ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ଟପିଲା


ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିଲା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ୧୫ ଛୁଇଁଲାଣି । ପ୍ରତିଷେଧ ମୂଳକ ପଦକ୍ଷେପ ଭାବେ ବିଭିନ୍ନ ସ୍ଥାନରେ ଦୋକାନ ବଜାର, ବସ୍ ଚଳାଚଳ ବନ୍ଦ କରାଯାଇଛି । ଆବଶ୍ୟକ ହେଲେ ଦିଲ୍ଳୀକୁ ଲକ୍ ଡାଉନ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ସେପଟେ ଆଗାମୀ ୨ ସପ୍ତାହ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞ କହିଛନ୍ତି । ସପଟେ ରାଜ୍ୟରୁ ପରୀକ୍ଷା ପାଇଁ ଯାଇଥିବା ୭ଟି ନମୁନାରୁ ୭ଟି ଯାକ ନେଗେଟିଭ୍  ଆସିଛି ।ଦେଶରେ ଦ୍ରୁତଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ୍ ସଂଖ୍ୟା ପାଖାପାଖି ୧୦୦ ବଢି ଯାଇଛି । ଶୁକ୍ରବାର ୬୩ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଶନିବାର ସଂଧ୍ୟା ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ଶହ ଛୁଇଁଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬ ହଜାର ୭ଶହ ଜଣଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଏହି ସୂଚନା ଦେଇଛି ।


Share It

Comments are closed.