କଣ ଆପଣ ଜାଣନ୍ତି ସଡ଼କ ପାର୍ଶ୍ୱରେ କାହିଁକି ରହିଥାଏ ଅଲଗା ଅଲଗା ରଙ୍ଗର ମାଇଲଷ୍ଟୋନ ?


ସଡ଼କରେ ଯାଉଥିବାବେଳେ ରାସ୍ତା କଡ଼ରେ ରହିଥିବା ମାଇଲଷ୍ଟୋନ ବା ମାଇଲପଥରକୁ ଆପଣ ନିଶ୍ଚୟ ଦେଖିଥିବେ, ଯେଉଁଥିରେ କୌଣସି ସ୍ଥାନ ଏବଂ ତାହାର ଦୂରତା ଲେଖାରହିଥାଏ । ଯଦି ଆପଣ ଧ୍ୟାନ ଦେଇଥିବେ ତେବେ ଏହା ମଧ୍ୟ ଦେଖିଥିବେ ଯେ ଏହି ପଥରଗୁଡ଼ିକର ଉପର ଅଂଶ ହଳଦିଆ, ସବୁଜ, କଳା ଏବଂ ନାରଙ୍ଗି ରଙ୍ଗର ହୋଇଥାଏ ଏବଂ ପ୍ରତ୍ୟେକ ପଥରର ତଳଅଂଶ ଧଳା ରଙ୍ଗର ହୋଇଥାଏ । କିନ୍ତୁ କଣ ଆପଣଙ୍କୁ ଏହା ଜଣାଅଛି ଯେ ସବୁ ମାଇଲଷ୍ଟୋନର ରଙ୍ଗ କାହିଁକି ଭିନ୍ନ ହୋଇଥାଏ । ଯଦି ନାଁ ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।
ସାଧାରଣତଃ ଆପଣ କୌଣସି ହାଇୱେ କିମ୍ବା ଗ୍ରାମୀଣ ସଡ଼କ ଦେଇ ଯାଉଥିବାବେଳେ ମାଇଲ ପଥର ଦେଖିଥାନ୍ତି । ଯଦି ଆପଣ ଯାଉଥିବା ସଡ଼କରେ କୌଣସି ଏପରି ମାଇଲଷ୍ଟୋନ ଦେଖନ୍ତି ଯାହାର ଉପର ଅଂଶ ହଳଦିଆ ରଙ୍ଗର ହୋଇଥିବ, ତେବେ ବୁଖିଯାଆନ୍ତୁ ଯେ ଆପଣ ଜାତୀୟ ରାଜପଥ ଅର୍ଥାତ ନ୍ୟାସନାଲ ହାଇୱେ ଦେଇ ଯାଉଛନ୍ତି । ନ୍ୟାସନାଲ ହାଇୱେରେ ରହିଥିବା ମାଇଲଷ୍ଟୋନର ଉପର ଅଂଶ ହଳଦିଆ ରଙ୍ଗର ହୋଇଥାଏ ।
ସଡ଼କରେ ଯାଉଥିବା ସମୟରେ ଆପଣ ଏଭଳି ମାଇଲଷ୍ଟୋନ ମଧ୍ୟ ଦେଖିଥିବେ, ଯାହାର ଉପରଅଂଶ ସବୁଜ ରଙ୍ଗର ହୋଇଥିବ । ଯଦି ଆପଣଙ୍କୁ ସବୁଜ ରଙ୍ଗର ମାଇଲଷ୍ଟୋନ ଦେଖାଯାଏ ତେବେ ବୁଝିଯାଆନ୍ତୁ ଆପଣ କୌଣସି ରାଜ୍ୟରାଜପଥ ଅର୍ଥାତ ଷ୍ଟେଟ ହାଇୱେ ଦେଇ ଯାଉଛନ୍ତି ।
ପ୍ରକାଶଥାଉ ଯେ ସଡ଼କ ପାଶ୍ୱର୍ରେ ଥିବା ମାଇଲଷ୍ଟୋନ ବହୁତ କାମର ଜିନିଷ ହୋଇଥାଏ । ଯଦି ସଡ଼କରେ ଯାଉଥିବାବେଳେ ଆପଣଙ୍କୁ କଳା, ନୀଳ କିମ୍ବା ଧଳା ରଙ୍ଗର ମାଇଲଷ୍ଟୋନ ବା ମାଇଲ ପଥର ଦେଖାଯାଏ ତେବେ ଜାଣି ନିଅନ୍ତୁ ଆପଣ କୌଣସି ବଡ଼ ସହର କିମ୍ବା ଜିଲ୍ଲାକୁ ଆସିଯାଇଛନ୍ତି ।
ସଡ଼କ ପାଶ୍ୱର୍ରେ ରହିଥିବା ମାଇଲଷ୍ଟୋନଗୁଡ଼ିକର କଲର କୋଡ଼ ବୁଝିଯିବା ପରେ ସେହି ସ୍ଥାନ ବିଷୟରେ ତଥ୍ୟ ଜୁଟାଇବା ସହଜ ହୋଇଯାଏ । ଯେତେବେଳେ ଆପଣଙ୍କୁ ସଡ଼କରେ ନାରଙ୍ଗି ରଙ୍ଗ ପଟିିଥିବା ମାଇଲଷ୍ଟୋନ ଦେଖାଯାଏ ତେବେ ବୁଝିଯାଆନ୍ତୁ ଯେ ଆପଣ କୌଣସି ଗାଁରେ ପହଂଚିବାକୁ ଯାଉଛନ୍ତି କିମ୍ବା ଗ୍ରାମ୍ୟସଡ଼କରେ ଅଛନ୍ତି ।


Share It

Comments are closed.