ସାମନାକୁ ଆସିଲା ମହିଳା ପାକିସ୍ତାନୀ ପ୍ୟାନଙ୍କ ପରିଚୟ


ଏସିଆ କପରେ ଭାରତୀୟ ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ କରି ଆସୁଛି । ଖାସ କରି ଏହି ଏସିଆ କପରେ ଭାରତ ପାକିସ୍ତାନ ଠାରୁ ଦୁଇ ଥର ବିଜୟ ହାସଲ କରିବା ପରେ ପୁଣି ଥରେ ନିଜକୁ ଏସିଆର ସର୍ବଶ୍୍େରଷ୍ଟ ଟିମ ବୋଲି ଦାବିଦାର କରିଛି । ତେବେ ଏହି ସବୁ ଘଟଣା ଭିତରେ ଭାରତ ପାକିସ୍ତାନକୁ ହରାଇବା ଯେତେକି ଚର୍ଚ୍ଚାର ବିଷୟ ପାଲଟିନଥିଲା ତା’ଠାରୁ ଅଧିକ ଚର୍ଚ୍ଚା ହୋଇ ଏହି ସୁନ୍ଦରୀ ପାକିସ୍ତାନୀ ମହିଳା କ୍ରିକେଟ ପ୍ରେମୀଙ୍କୁ ଦେଖି ।
ଏହି ମହିଳା ଜଣକ ରାତାରାତି ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଯିବା ପରେ ତାଙ୍କ ବିଷୟରେ ଏକ ବଡ ଖବର ସାମନାକୁ ଆସିଛି । ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲୁଥିବା ସମୟରେ ନଜର ଆସିଥିବା ଏହି ମହିଳା ଜଣକ ବିଷୟରେ ସବୁ କିଛି ଜଣା ପଡିଯାଇଛି । ସେ ସୋସିଆଲ ମିଡିଆରେ ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ, ଲୋକମାନେ ତାଙ୍କୁ ପ୍ରଶଂସା କରିବାକୁ ମଧ୍ୟ ପଛେଇ ନଥିଲେ ।

ଏହି ସୁନ୍ଦରୀ ମହିଳା ଜଣକର ନାମ ହେଉଛି “ରିଜଲା ଖାନ” । ୟୁଏଇରେ ଚାଲିଥିବା ଏକ ବଲିଉଡ ରେଡିଓ ଷ୍ଟେସନ ସିଟି ୧୦୧୬ର ଏକ ଟ୍ୱିଟ ଦ୍ୱାରା ଏହି ମହିଳାଙ୍କ ନାମ ଜଣା ପଡିଥିଲା । ଏହି ଟ୍ୱିଟରେ କୁହାଯାଇଥିଲା ଯେ, “ଆମେ ତାଙ୍କ ଖୋଜିଲୁ ଏବଂ ସନ୍ଧାନ ପାଇଗଲୁ । ତାଙ୍କ ନାମ ହେଉଛି ‘ରିଜଲା’ ।”
ମିଳିଥିବା ସୂଚନା ମୁତାବକ, ରିଜଲା ଜଣେ ପାକିସ୍ତାନୀ ଅଟନ୍ତି ଏବଂ ସେ ଲାହୋରର ନିବାସୀ ଅଟନ୍ତି । ରିଜଲା ଲାହୋରରେ ନିଜ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ପାଠପଢା ଆରମ୍ଭ କରିଥିଲେ । ସେ ଜଣେ କ୍ରିକେଟ ପ୍ରେମୀ ଅଟନ୍ତି ଏବଂ ତାଙ୍କର ପ୍ରିୟ ଖେଳାଳୀ ହେଉଛନ୍ତି ବିରଟା କୋହଲି ।
ରିଜଲା ଭାରତ ପାକିସ୍ତାନ ପ୍ରଥମ ମ୍ୟାଚରୁ ହିଁ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଯାଇଥିଲେ । ତାଙ୍କ ସୁନ୍ଦରତା ଦେଖି ଅନେକ ଭାରତୀୟ ରିଜଲାଙ୍କୁ ପ୍ରଶଂସା କରିବା ସହ ଟ୍ୱିଟରେ ବିସିସିଆଇକୁ ଭାରତ ଏବଂ ପାକିସ୍ତାନକୁ ଆହୁରୀ ମ୍ୟାଚ ଖେଳାଇବା ପାଇଁ ନିବେଦନ ମଧ୍ୟ କରିଥିଲେ ।


Share It

Comments are closed.