କରୋନାରେ ଆଖି ବୁଜିଲେ ଜାପାନୀ କମେଡିଆନ କେନ ଶିମୁରା


କରୋନା ଭାଇରସର ପ୍ରକୋପ ଯୋଗୁଁ ସାରା ଦୁନିଆରେ ହାହାକାର ଖେଳିଯାଇଥିବାବେଳେ ଚୀନରୁ ଦେଖାଦେଇଥିବା ଏହି ଭାଇରସ ବର୍ତ୍ତମାନ ସାରା ବିଶ୍ୱରେ ୩୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ନେଇ ସାରିଲାଣି । ଏହି ଭାଇରସର ସଂକ୍ରମଣରୁ ଅନେକ ବିଶିଷ୍ଟ କ୍ରୀଡାବିତଙ୍କ ଠାରୁ ଆରମ୍ଭ କରି ରାଜ ପରିବାରର ରାଜ ପରିବାରର ରାଜକୁମାରୀ, ବିଶିଷ୍ଟ କଳାକାର ଏବଂ ସାଧାରଣ ଲୋକ ପର୍ଯ୍ୟନ୍ତ ଆଖି ବୁଜି ସାରିଥିବାବେଳେ ବର୍ତ୍ତମାନ ପୁଣି ଏକ ଦୁଃଖଦ ଖବର ସାମନାକୁ ଆସିଛି ।
କରୋନା ଭାଇରସର ସଂକ୍ରମଣ କାରଣରୁ ଜାପାନର ଲୋକପ୍ରିୟ କମେଡିଆନ କେନ ଶିମୁରା ମୃତ୍ୟୁ ବରଣ କରିଥିବାର ଖବର ବର୍ତ୍ତମାନ ସାମନାକୁ ଆସିଛି । ତାଙ୍କର ମୃତ୍ୟୁ ରବିବାର ସନ୍ଧ୍ୟାରେ ହୋଇଥିବାର ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିବାବେଳେ ସେ ୧୯୭୦ ଦଶକରେ ସବୁଠାରୁ ଲୋକପ୍ରିୟ କମେଡିଆ ଭାବେ ଖୁବ ପରିଚିତ ଥିଲେ ।

କେନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜିବାରୁ ୧୯ ମାର୍ଚ୍ଚରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ମୁତାବକ ସେ ୨୦୧୬ରୁ ଲନ୍ସ କ୍ୟାନସରରେ ପୀଡିତ ଥିଲେ । ନିଜ ଅଭିନୟର ଯାଦୁ ବଳରେ ସେ ୧୯୭୦ ଏବଂ ୮୦ ଦଶରେ ଜାପାନୀ ମନୋରଞ୍ଚନ ଜଗତରେ ଲୋକଙ୍କ ହୃଦୟରେ ରାଜ କରୁଥିଲେ । ତାଙ୍କର ନିଧିନର ଖବର ଆସିବା ପରେ ବର୍ତ୍ତମାନ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।


Share It

Comments are closed.