆଂଟ ଯେପରିକି ଆନାଲଗ୍‌, ଡ୍ୟାଶ ଓ ଫ୍ଲାଶ୍ ରହିଛି ଏବଂ ୫ଟି ରଙ୍ଗ ମଧ୍ୟ ସାମିଲ ରହିଛି । ଭାରତ, ୟୁକେ ଓ ୟୁରୋପିଆନ ଦେଶଗୁଡିକରେ ଆଜିଠାରୁ ଏହାର ବୁକିଂ ଆରମ୍ଭ ହୋଇଛି ଏବଂ ଡେଲିଭରି ଅଗଷ୍ଟ ୨୦୨୪ରୁ ଆରମ୍ଭ ହେବ । ଏହି ମୋଟରସାଇକେଲ ଆସନ୍ତା ବର୍ଷ ଆରମ୍ଭରେ ପର୍ଯ୍ୟାୟକ୍ରମେ ବିଶ୍ୱର ଅନ୍ୟ ଭାଗଗୁଡିକରେ ପହଂଚିବ । ଏହାର ଶୃଙ୍ଖଳାରେ ୫ଟି ଆକର୍ଷଣୀୟ କଲର୍‌ରେ ୩ଟି ଭାରିଆଂଟ୍ ଅନ୍ତର୍ଭୁକ୍ତ ରହିଛି । ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଗରିଲା ୪୫୦ ସହିତ ‘ବର୍ଡରଲେସ ୱାରେଂଟି ପ୍ରୋଗ୍ରାମ’ ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ଚାଳକମାନଙ୍କୁ ସେମାନଙ୍କର ରୟାଲ ଏନ୍‌ଫିଲ୍ଡର ମୋଟରସାଇକେଲ ଉପରେ ବିନା ସୀମାରେ ଅଧିକ ଚାଳନା କରିବା ଓ ଆବିଷ୍କାର କରିବା ପାଇଁ ସ୍ୱାଧୀନତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଯାହା ୭୦ରୁ ଅଧିକ ଦେଶ ତଥା ବିଶ୍ୱବ୍ୟାପୀ ୩୦୦୦+ ସର୍ଭିସ ସେଂଟରର ଏକ ବିସ୍ତୃତ ନେଟ୍‌ୱର୍କ ଦ୍ୱାରା ସମର୍ଥିତ ଅଟେ ।

ଗରିଲା ୪୫୦ ସମ୍ପର୍କରେ ମତ ରଖି ଏଇଚର ମୋଟର୍‌ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଲାଲ କହିଛନ୍ତି, “ଗରିଲା ୪୫୦ ହେଉଛି ଆଧୁନିକ ରୋଡ୍‌ଷ୍ଟର ଉପରେ ଆମର ନୂତନ ମତାମତ ଏବଂ ଏହା ଯେଉଁଥିରେ ରୂପାନ୍ତରିତ ହୋଇଛି ତାହାକୁ ନେଇ ଆମେ ଖୁବ୍ ଖୁସି । ଏହି ମୋଟରସାଇକେଲ ଯାନ୍ତ୍ରିକ ଭାବେ ବୈଶିଷ୍ଟ୍ୟତାରେ ପରିପୂର୍ଣ୍ଣ ଓ ଖୁବ୍ ବିଳାସପୂର୍ଣ୍ଣ ଅଟେ ଏବଂ ଏହା ପ୍ରଦର୍ଶନ, ବିବିଧତା ଓ ଆତ୍ମବିଶ୍ୱାସ ଅନୁପ୍ରାଣିତ ନିୟନ୍ତ୍ରଣକୁ ଏକତ୍ରିତ କରୁଛି । ଏହା ହିମାଳୟାନ ଭଳି ସମାନ ପ୍ଲାଟ୍‌ଫର୍ମ ଉପରେ ନିର୍ମାଣ ହୋଇଛି କିନ୍ତୁ ରୋଡ୍‌ଷ୍ଟରର କାର୍ଯ୍ୟଦକ୍ଷତା ସହ ଟ୍ୟୁନ୍ ହୋଇଛି ଯାହା ଏହାକୁ ଚାଳନା ସମୟରେ ଉତ୍ସାହଜନକ ଭାବେ ଭିନ୍ନତାର ଅନୁଭବ କରାଉଛି । ରୋଡ୍‌ଷ୍ଟରଗୁଡିକ ସବୁବେଳେ ଯାହା କରିବା ପାଇଁ ଉଦ୍ଦିଷ୍ଟ ଥିଲେ, ଗରିଲା ବାସ୍ତବରେ ତାହାକୁ ହାସଲ କରିଛି । ମୋଟରସାଇକେଲର ଇଞ୍ଜିନ, ଚେସିସ୍‌, ରାଇଡିଂ ପୋଜିସନ ଓ ଉତ୍କୃଷ୍ଟ ନିୟନ୍ତ୍ରଣ ଆଦି ବାସ୍ତବରେ ଏହାକୁ ନିଜ ପାର୍ଟସ୍‌ଗୁଡିକର ସମୁଦାୟ ତୁଳନାରେ ଅଧିକ କିଛି କରୁଛନ୍ତି ।” ଏହି ମୋଟରସାଇକେଲ ସମ୍ପର୍କରେ, ରୟାଲ ଏନ୍‌ଫିଲ୍ଡର ସିଇଓ, ବି ଗୋନ୍ଦରାଜନ କହିଛନ୍ତି, “ଗରିଲା ୪୫୦ ହେଉଛି ଏକ ନିଶ୍ଚିତ ଭାବେ ଆକର୍ଷଣୀୟ ଓ ଗେମ୍ ଚେଞ୍ଜିଂ ରୋଡ୍‌ଷ୍ଟର । ଯେତେବେଳେ ଆମେ ସେର୍‌ପା ୪୫୦ ପ୍ଲାଟ୍‌ଫର୍ମ ସହ ଆରମ୍ଭ କରିଥିଲୁ ଆମେ ଏକ ଆଡ୍‌ଭେଂଚର ଟୁଅରର୍ ଓ ଏକ ସୁପରଲେଟିଭ ରୋଡ୍‌ଷ୍ଟର୍‌ର ପରିକଳ୍ପନା କରିଥିଲୁ ଯାହା ସ୍ୱତନ୍ତ୍ର ଭାବେ ରୟାଲ ଏନ୍‌ଫିଲ୍ଡ ହେବ । ଗରିଲା ୪୫୦ ଠିକ ଏକ ରୋଡ୍‌ଷ୍ଟର ଭଳି ଚରିତ୍ର ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଅଟେ । ହିମାଳୟାନ ସହ ସମାନ୍ତରାଳ ଭାବେ ବିକଶିତ ଗରିଲାକୁ ସହରାଂଚଳ ଚାଳନା ସମେତ ଅସମତଳ ସଡକରେ ସପ୍ତାହାନ୍ତର ଚାଳନା ପାଇଁ ସଠିକତା ଲାଗି ଟ୍ୟୁନ୍ କରାଯାଇଛି ।”


Share It

Comments are closed.