ଭାରତରେ ନୂଆ ବିଏମଡବ୍ଲୁ ୬ ସିରିଜର ଶୁଭାରମ୍ଭ


ଭୁବନେଶ୍ୱର: ଭାରତରେ ନୂଆ ବିଏମଡବ୍ଲୁ ୬ ସିରିଜ୍‌ର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ଭାବେ ବିଏମଡବ୍ଲୁ ଗ୍ରୁପ୍ ପ୍ଲାଂ୍‌ଟ ଚେନ୍ନାଇଠାରେ ଉତ୍ପାଦିତ ଏହି କାର୍ ଗୋଟିଏ ପେଟ୍ରୋଲ (ନୂଆ ଭାବେ ଉନ୍ମୋଚିତ ବିଏମଡବ୍ଲୁ ୬୩୦ଆଇ ଏମ୍‌ସ୍ପୋର୍ଟ) ଓ ଦୁଇଟି ଡିଜେଲ୍ ଭାରିଆଂଟ୍ ( ବିଏମଡବ୍ଲୁ ୬୩୦ଡି ଏମ୍‌ସ୍ପୋର୍ଟ ଓ ବିଏମଡବ୍ଲୁ ୬୨୦ଡି ଲକ୍‌ଜରୀ ଲାଇନ୍‌)ରେ ଉପଲବ୍ଧ ହେଉଛି । ସମସ୍ତ ବିଏମଡବ୍ଲୁ ଡିଲରସିପ୍‌ଗୁଡିକରେ ଏହି କାରର ବୁକିଙ୍ଗ୍ କରାଯାଇପାରିବ । ଏକ ସ୍ୱତନ୍ତ୍ର ଡିଜାଇନ୍‌, ଆକର୍ଷଣୀୟ ଉପସ୍ଥିତି, ସର୍ବୋତମ ଶ୍ରେଣୀର ଲକ୍‌ଜରୀ ସହିତ ମିଳିତ ଥିବା ବାହ୍ୟ ବିଏମଡବ୍ଲୁ ସ୍ପୋର୍ଟିନେସ୍ ଏବଂ ଭ୍ରମଣ ଅଭିଜ୍ଞତା ଏହାର ସ୍ଥିତିକୁ ଅନେକ କ୍ଷେତ୍ରରେ ଉନ୍ନତ କରୁଛି । ଏହି କାର ୬୭, ୯୦,୦୦୦ଟଙ୍କାର ପ୍ରାରମ୍ଭିକ ଏକ୍ସ ଶୋରୁମ ମୂଲ୍ୟରେ ଉପଲବ୍ଧ ହେଉଛି । ୩୦ ଏପ୍ରିଲ ୨୦୨୧ ସୁଦ୍ଧା କରାଯାଇଥିବା ଅନ୍‌ଲାଇନ୍ ବୁକିଙ୍ଗଗୁଡିକ ସିମୀତ ୟୁନିଟ୍ ପାଇଁ ଏକ ଆକର୍ଷଣୀୟ ଅଫର୍ ଉପଭୋଗ କରିବେ ।
ବିଏମଡବ୍ଲୁର ଟ୍ୱିନ୍ ଟର୍ବୋ ଟେକ୍ନୋଲୋଜି ଯୋଗୁଁ ଏହାର ପେଟ୍ରୋଲ ଓ ଡିଜେଲ୍ ଇଞ୍ଜିନ୍‌ଗୁଡିକ ଆଦର୍ଶ ଦକ୍ଷତା ସହିତ ସର୍ବାଧିକ ଶକ୍ତିକୁ ମିଶ୍ରଣ କରିଥାନ୍ତି ଏବଂ କମ୍ ଇଞ୍ଜିନ୍ ବେଗରେ ମଧ୍ୟ ଚମତ୍କାର ପ୍ରତିକ୍ରିୟାଶୀଳତା ଓ ବେଷ୍ଟ-ଇନ୍‌-କ୍ଲାସ୍ ଆକ୍‌ସିଲରେଶନ ଫିଗର ପ୍ରଦାନ କରିଥାନ୍ତି । ବିଏମଡବ୍ଲୁ ୬୩୦ଆଇର ୨-ଲିଟର ୪-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ କେବଳ ୬.୫ ସେକେଣ୍ଡରେ ଘଂଟ୍ରା ପ୍ରତି ୦-୧୦୦କିମି.ର ଆକ୍‌ସିଲରେଶନ ସହିତ ୨୫୮ର ସର୍ବାଧିକ ଆଉଟ୍‌ପୁଟ୍ ଓ ୪୦୦ଏନଏମର ଟର୍କ ସୃଷ୍ଟି କରିଥାଏ । ବିଏମଡବ୍ଲୁ ୬୨୦ଡିର ୨-ଲିଟର୪-ସିଲିଣ୍ଡର ଡିଜେଲ୍ ଇଞ୍ଜିନ୍ ୭.୯ ସେକେଣ୍ଡରେ ଘଂଟ୍ରା ପ୍ରତି୦-୧୦୦କିମିର ଆକ୍‌ସିଲରେଶନ ସହିତ ୧୯୦ଏଚପିର ସର୍ବାଧିକ ଆଉଟ୍‌ପୁଟ୍ ଓ ୪୦୦ଏମଏନର ପିକ୍ ଟର୍କ ବିକଶିତ କରିଥାଏ । ବିଏମଡବ୍ଲୁ ୬୩୦ଡିର ୩-ଲିଟର୬- ସିଲିଣ୍ଡର ଇନ୍‌-ଲାଇନ୍ ଡିଜେଲ୍ ଇଞ୍ଜିନ୍ ୬.୧ ସେକେଣ୍ଡରେ ଘଂଟ୍ରା ପ୍ରତି ୦-୧୦୦କିମି.ର ଆକ୍‌ସିଲରେଶନ୍ ପ୍ରଦାନ କରିଥାଏ, ଯାହାକି ଏହାକୁ ଏହି ସେଗ୍‌ମେଂଟ୍‌ରେ ଦ୍ରୁତତମ କାର୍ କରୁଛି ।

ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ବିକ୍ରମ ପାୱା କହିଛନ୍ତିଯେ, \”ଏହି ନୂତନ ବିଏମଡବ୍ଲୁ ୬ ସିରିଜ୍ ଲକ୍‌ଜରୀର ପୁନଃନିର୍ମାଣ କରିଛି ଏବଂ ଏକ୍‌ଜିକ୍ୟୁଟିଭ୍ କ୍ଲାସ୍ ସେଗ୍‌ମେଂଟ୍‌ରେ ଏକ ପ୍ରକୃତ ଅନନ୍ୟ ଦିଗକୁ ଯୋଡିଛି । ଏଥିରେ ଏକ କ୍ରସ୍‌ଓଭର୍‌ର ବାସ୍ତବତା, ଏକ ସ୍ପୋର୍ଟସ୍ କାର୍‌ର ଡାଇନାମିକ୍ସ ଏବଂ ଏକ ସେଡାନ୍‌ର ଏକ ଫାଷ୍ଟ୍‌ବ୍ୟାକ୍ ଓ ଲକ୍‌ଜରୀର ମିଶ୍ରଣ ରହିଛି । ନ୍ୟୁ ବିଏମଡବ୍ଲୁ ୬ ସିରିଜ୍‌ର ବ୍ୟକ୍ତିତ୍ୱ ଏହାକୁ ଭିଡ ଭିତରେ ସ୍ପଷ୍ଟ ରୂପେ ପୃଥକ୍ କରିଥାଏ । ପଛରେ ବସିଥିବା ସମୟରେ ସର୍ବୋତମ ଲକ୍‌ଜରୀ ଓ ଆରାମ ଚାହୁଁଥିବା ଆଧୁନିକ ଲିଡର୍‌ମାନଙ୍କ ପାଇଁ ଏହା ହେଉଛି ଏକ ପସନ୍ଦର ଯାନ । ଏବଂ ସେମାନେ ଡ୍ରାଇଭିଙ୍ଗ୍ ସିଟ୍‌ରେ ବସିବା ସମୟରେ ‘ସିୟର୍ ଡ୍ରାଇଭିଙ୍ଗ୍ ପ୍ଲେଜର୍‌’ ପାଇଥାନ୍ତି ।\’
ଏହି କାର୍‌ଗୁଡିକ ୧.୫ ଲକ୍ଷ ଟଙ୍କା ମୂଲ୍ୟର କମ୍ପ୍ଲିମେଂଟାରୀ ଓରିଜିନାଲ ବିଏମଡବ୍ଲୁ ଆକ୍‌ସେସରିଜ୍ ଓ ଲାଇଫ୍‌ଷ୍ଟାଇଲ୍ କଲେକ୍ସନ ପ୍ରଡକ୍ଟଗୁଡିକ ସହିତ ଆସୁଛି । ଆଫ୍ଟର୍‌ସେଲ୍‌ସ ଲାଇଫ୍‌ଷ୍ଟାଇଲ୍ କ୍ୟାଟାଲଗ୍‌ରୁ ଉପସ୍ଥାପିତ ଏହାର ପ୍ୟାକେଜ୍‌ରେ ବିଏମଡବ୍ଲୁ ପାଇଁ ମଂଟ୍‌-ବ୍ଲାଙ୍କ୍‌, ବିଏମଡବ୍ଲୁ ଡିସ୍‌ପ୍ଲେ କୀ, ରିୟର ସିଟ୍ ଏଂଟର୍‌ଟେନ୍‌ମେଂଟ୍ ପାଇଁ ହେଡ୍‌ଫୋନ୍ ଭଳି ଉତ୍ପାଦଗୁଡିକୁ ସାମିଲ କରାଯାଇଛି । ସେହିଭଳି ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସିଆଲ୍ ସର୍ଭିସେସ୍ ଦ୍ୱାରା କଷ୍ଟମାଇଜ୍‌ଡ ଓ ଫ୍ଲେକ୍ସିବୁଲ ଫାଇନାନ୍ସିଆଲ ସଲ୍ୟୁସନ୍‌ଗୁଡିକୁ ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ଡିଜାଇନ୍ କରାଯାଇପାରିବ । ଏହା ସ୍ୱତନ୍ତ୍ର ଫାଇନାନ୍ସିଆଲ୍ ପ୍ୟାକେଜ୍ ପ୍ରଦାନ କରୁଛି ।


Share It

Comments are closed.