ଜାଣନ୍ତୁ ରହସ୍ୟମୟଭାବେ ଲୋକଙ୍କୁ ଗାୟବ କରିସାରିଥିବା ଦୁନିଆର ସବୁଠାରୁ ଭୟଙ୍କର ଜଙ୍ଗଲ..


ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠାକୁ ଯିବା ପାଇଁ ଲୋକମାନେ ପଛଘୁଞ୍ଚା ଦିଅନ୍ତି । ଏପରି ଗୋଟିଏ ସ୍ଥାନ ରହିଛି ରୋମାନିଆର ଟ୍ରାନ୍ସିଲଭାନିଆ ସୀମାରେ, ଯେଉଁଠାରେ ଏପରି ରହସ୍ୟମୟ ଘଟଣାସବୁ ଘଟିଥାଏ ଯେ ଲୋକମାନେ ସେଠାକୁ ଯିବା ପାଇଁ ମଧ୍ୟ ଡରିଥାନ୍ତି । ଆସନ୍ତୁ ଜାଣିବା ଏଠାରେ ଘଟିଥିବା ରହସ୍ୟମୟ ଘଟଣା ସମ୍ପର୍କରେ..

ଏହା ହେଉଛି ହୋୟା ବସ୍ୟୁ ଯାହାକୁ ଦୁନିଆର ସବୁଠାରୁ ଭୟଙ୍କର ଜଙ୍ଗଲ ଭାବେ ଗ୍ରହଣ କରାଯାଇଥାଏ । ଏଠାରେ ଘଟୁଥିବା ରହସ୍ୟମୟ ଘଟଣା କାରଣରୁ ହିଁ ଏହି ସ୍ଥାନକୁ ‘ରୋମାନିଆ କିମ୍ବା ଟ୍ରାନ୍ସିଲଭାନିଆର ବରମୁଡା ଟ୍ରାଏଙ୍ଗଲ’ କୁହାଯାଇଥାଏ । ଏହି ଜଙ୍ଗଲରେ ଗଛଗୁଡ଼ିକ ମୋଡିହୋଇଥିବା ଏବଂ ବଙ୍କାବଙ୍କା ଦେଖାଯାଆନ୍ତି, ଯାହା ଦିନର ଆଲୋକରେ ଅତ୍ୟନ୍ତ ଭୟଙ୍କର ଦେଖାଯାଆନ୍ତି । ଏହା ବ୍ୟତୀତ ଶୁଣିବାକୁ ମିଳିଥାଏ ଯେ ଲୋକମାନେ ଏଠାରୁ ରହସ୍ୟମୟ ଭାବେ ଉଭାନ ହୋଇସାରିଛନ୍ତି ।

ଏହି ଭୟଙ୍କର ଜଙ୍ଗଲ କ୍ଲଜ କାଉଣ୍ଟିରେ ଅବସ୍ଥିତ, ଯାହା କ୍ଲୁଜ-ନେପୋକା ସହରର ପଶ୍ଚିମରେ ଅବସ୍ଥିତ । ପାଖାପାଖି ୭୦୦ଏକର ପର୍ଯ୍ୟନ୍ତ ବିସ୍ତୃତ ଏହି ଜଙ୍ଗଲରେ ବହୁ ସଂଖ୍ୟାରେ ଲୋକ ଉଭାନ ହୋଇସାରିଲେଣି । ହୋୟା ଜଙ୍ଗଲକୁ ନେଇ ଲୋକମାନଙ୍କର ଆଗ୍ରହ ଦେଖାଦେଲା ଯେବେ ଏଠାରୁ ଏକ ମେଣ୍ଢା ଚରୁଆଳ ରହସ୍ୟମୟ ଭାବେ ଗାୟବ ହୋଇଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେହି ମସୟରେ ତା ସହିତ ୨୦୦ ମେଣ୍ଢା ମଧ୍ୟ ଥିଲେ ।

କିଛିବର୍ଷ ପୂର୍ବେ ଜଣେ ସୈନ୍ୟ ଏହି ଜଙ୍ଗଲରେ ଗୋଟିଏ ଉଡ଼ନ୍ତାପ୍ଲେଟ (ୟୁଏଫଓ) ଦେଖିଥିବାର ଦାବା କରିଥିଲେ । ଏହା ବ୍ୟତୀତ ୧୯୬୮ରେ ଏମିଲ ବରନିୟା ନାମକ ଜଣେ ବ୍ୟକ୍ତି ଏଠାରେ ଆକାଶରେ ଗୋଟିଏ ଅଲୌକିକ ଶରୀର ଦେଖିବାର ଦାବା କରିଥିଲେ । ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ପ୍ରକାରର ଅନେକ ଘଟଣାର ଉଲ୍ଲେଖ କରିଛନ୍ତି । ଶୁଣିବାକୁ ମିଳିଥାଏ ଯେ କିଛି ଲୋକ ଏଠାକୁ ବୁଲିବା ଉଦ୍ଦେଶ୍ୟରେ ଆସିଥିଲେ, କିନ୍ତୁ ସେମାନେ କିଛି ସମୟ ପାଇଁ ଗାୟବ ହୋଇଯାଇଥିଲେ ଏବଂ ପୁଣିଥରେ ଫେରିଆସିଥିଲେ । ଲୋକଙ୍କ କହିବା ଅନୁଯାୟୀ ଏଠାରେ ରହସ୍ୟମୟୀ ଶକ୍ତିଙ୍କର ନିବାସ ରହିଛି । ଏଠାରେ ଅଜବ ଅଜବ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥାଏ । ଏହି କାରଣରୁ ହିଁ ଲୋକମାନେ ଏହି ଜଙ୍ଗଲରେ ପାଦ ରଖିବାକୁ ମଧ୍ୟ ଭୟ କରନ୍ତି ।

୧୮୭୦ ମସିହାରେ ଏହି ଜଙ୍ଗଲର ପାଖରେ ଥିବା ଗୋଟିଏ ଗାଁରେ ରହୁଥିବା ଜଣେ କୃଷକଙ୍କ ଝିଅ ଭୁଲବଶତଃ ଏହି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା ଏବଂ ଏହାପରେ ସେ ଉଭାନ ହୋଇଯାଇଥିଲା । ଲୋକଙ୍କୁ ଆଶ୍ଚର୍ଯ୍ୟ ସେବେ ଲାଗିଲା ଯେବେ ସେହି ଝିଅ ପାଞ୍ଚବର୍ଷ ପରେ ଜଙ୍ଗଲରୁ ଫେରିଆସିଲା । କିନ୍ତୁ ସେ ନିଜର ସ୍ମରଣଶକ୍ତି ସମ୍ପୂର୍ଣ୍ଣ ରୂପେ ହରାଇସାରିଥିଲା । କିଛି ସମୟପରେ ତାର ମୃତ୍ୟୁ ମଧ୍ୟ ହୋଇଯାଇଥିଲା ।


Share It

Comments are closed.