ମହିନ୍ଦ୍ରା ପକ୍ଷରୁ ଟିଆର୍‌ଏସ୍ ଇଞ୍ଜିନିୟରିଂରେ ନୂଆ ‘ଜି୭୫ ସ୍ମାର୍ଟ’ ମୋଟର୍ ଗ୍ରେଡର୍‌ର ଶୁଭାରମ୍ଭ


ଭୁବନେଶ୍ୱର: ମହିନ୍ଦ୍ରା ଗ୍ରୁପ୍‌ର ଏକ ଅଂଶ ତଥା ମହିନ୍ଦ୍ରାର କନ୍‌ଷ୍ଟ୍ରକ୍‌ଶନ ଇକ୍ୟୁପ୍‌ମେଂଟ୍ ଡିଭିଜନ (ଏମ୍‌ସିଇ) ପକ୍ଷରୁ ଆଜି ବ୍ରାଣ୍ଡ-ନ୍ୟୁ ମହିନ୍ଦ୍ରା ରୋଡ୍‌ମାଷ୍ଟର୍ ଜି୭୫ ସ୍ମାର୍ଟ- ‘ପ୍ରଫିଟ୍ କା ପାର୍ଟନର୍‌’ର ଶୁଭାରମ୍ଭ ସହିତ ଏହାର ସଡକ ନିର୍ମାଣ ଉପକରଣ ଶୃଙ୍ଖଳାର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଡିଏମ୍ କନ୍‌ଭେନ୍‌ଶନ, ଆଇଗିଣିଆଠାରେ ମହିନ୍ଦ୍ରାର ଅଥୋରାଇଜ୍‌ଡ ଡିଲର୍ ଟିଆର୍‌ଏସ୍ ଇଞ୍ଜିନିୟରିଙ୍ଗ୍ ପକ୍ଷରୁ ଏକ ସମ୍ମିଳନୀର ଆୟୋଜନ କରାଯାଇ ଓଡିଶା ବଜାରରେ ପ୍ରବେଶ କରିବାକୁ ଥିବା କମ୍ପାନୀର ଏହି ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହେଡ୍ ଅଫ୍ କଷ୍ଟମର୍ କେୟାର ରାଜେନ୍ଦ୍ର ଆଷ୍ଟେକର, ବ୍ରାଣ୍ଡ ହେଡ୍‌- ରବି ଶର୍ମା, ଜୋନାଲ ସେଲ୍‌ସ ହେଡ୍ ଏସ୍‌. ରାଜୁ, ହେଡ୍ ଅଫ୍ ଜୋନାଲ କଷ୍ଟମର କେୟାର, ସନ୍ଦିପ୍ ଘୋଷ, ଟିଆର୍‌ଏସ୍ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ, ଦେବଦତ ରୟ ଓ ଓଡିଶାର ପୂର୍ବତନ ଡିଜିପି ସଞ୍ଜୀବ ମାରିକ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଉନ୍ମୋଚନ ଅବସରରେ ମହିନ୍ଦ୍ରାର ହେଡ୍ ଅଫ୍ କଷ୍ଟମର୍ କେୟାର, ରାଜେନ୍ଦ୍ର ଆଷ୍ଟେକର କହିଛନ୍ତିଯେ, ‘ମହିନ୍ଦ୍ରାରେ ଆମେ ଆମର ଗ୍ରାହକଙ୍କୁ ଡ଼ିସରପଟିଭ୍ ପ୍ରଡ଼କ୍ଟ ଓ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ଏବଂ ଆଜି ଆମେ ଦ୍ରୁତ ଅଭିବୃଦ୍ଧିଶୀଳ ସଡକ ନିର୍ମାଣ ଉପକରଣ ବର୍ଗରେ ଆଉ ଏକ ଉତ୍ପାଦ ଉଦ୍ଭାବନ ‘ମହିନ୍ଦ୍ରା ରୋଡ୍‌ମାଷ୍ଟର୍ ଜି୭୫ ସ୍ମାର୍ଟ ମୋଟର ଗ୍ରେଡର୍‌’ର ଶୁଭାରମ୍ଭ କରିଛୁ । ଏହାକୁ ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ ପରିକଳ୍ପନା ଓ ବିକଶିତ କରାଯାଇଛି । ଆମର ଲକ୍ଷ୍ୟ ହେଉଛି ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କ ସବ୍‌-ଅପ୍ଟିମାଲ ଗ୍ରେଡିଙ୍ଗ୍ ପ୍ରାକ୍ଟିସ୍‌ରୁ ମୁକ୍ତ କରିବା, ସେମାନଙ୍କୁ ମେକାନାଇଜେଶନ ପାଇଁ ଅପ୍‌ଗ୍ରେଡ୍ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗ ଦେବା ପାଇଁ ସକ୍ଷମ କରିବା । ବ୍ରାଣ୍ଡ-ନ୍ୟୁ ଜି୭୫ ସ୍ମାର୍ଟ ମୋଟର୍ ଗ୍ରେଡର୍ ହେଉଛି କମ୍ ମାଲିକାନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ସହିତ ଏକ ଅତ୍ୟଧିକ ନିର୍ଭରଯୋଗ୍ୟ ମେଶିନ୍ ଏବଂ ଏହା ବାସ୍ତବରେ କଂଟ୍ରାକ୍ଟରମାନଙ୍କ ‘ପ୍ରଫିଟ୍ କା ପାର୍ଟନର୍‌’ ହୋଇପାରିବ । ଆମର ବିଦ୍ୟମାନ ରୋଡ୍‌ମାଷ୍ଟର୍ ରେଞ୍ଜର ମୋଟର ଗ୍ରେଡର୍‌ଗୁଡିକ ୨୦%ରୁ ଅଧିକ ବଜାର ଅଂଶ କ୍ୟାପ୍‌ଚର କରିଛି ଏବଂ ଆମେ ନିଶ୍ଚିତ ଯେ, ଜି୭୫ ସ୍ମାର୍ଟ ମଧ୍ୟ ଦେଶର ୬୦% ସଡକକୁ ଗଠନ କରୁଥିବା ଭାରତରେ ଛୋଟ ସଡକଗୁଡିକର ନିର୍ମାଣକୁ ରୂପାନ୍ତର କରିବା ସହ ଆମର ସ୍ଥିତିକୁ ଆହୁରି ସୁଦୃଢ କରିବ ।’ ଶ୍ରୀଯୁକ୍ତ ଆଷ୍ଟେକର ମହିନ୍ଦ୍ରା ସହ ଦୀର୍ଘ ଦିନ ହେବ ଜଡିତ ଥିବା ଗ୍ରାହକଙ୍କୁ କୃତଜ୍ଞତା ଜଣାଇଥିଲେ । ସେହିପରି ଏହି ଅବସରରେ ମହିନ୍ଦ୍ରା ଓ ଟିଆର୍‌ଏସ୍ ଇଞ୍ଜିନିୟରିଂ ସହ ଜଡିତ ଗ୍ରାହକମାନେ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଟିଆର୍‌ଏସ୍ ଇଞ୍ଜିନିୟରିଂର ଏମ୍‌ଡି ଦେବଦତ ରାୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ରୋଡ୍‌ମାଷ୍ଟର୍ ଜି୭୫ ସ୍ମାର୍ଟ ରୋଡ୍ କଂଟ୍ରାକ୍ଟରଙ୍କୁ ମାନୁଆଲ ଲେବର୍ ଓ ଫାର୍ମ-ଟ୍ରାକ୍ଟର ଆଧାରିତ ଗ୍ରେଡର୍‌ଗୁଡିକ ଭଳି ସାଲିସ୍‌ପୂର୍ଣ୍ଣ ସମାଧାନରୁ ମୁକ୍ତି ପ୍ରଦାନ କରିବ । ଏହା ଗ୍ରାମାଂଚଳ, ଅର୍ଦ୍ଧ-ଗ୍ରାମାଂଚଳ ଓ ଜିଲ୍ଲାର ସଡକ, ଜମିର ବିକାଶ, ଆଭ୍ୟନ୍ତରୀଣ ଘରୋଇ ଓ ବାଣିଜ୍ୟିକ ସଡକଗୁଡିକ ପାଇଁ ସ୍ପ୍ରେଡିଙ୍ଗ୍ ଓ ଗ୍ରେଡିଙ୍ଗ୍ କାର୍ଯ୍ୟ ଲାଗି ଏକ ଉପଯୁକ୍ତ ମେଶିନ୍ ଅଟେ । ଏହା ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କୁ ସ୍ମାର୍ଟସିଟି, ପିଏମ୍‌ଜିଏସ୍‌ୱାଇ ରୋଡ୍ ଭଳି ସରକାରୀ କାର୍ଯ୍ୟକ୍ରମଗୁଡିକ ପାଇଁ ଗ୍ରେଡିଙ୍ଗ୍ ଆବଶ୍ୟକତା ଥିବା ପ୍ରକଳ୍ପଗୁଡିକରେ ଅଂଶଗ୍ରହଣ କରିବାକୁ ସକ୍ଷମ କରିବ । ରୋଡ୍‌ମାଷ୍ଟର ଜି୭୫ ସ୍ମାର୍ଟ ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କୁ ସୁଲଭ ସାଲିସ୍‌ବିହୀନ ଯାନ୍ତ୍ରିକୀକରଣ ଏବଂ ପାରମ୍ପରିକ ଗ୍ରେଡର ଦ୍ୱାରା ପୂର୍ବରୁ ସମ୍ଭବ ହେଉନଥିବା ଛୋଟ ପ୍ରକଳ୍ପଗୁଡିକରେ ଏକ ପଞ୍ଜୀକୃତ ମୋଟର ଗ୍ରେଡର ନିୟୋଜିତ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ । ଏହା କାର୍ଯ୍ୟର ଗୁଣବତା ଓ ଦୀର୍ଘକାଳିନତାକୁ ଉନ୍ନତ କରିବା ଏବଂ ପ୍ରକଳ୍ପଗୁଡିକର କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ ।
ରୋଡ୍‌ମାଷ୍ଟର ଜି୭୫ ସ୍ମାର୍ଟ ଏକ ୭୪ ଏଚ୍‌ପି ମହିନ୍ଦ୍ରା ସିଆର୍‌ଡିଆଇ ଇଞ୍ଜିନ୍ ଦ୍ୱାରା ପରିଚାଳିତ ଯାହା ଏକ ୩ ମିଟର (୧୦ ଫୁଟ୍‌) ୱାଇଡ୍ ବ୍ଲେଡ୍ ଓ ଆଇମ୍ୟାକ୍ସ ଟେଲିମାଟିକ୍ସ ସଲ୍ୟୁଶନ ସହ ଜଡିତ ରହିଛି । ଏହି ଉପକରଣକୁ ଟ୍ରାକ୍ଟର ଗ୍ରେଡର୍‌ଠାରୁ ଉଚ୍ଚ ଥିବା କିନ୍ତୁ ପାରମ୍ପରିକ ମୋଟର ଗ୍ରେଡର ତୁଳନାରେ ଭଗ୍ନାଂଶକ ବା ଫ୍ରାକ୍ସନାଲ୍ ଥିବା ଏକ ଉପକରଣ ଖର୍ଚ୍ଚରେ ସାଲିସ୍‌ବିହୀନ ଗ୍ରେଡିଂ ପ୍ରଦାନ କରିବା ପାଇଁ ଅପ୍ଟିମାଇଜ୍ କରାଯାଇଛି, ଯାହାକି ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇଙ୍କ ପାଇଁ ‘ପ୍ରଫିଟ୍ କା ପାର୍ଟନର୍‌’ କରୁଛି ।
ଏହା ଏକ ବର୍ଷର ୱାରେଂଟି ସହ ଆସୁଛି ଯାହା ବ୍ୟୟବହୁଳ ମରାମତି କଥା ଆସିଲେ ଗ୍ରାହକଙ୍କ ଚିନ୍ତାକୁ ଦୂର କରିଥାଏ । ଏହା ମହିନ୍ଦ୍ରାର ଇଞ୍ଜିନିୟରିଂ ଓ ମାନୁଫ୍ୟାକ୍‌ଚରିଂ କ୍ଷମତା କାରଣରୁ ସମ୍ଭବ ଅଟେ, ଯାହା ଏକ ଉନ୍ନତ ପରୀକ୍ଷଣ ବ୍ୟବସ୍ଥ, ସର୍ବୋତମ ଉପାଦାନର ସୋର୍ସିଂ ଓ ମେଶିନ୍ ଡିଜାଇନ୍‌ର ସରଳତା ଦ୍ୱାରା ସମର୍ଥିତ ।


Share It

Comments are closed.