କରୋନା ମୁକାବିଲା, ଭାରତ ପାଇଁ ଆଗାମୀ ୧୫ ଦିନ ଘଡିସନ୍ଧି ମୂହୂର୍ତ୍ତ


ମହାମାରୀ କରୋନା ଭାଇରସ ଭାରତରେ ନିଜର କାୟା ବିସ୍ତାର କରିଚାଲିଥିବାବେଳେ ଏଯାଏଁ ଦେଶରେ ମୋଟ ୧୩୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇସାରିଛନ୍ତି । ଭାଇରସକୁ ରୋକିବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ସମସ୍ତେ ଆକ୍ସସନ ମୁଡରେ ରହି କାର୍ଯ୍ୟ କରୁଥିବାବେଳେ ଅନ୍ୟପଟେ ଆସନ୍ତା ୧୫ ଦିନ ଭାରତ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ୧୫ ଦିନ ମଧ୍ୟରେ ଏହି କରୋନା ଭାଇରସ ଭାରତରେ କ’ଣ କ୍ଷତି ଘଟାଇବ ତାହା ସ୍ପଷ୍ଟ ହୋଇଯିବ ।
ବର୍ତ୍ତମାନ ଭାରତରେ କରୋନା ବା କୋଭିଡ-୧୯ର ଷ୍ଟେଜ-୨ରେ ରହିଛି । ଏହାର ଅର୍ଥାଥ ଏହା ଯେ କରୋନା ସଂକ୍ରମିତ ଦେଶରୁ ଭାରତ ଆସିଥିବା ଲୋକଙ୍କ ଠାରେ ହିଁ କରୋନା ଭୂତାଣୁ ଠାବ ହୋଇଛି । ସେହିପରି ଏହି ବିଦେଶୀ ଫେରନ୍ତାଙ୍କ ସଂପର୍ଶରେ ଆସିଥିବା କିଛି ଲୋକଙ୍କ ଠାରେ ଏହି ଭୂତାଣୁ ଥିବାର ଚିହ୍ନଟ କରାଯାଇଛି । ଭାରତ ଦ୍ୱତୀୟ ଷ୍ଟେଜରେ ଥିବାବେଳେ ତୃତୀୟ ଷ୍ଟେଜ ବେଶୀ ଦୂର ନାହିଁ । ତୃତୀୟ ଷ୍ଟେଜରେ ଭାରତରେ ରହୁଥିବା ସଂକ୍ରମିତ ଲୋକଙ୍କ ଠାରୁ ଏହା ଅନ୍ୟକୁ ଡେଇଁପାରେ । ଚାଇନା, ଇଟାଲୀରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହି ଦେଶମାନଙ୍କରେ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି । ଭାରତର ସରକାର ବର୍ତ୍ତମାନ ଦେଶକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମସ୍ତ ନିବାସୀଙ୍କ କଡାକଡୀ ନଜର ରଖିବାବେଳେ ସେମାନେ ଯେପରି ଖସି ପଳେଇ ନଯିବେ ସେ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହା ସହ ଭାରତ ସରକାର ବର୍ତ୍ତମାନ ସୀମା ସିଲ କରିଦେଇଥିବାବେଳେ ବର୍ତ୍ତମାନ ଆଉ କେହିବି ବିଦେଶରୁ ଆସି ପାରିବେ ନାହିଁ ।


Share It

Comments are closed.