ନାରୀ ସମାଜ ପାଇଁ ଅନନ୍ୟା ପ୍ରେରଣା- ପଦ୍ମଶ୍ରୀ ଅରୁଣୀମା ସିହ୍ନା

କିଏ କହୁଛି ନାରୀ ହେଉଛି କବିତା, ବନୀତା, ଲତା । ଦିନଥିଲା ନାରୀକୁ ଆଖ୍ୟାକରି ତାକୁ ଏ ଅଳଙ୍କାରରେ ଭୂଷିତ କରାଯାଉନଥିଲା ବରଂ ତାକୁ ଏକ ଲୁହା କଡ଼ିରେ ବାନ୍ଧି ଦିଆଯାଉଥିଲା । କାରଣ ସେ କୁଆଡ଼େ ବିନା ଆଶ୍ରାରେ ବଞ୍ଚି ପାରିବ ନାହିଁ, ପୁରୁଷର ବିନା ସହାୟତାରେ ତାର ଅସ୍ତିତ୍ୱ ହିଁ କିଛି ନାହିଁ । ତାହା ପୁଣି ଯଦି କୌଣସି ନାରୀ କ୍ଷେତ୍ରରେ ବିକଳାଙ୍ଗର କଥା ଉଠେ, ତେବେ ଏ ସମାଜତ ତାକୁ ଏକ ଭିକାରୀର ଆକ୍ଷା ଦେବାକୁବି ପଛାଏ ନାହିଁ । ସତେଯେପରି ଏ ସମାଜରେ ତାର ବଞ୍ଚିବାଲାଗି ସମସ୍ତ ବିକଳ୍ପ ପରିସମାପ୍ତ ପ୍ରାୟ । ଆଜିର ଏ ଏକବିଂଶ ଶତାବ୍ଦିରେ ନାରୀ ଆଉ ଅବଳା ଦୁର୍ବଳା ହୋଇ ରହି ନାହିଁ । ସମସ୍ଥ କ୍ଷେତ୍ରରେ ସେ ନିଜକୁ ସଫଳ ପ୍ରମାଣିତ କରିପାରିଛି । ସମାଜର ଏହିସବୁ କଟୁ ଦ୍ୱାହିକୁ ମିଥ୍ୟା ପ୍ରମାଣିତ କରିଛନ୍ତି ଲକ୍ଷେ୍ନø ଆମ୍ବେଦକର ନଗରର ଝିଅ ତଥା ପଦ୍ମଶ୍ରୀ ଅରୁଣୀମା ସିହ୍ନା । ସେ ହେଉଛନ୍ତି ଅନେକ ଅବହେଳିତ ତଥା ନିସ୍ପେଷିତ ନାରୀ ମାନଙ୍କର ମାର୍ଗଦର୍ଶିକା । ଅରୁଣୀମା ହେଉଛନ୍ତି ଭାରତର ପ୍ରଥମ ମହିଳା ଏଭରେଷ୍ଟ ଆରୋହୀ ଯିଏକି ଗୋଟିଏ ଗୋଡ଼ରେ ଏଭରେଷ୍ଟ ଚଢି ଏହି ସଫଳତା ଅର୍ଜନ କରିପାରିଛନ୍ତି ।
ତାଙ୍କର ସଂଘର୍ଶର କାହାଣୀଟି ଥିଲା ଏହିପରି- ଅରୁଣୀମା ହେଉଛନ୍ତି ଲକ୍ଷେ୍ନøଠାରୁ ୨୦୦ କି.ମି ଦୂର ଆମ୍ବେଦକର ନଗରର ବାସିନ୍ଦା ହୋଇଥିବାବେଳେ ତାଙ୍କର ବାପା ଜଣେ ଇଞ୍ଜିନିୟର ଏବଂ ମା ହେଉଛନ୍ତି ସ୍ୱାସ୍ତ୍ୟ ବିଭାଗର ଜଣେ ସୁପରଭାଇଜରରୁପେ କାର୍ଯ୍ୟରତ ଥିଲେ । ଯେତେବେଳେ ଅରୁଣୀମାଙ୍କୁ ମାତ୍ର ୩ ବର୍ଷ ସେତେବେଳେ ସେ ତାଙ୍କର ବାପାଙ୍କୁ ହରାଇଥିଲେ । ପିଲାଟି ଦିନରୁ ସେ ଖେଳକୁ ଭଳପାଉଥିବାବେଳେ ସେ ଏକ ଜାତୀୟ ସ୍ତରୀୟ ଭଲିବଲ୍ ଖେଳାଳୀ ଭାବରେ ଜଣାଶୁଣା ଥିଲେ । କ୍ୟାରିୟରରେ ଆଗକୁ ବଢିବା ପାଇଁ ସ୍ନାତକୋତର ପରେ ସେ ବିଭିନ୍ନ ସେନା ଚାକିରୀରେ ଆବେଦନ କରିବା ଆରମ୍ଭ କରିଥିଲେ ।

୨୦୧୧ ମସିହାରେ ଅରୁଣୀମା ସିଏସଆଇଏଫ ପାଇଁ ଆବେଦନକରି ସେଠାରୁ ଏକ କଲ୍ ଲେଟର ପାଇଥିଲେ, ଯେଉଁ ଆବେଦନରେ ତାଙ୍କର ଜନ୍ମ ତାରିଖ ଭୁଲ୍ ଉଲ୍ଲେଖ କରାଯାଇଥିଲା । ଏହି ସୂଯୋଗ ହାତଛଡ଼ା ହେବା ଭୟରେ ସେ ତୁରନ୍ତ ଦିଲ୍ଲୀଯାଇ ଏହାକୁ ସଂସୋଧନ କରିବାକୁ ବାହାରି ପଡ଼ିଲେ । ତାଙ୍କ ଜୀବନରେ କଳା ବାଦଲ ଘୋଟିଗଲାପରି ଏହି ଯାତ୍ରା ତାଙ୍କ ଜୀବନର ମୋଡ଼ ବଦଳାଇଦେଲା । ଟ୍ରେନ୍ ବଗିରେ କିଛି ଚୋର ତାଙ୍କ ବେକରେଥିବା ଚେନକୁ ନେବା ପାଇଁ ତାଙ୍କୁ ଟ୍ରାକକୁ ଠେଲିଦେଇଥିଲେ । ସେହି ଟ୍ରାକରେ ଆସୁଥିବା ଆଉ ଏକ ଟ୍ରେନ୍ ଅରୁଣୀମାଙ୍କର ବାମ ଗୋଡ଼ ଉପରେ ଚଢିଯିବାରୁ ସେ ତାଙ୍କର ବାମ ଗୋଡ଼ ହରାଇଥିଲେ । ସେହି ରାତିରେ ସେ ଟ୍ରାକରେ ପଡ଼ିଥିବା ସମୟରେ ୪୯ଟି ଟ୍ରେନ୍ ତା ମଧ୍ୟରେ ଗତିକରିସାରିଥିଲା । ଏହା ସହିତ ଗୋଡ଼ରୁ ରକ୍ତ ବୋହିବା ସହିତ ଟ୍ରାକରେଥିବା ମୂଷାମାନେ ମଧ୍ୟ ତାଙ୍କ ଗୋଡ଼କୁ ଖାଉଥିବାର ଯନ୍ତ୍ରଣା ସତରେ ବହୁତ ହୃଦୟ ବିଦାରକ ରହିଥିଲା । ତାପରଦିନ ଟ୍ରେନ୍ କଡ଼ର ବସ୍ତି ବାସିନ୍ଦାମାନେ ତାଙ୍କୁ ଦେଖି ହସପିଟାଲ ନେଇଥିଲେ । ଯେତେବେଳେ ସେ ନିଜକୁ ହସ୍ପିଟାଲରେ ଆବିସ୍କାର ସେତେବେଳେକୁ ତାଙ୍କର ବାମ ଗୋଡ଼ର ଆଣ୍ଠୁ ତଳକୁ ଆଉ କିଛି ନଥିଲା ।
ହସପିଟାଲ ବେଡ଼ରେଥାଇ ସେତେବେଳେ ସେହି ସାହାସୀ ମହିଳା ଜଣକ ସବୁଠାରୁ ବଡ଼ ଗିରୀ ସୃଙ୍ଗ ଏଭରେଷ୍ଟକୁ ଗୋଟିଏ ଗୋଡ଼ରେ ଚଢିବା ପାଇଁ ନିସ୍ପତି ନେଇଥିଲେ । କଠିନ ପରିଶ୍ରମ ଏବଂ ବିଭିନ୍ନ ପ୍ରତିକୂଳ ପରିସ୍ତିତି ମଧ୍ୟରେ ଗତିକରି ଶେଷରେ ୨୧ ମାର୍ଚ୍ଚ ୨୦୧୩ ମସିହାରେ ଅରୁଣୀମା ସିହ୍ନା ପହଞ୍ଚିଥିଲେ ଏଭରେଷ୍ଟର ଶୀଖର ଦେଶରେ ଏବଂ ଭାରତ ଇତିହାସରେ ରଚିଥିଲେ ଏକ ସ୍ୱର୍ଣ୍ଣିମ ସଫଳତା । ଉକ୍ତ ଘଟଣାକ୍ରମ ତାଙ୍କୁ ଜୀବନରେ ଧର୍ଯ୍ୟ, ସାହାସ ଏବଂ ଲିଡ଼ରସିପଭଳି ଅନେକ କିଛି ଶିକ୍ଷା ପ୍ରଦାନ କରିଛି, ଯାହାକି ଅନେକ ମହିଳା ମାନଙ୍କର ଜୀବନରେ ପାଥେୟ ହେବା ନିତାନ୍ତ ଆବଶ୍ୟକ ।

Comments are closed.