ରୟାଲ ଏନ୍‌ଫିଲ୍ଡ ଗୋଆନ୍ କ୍ଲାସିକ ୩୫୦ର ଶୁଭାରମ୍ଭ

Share It

ଭୁବନେଶ୍ୱର : ମିଡ୍‌-ସାଇଜ ମୋଟରସାଇକେଲ ସେଗ୍‌ମେଂଟ (୨୫୦-୭୫୦ସିସି) କ୍ଷେତ୍ରରେ ଗ୍ଲୋବାଲ ଲିଡର ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଗୋଆନ କ୍ଲାସିକ ୩୫୦ର ଶୁଭାରମ୍ଭ କରାଯାଇଛି, ଯାହାକି ୭୦ ଓ ୮୦ ଦଶକର ଆଇକୋନିକ ଗୋଆନ ମୋଟୋ-କଲ୍‌ଚରରୁ ପ୍ରେରଣା ହାସଲ କରିଛି । ଗୋଆନ କ୍ଲାସିକରେ ଲୋକପ୍ରିୟ ୩୪୯ସିସି ଏୟାର-ଅଏଲ୍‌-କୁଲ୍‌ଡ, ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ରହିଛି । ୬୧୦୦ ଆର୍‌ପିଏମ୍‌ରେ ୨୦.୨ ବିଏଚ୍‌ପି ଓ ୪୦୦୦ ଆର୍‌ପିଏମ୍‌ରେ ୨୭ ଏନ୍‌ଏମ୍‌ର ଟର୍କ ଉତ୍ପନ୍ନ କରୁଥିବା ଏହି ଇଞ୍ଜିନକୁ ସୁଗମ, ସହଜ ପ୍ରଦର୍ଶନ ପାଇଁ ନିର୍ମାଣ କରାଯାଇଛି । ୫-ସ୍ପିଡ ଗିୟରବକ୍ସ ସହରର ଟ୍ରାଫିକ ହେଉ କିମ୍ବା ଏକ ଖୋଲା ରାଜପଥରେ ସହଜ ସିଫ୍ଟ ଓ ଆରାମଦାୟକ କ୍ରୁଜିଂ ଦେଇଥାଏ । ଏକ ଟ୍ୱିନ ଡାଉନଟ୍ୟୁବ ସ୍ପାଇନ ଫ୍ରେମ୍ ଉପରେ ନିର୍ମିତ ଏହି ମୋଟରସାଇକେଲ ସମସ୍ତ ପ୍ରକାରର ସଡକ ପାଇଁ ସୁଗମ ଓ ସ୍ଥିର ଚାଳନା ଦେଇଥାଏ । ୪୧ଏମ୍‌ଏମ୍ ଫର୍କ ଓ ଟ୍ୱିନ ରିୟର ସକ୍ ଆବ୍‌ଜର୍‌ବର୍ ସହିତ ଏହାର ଟେଲିସ୍କୋପିକ ଫ୍ରଂଟ୍ ସସ୍‌ପେନ୍‌ଶନ ଆରାମ ଓ ନିୟନ୍ତ୍ରଣ ମଧ୍ୟରେ ସଠିକ ସନ୍ତୁଳନ ସୁନିଶ୍ଚିତ କରିଥାଏ । ଏଜ୍‌-ଲେସ୍‌ଡ ୧୯ ଇଂଚ୍ ଫ୍ରଂଟ୍ ଓ ୧୬ ଇଂଚ୍ ରିୟର ଆଲୁମିନିୟମ ସ୍ପୋକ ହ୍ୱିଲ ଓ ହ୍ୱାଇଟ୍‌ୱାଲ ଟ୍ୟୁବ୍‌ଲେସ ଟାୟାରଗୁଡିକ ଚମତ୍କାର ଗ୍ରିପ ପ୍ରଦାନ କରୁଥିବା ବେଳେ ୩୦୦ଏମ୍‌ଏମ୍ ଫ୍ରଂଟ ଓ ୨୭୦ଏମ୍‌ଏମ୍ ରିୟର ଡିସ୍କ ବ୍ରେକ୍ ସହ ଡୁଆଲ-ଚ୍ୟାନେଲ ଏବିଏସ୍ ଉନ୍ନତ ଷ୍ଟପିଂ ପାୱାର ଦେଇଥାଏ । ଆରାମଦାୟକ ରାଇଡିଂ ପୋସ୍‌ଚର, ମିଡ୍‌ମାଉଂଟେଡ ଫୁଟ୍ କଂଟ୍ରୋଲ ଓ ଏର୍ଗୋନୋମିକ ହ୍ୟାଣ୍ଡେଲବାର୍‌ଗୁଡିକ ଲମ୍ବା ଯାତ୍ରାକୁ ଆରାମଦାୟକ ଓ ଉପଭୋଗ୍ୟ କରିଥାଏ । ଗୋଆନ କ୍ଲାସିକ ୩୫୦ ଏକ ସହଜ ବୋଲ୍ଟ-ଅନ ଆରେଞ୍ଜମେଂଟ ପିଲିୟନ ସିଟ୍ ସହ ଆସୁଛି ଯାହା ରାଇଡରଙ୍କୁ ସିଂଗଲ ଓ ଡୁଆଲ ସିଟ୍ କନ୍‌ଫିଗରେଶନ ମଧ୍ୟରେ ସ୍ୱିଚ୍ କରିବାକୁ ଅନୁମତି ଦେଇଥାଏ । ଗୋଆରେ ମୋଟୋଭର୍ସରେ ଶୁଭାରମ୍ଭ ହୋଇଥିବା ଏହି ମୋଟରସାଇକେଲ ୪ଟି ଭାଇବ୍ରାଂଟ ସିଙ୍ଗଲ ଓ ଡୁଆଲ-ଟୋନ୍‌ଡ କଲର୍‌ୱେଜ୍‌ରେ ଉପଲବ୍ଧ ହେଉଛି ଯାହାର ମୂଲ୍ୟ ଯଥାକ୍ରମେ ୨୩୫,୦୦୦ ଟଙ୍କା ଓ ୨୩୮,୦୦୦ ଟଙ୍କା ରହିଛି । ଏହାର ବୁକିଙ୍ଗ, ଟେଷ୍ଟ ରାଇଡ ଆରମ୍ଭ ହୋଇଯାଇଛି ।

ନୂଆ ଗୋଆନ କ୍ଲାସିକ ୩୫୦ ସମ୍ପର୍କରେ ଏଇଚର ମୋଟର୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଲାଲ କହିଛନ୍ତି, “ମୋ ପାଇଁ, ଏହି ମୋଟରସାଇକେଲ ହେଉଛି କୁଲ୍‌, ଲେଡ୍‌-ବ୍ୟାକ ଗୋଆନ ମୋଟୋ-କଲ୍‌ଚର ଏବଂ ମୋଟରସାଇକେଲ ନିର୍ମାଣ କରିବା ପାଇଁ ରୟାଲ ଏନ୍‌ଫିଲ୍ଡର ଆଗ୍ରହର ଏକ ପ୍ରତୀକ ଯାହା କେବଳ ମେଶିନ ନୁହେଁ ବରଂ ସ୍ୱ-ଆବିଷ୍କାର ଓ ଅଭିବ୍ୟକ୍ତିର ଏକ ମାଧ୍ୟମ । ଏହି ମୋଟାସାଇକେଲ କେବଳ ଗୋଆର ରାସ୍ତାରେ ନୁହେଁ ଘରେ ମଧ୍ୟ ସଠିକ ଅନୁଭବ ଦେଇଥାଏ, ପ୍ରତ୍ୟେକ ସ୍ଥାନରେ ଫ୍ରି-ସ୍ପିରିଟେଡ ଓ ଫ୍ରିହ୍ୱିଲିଙ୍ଗ୍ ରାଇଡରଙ୍କ ପାଇଁ ଆରାମଦାୟକ ଓ ସହଜ ଗୋଆନ ଭାଇବ୍ ଆଣିଥାଏ ।” ନୂଆ ମୋଟରସାଇକେଲ ସମ୍ପର୍କରେ ମତପ୍ରକାଶ କରି ରୟାଲ ଏନ୍‌ଫିଲ୍ଡର ସିଇଓ ବି ଗୋବିନ୍ଦରାଜନ କହିଛନ୍ତି, “ କଷ୍ଟମ ବବର୍ ସଂସ୍କୃତି ସହ ଜଡିତ ଗୋଆନ କ୍ଲାସିକ ହେଉଛି କ୍ଲାସିକ ଡିଜାଇନ ଓ ମଡର୍ଣ୍ଣ ଇଞ୍ଜିନିୟରିଂର ଏକ ସୁନ୍ଦର ମିଶ୍ରଣ । ଲୋ-ସ୍ଲଙ୍ଗ ସିଲ୍‌ହୌଟେ ଓ ସିଙ୍ଗଲ ଫ୍ଲୋଟିଂ ରାଇଡର ସିଟ୍‌ଠାରୁ ଆରମ୍ଭ କରି କଂଟୋର ଓ ଏର୍ଗୋନୋମିକ୍ସ ଓ ରଙ୍ଗଗୁଡିକର ଆକର୍ଷଣୀୟ ମିଶ୍ରଣ ପର୍ଯ୍ୟନ୍ତ ଗୋଆନ କ୍ଲାସିକର ରିଲାକ୍ସଡ ଓ ଆରାମଦାୟକ ରାଇଡିଙ୍ଗ୍ ଶୈଳୀ ସହ ଏକତ୍ରିତ ହୋଇଥିବା ଏକ ବୋହେମିଆନ ଓ ଫ୍ରି-ସ୍ପିରିଟେଡ ଭାଇବ୍ ରହିଛି ।” ନୂଆ ଗୋଆନ୍ କ୍ଲାସିକ୍ ବିସ୍ପୋକର ଏକ ରେଞ୍ଜ, ବବର୍‌-ଅନୁପ୍ରାଣିତ ଜେନୁଇନ ମୋଟରସାଇକେଲ ଆକ୍‌ସେସରି (ଜିଏମ୍‌ଏ) ସହ ଆସୁଛି ଯାହା ଏହାର ବବର୍ ଚରିତ୍ର ଓ ଷ୍ଟାଇଲକୁ ଉନ୍ନତ କରୁଛି । ଏଥିରେ ଏକ କଷ୍ଟମ ରାଇଡର ସିଟ୍‌, ହ୍ୟାଣ୍ଡେଲବାର ଗ୍ରିପ୍‌, ବାର୍‌-ଏଣ୍ଡ ମିରର, ଟୁରିଙ୍ଗ୍ ସ୍କ୍ରିନ, ଟୁରିଙ୍ଗ ହ୍ୟାଣ୍ଡେଲବାର୍‌, ଡିଲକ୍ସ ଫୁଟ୍ ପେଗ୍‌, ଫୁଟ୍ କଂଟ୍ରୋଲ ରବର୍ ଆଦି ସାମିଲ ରହିଛି, ଏହି ସମସ୍ତ ଫିଚରକୁ ଏକ ସ୍ୱତନ୍ତ୍ର ଲୁକ୍ ପାଇଁ କଷ୍ଟମ-ବ୍ରାଉନ ସେଡ୍‌ରେ ଡିଜାଇନ କରାଯାଇଛି ।


Share It

Comments are closed.