ସମସ୍ତଙ୍କ ସାମନାରେ ସଲମାନଙ୍କୁ ଏକ୍ସପୋଜ କଲେ ଭାଇ ଅରବାଜ


ବଲିଉଡର ଦବଙ୍ଗ ଖାନ ପୁଣି ଥରେ ନିଜ ବିବାହ ଏବଂ ସେକ୍ସ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥର ସଲମାନଙ୍କ ଭାଇ ଅରବାଜ ଖାନ ତାଙ୍କ ସେକ୍ସ ଲାଇଫକୁ ନେଇ ଅନେକ କଥା ସମସ୍ତଙ୍କ ସାମନାକୁ ଆଣିଛନ୍ତି । ଅରବାଜ ଏହି କଥାକୁ କପିଲ ଶର୍ମା ସୋ ମାଧ୍ୟମରେ ସମସ୍ତଙ୍କ ସାମନାରେ ଆଣିଥିଲେ । ଅରବାଜଙ୍କ ଏହି କଥାକୁ ଶୁଣି ସଲମାନ ଏବଂ ସୋରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟ ହୋଇପଡିଥିଲେ ।
ପ୍ରକାଶ ଥାଉକି, ତିନି ଜଣ ଖାନ ବ୍ରଦର୍ସ ଏକା ସାଙ୍ଗେ ମିଶି କପିଲ ଶର୍ମା ସୋରେ ଆସି ପହଞ୍ଚିଥିଲେ । ଏହି ସୋ ମାଧ୍ୟମରେ ଖାନ ବ୍ରଦର୍ସ, ପରସ୍ପରଙ୍କର ଅନେକ ଗୁପ୍ତ କଥା ସମସ୍ତଙ୍କ ସାମନାକୁ ଆଣିଥିଲେ ।
ଏହି ସୋ ମାଧ୍ୟମରେ କପିଲ ଯେତେବେଳେ ସଲମାନଙ୍କୁ ପଚାରିଥିଲେ, “ଭାଇ ଆପଣ ଏତେ ହିରୋଇନଙ୍କ ସହ କାମ କରିଛନ୍ତି କିନ୍ତୁ କେବେ କାହା ସହ କମ୍ଫର୍ଟଟେବଲ କାହିଁକି ଅନୁଭବ କରି ନାହିନ୍ତି ? ” ଠିକ ଏହି ସମୟରେ ଅରବାଜ କହିଥିଲେ ଯେ, “ଭାଇ ଅଫ ସ୍କ୍ରିନରେ ଏତେ କିସ କରି କରନ୍ତି ଯେ, ତାଙ୍କୁ ଅନ ସ୍କ୍ରିନରେ କିସ କରିବା ପାଇଁ ଆବଶ୍ୟକତା ପଡେ ନାହିଁ ।”
ଅରବାଜଙ୍କ ଏହି କଥାକୁ ଶୁଣି ସଲମାନ, ସୋହେଲ ଏବଂ ସୋରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଚକିତ ହୋଇଯାଇଥିଲେ ।
ପ୍ରକାଶ ଥାଉକି ଅରବାଜ ଏହି କଥାକୁ ପ୍ରଥମ ଥର ପାଇଁ ଏଇ ସୋରେ କେବଳ କହିନଥିଲେ ଏହା ପୂର୍ବରୁ ଅରବାଜ ଏହି କଥାକୁ “କଫି ୟୁଇଥ କରନ” ସୋ ମାଧ୍ୟମରେ ହିଁ କହିସାରିଛନ୍ତି ।


Share It

Comments are closed.