ମାଲିକାଣୀର ମୃତ୍ୟୁକୁ ସହିପାରିଲାନି ପୋଷା କୁକୁର, ଶେଷରେ ଚାରି ମହଲାରୁ ଡେଇଁ ହାରିଲା ଜୀବନ


କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ । ଏହା କେବଳ ଏକ କଥା ମଧ୍ୟରେ ସୀମିତ ନୁହେଁ ବରଂ ଏକ ନିରାଟ ସତ୍ୟ ଅଟେ । ମାଲିକ ପ୍ରତି ଗୋଟିଏ କୁକୁରର ଭଲପାଇବା ନିଃସ୍ୱାର୍ଥପର ପ୍ରେମରେ ଭରି ରହିଥାଏ । ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯେଉଁଠି ପଶୁ ମାନବ ସମାଜକୁ ଭଲପାଇବାର ପ୍ରକୃତ ସଂଜ୍ଞାକୁ ଜଣାଇଛନ୍ତି । ବର୍ତମାନ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଉତରପ୍ରଦେଶର କାନପୁରରେ ଯେଉଁଠାରେ ନିଜର ମାଲିକାଣୀର ମୃତ୍ୟୁ ପରେ ତାଙ୍କର ଶବକୁ ଦେଖି ଧର୍ଯ୍ୟହରା ହୋଇ ତାଙ୍କର ପୋଷା କୁକୁର ଜୟା ଘରର ଚତୁର୍ଥ ମହଲାରୁ ଡେଉଁ ନିଜ ଜୀବନ ହାରିଦେଇଛି ।
ମାଲିକପୁରମ ନିବାସୀ ଡା. ରାଜକୁମାର ହମୀରପୁରରେ ମୁଖ୍ୟ ଚିକିତ୍ସାଧିକାରୀ ପଦରେ ନିଯୁକ୍ତ ଥିଲେ । ସେ କହିଛନ୍ତି ଯେ ସ୍ତ୍ରୀ ଡା. ଅନୀତା ରାଜ ସହରରେ ହିଁ ସ୍ୱାସ୍ଥ୍ୟ ବିଭାଗରେ ଜଏଂଟ ଡାଇରେକ୍ଟର ପଦରେ ଅଛନ୍ତି । ସେ କିଡନୀ ରୋଗରେ ଆକ୍ରାନ୍ତ ତାଙ୍କର ପତ୍ନୀଙ୍କୁ ପାଖାପାଖି ସପ୍ତାହ ପୂର୍ବରୁ ଏକ ଘରୋଇ ହସପିଟାଲରେ ଭର୍ତି କରାଇଥିଲେ, ଯେଉଁଠାରେ ବୁଧବାର ଦିନ ତାଙ୍କର ମୃତ୍ୟୁ ଘଟିଛି ।
ପୁଅ ତେଜସ ଏବଂ ଝିଅ ଜାହ୍ନବୀ ତାଙ୍କର ଶବ ନେଇ ଘରେ ପହଂଚିଥିଲେ । ମାଲିକାଣୀଙ୍କର ଶବ ଦେଖି ଜୟା ବ୍ୟାକୁଳ ହୋଇଉଠିଲା । ଏଥିପାଇଁ ତେଜସ ତାକୁ ଦ୍ୱିତୀୟ ମହଲାରେ ନେଇ ବନ୍ଦ କରିଦେଇଥିଲେ । ଛଟପଟ ହେଉଥିବା ଜୟା କେମିତି କରି ଚତୁର୍ଥ ମହଲାରେ ପହଂଚିଥିଲା ଏବଂ ଏହାପରେ ସେଠାରୁ ତଳକୁ ଡେଇଁ ପଡ଼ିଥିଲା ଏବଂ ଯେଉଁଥିରୁ ତାର ମୃତ୍ୟୁ ଘଟିଛି ।
ଏହା ଦେଖି ଘରଲୋକଙ୍କ ସମେତ ଆଖପାଖ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା । ଏହା ପରେ ଜୟାର ଶବ ମଧ୍ୟ ମାଲିକାଣୀର ଶବ ପାଖରେ ରଖାଗଲା ଏବଂ ମାଲିକାଣୀଙ୍କର ଅନ୍ତିମ ସଂସ୍କାର ପରେ ବିଳମ୍ବିତ ରାତିରେ ଜୟାକୁ ମଧ୍ୟ ବିଧିବତ ଘର ନୀକଟରେ ପୋତିଦିଆଗଲା ।
ଡା ରାଜକୁମାର କହିଛନ୍ତି ଯେ ପାଖାପାଖି ୧୩ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କୁ କେପିଏମ ହସପିଟାଲ ପାଖରେ ଏକ କୁକୁର ଛୁଆ ଅସହାୟ ଅବସ୍ଥାରେ ମିଳିଥିଲା । ଡା ଅନୀତା ତାକୁ ସଡ଼କରୁ ଉଠାଇ ନିଜ ଘରକୁ ନେଇ ଆସିଥିଲେ । ଚିକିତ୍ସା ପରେ କୁକୁରଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଥିଲା । ଧିରେଧିରେ ପୁରା ପରିବାର ସେହି କୁକୁର ସହ ସ୍ନେହ ବନ୍ଧନରେ ବାନ୍ଧିହୋଇଯାଇଥିଲେ । ଜୟାକୁ ଡା ଅନୀତାଙ୍କ ପ୍ରତି ଏତେ ଭଲପାଇବା ଥିଲା ଯେ ସେ ଘରକୁ ଆସିବା ମାତ୍ରେ ହିଁ ଜୟା ପୁରା ଘରେ ଖୁସିରେ ଏଣେତେଣେ ଡେଉଁ ନାଚି ନିଜର ଖୁସି ବ୍ୟକ୍ତ କରୁଥିଲା ।


Share It

Comments are closed.